February 21, 2019

ଦେଖନ୍ତୁ ୧୦ ବର୍ଷ ପରେ କିପରି ଦେଖାଯାଉଛନ୍ତି, ପାର୍ଟନର ଚଳଚିତ୍ରରେ ଅଭିନୟ କରିଥିବା ସଲମାନ ଖାନଙ୍କ ରିଲ ପୁତ୍ର

ପାର୍ଟନର ଚଳଚିତ୍ରରେ ଅଭିନୟ କରିଥିବା ସଲମାନଙ୍କ ରିଲ ପୁତ୍ର

ନିର୍ଦ୍ଦେଶକ ଡେଭିଡ ଧୱନଙ୍କ ଚଳଚିତ୍ର “ପାର୍ଟନର” ୨୦୦୭ ରେ ରିଲିଜ ହୋଇଥିଲା । ରୋମାଣ୍ଟିକ ଓ କମେଡି ରେ ପୂର୍ଣ ଏହି ଚଳଚିତ୍ରଟି ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଥିଲା । ଚଳଚିତ୍ରରେ ଗୋବିନ୍ଦା ଓ ସଲମାନ ଙ୍କ ଅଭିନୟ  ଖୁବ ପ୍ରସଂଶନିୟ ଥିଲା ।

ଚଳଚିତ୍ରରେ ଆଉ ଦୁଇଜଣଙ୍କ ଯୋଡି ମଧ୍ୟ ବେଶ ଆଖିଦୃଶିୟା ଥିଲା, ସଲମାନ ଓ ତାଙ୍କ ରିଲ ପୁତ୍ର ଅଲି ହଜି ଯିଏକି ଚଳଚିତ୍ରରେ ଲାରା ଦତ୍ତାଙ୍କ ପୁତ୍ର ରୋହନ ଭୂମିକରେ ଅଭିନୟ କରିଥିଲେ । ସେ ନିଜର ରମଣୀୟ ଓ ମୁଗ୍ଧକର ଚାହେରା ମାଧ୍ୟମରେ ଦର୍ଶକଙ୍କ ହୁଦାୟ ଜିଣିପାରିଥିଲେ ।

ଏଥି ସହିତ ନିଜର ସାମାନ୍ୟ ନଟଖଟ ଅଭିନୟ ଦ୍ଵାରା ମଧ୍ୟ ସେ ଖୁବ ଆଦରଣୀୟ ହୋଇପାରିଥିଲେ । ବର୍ତ୍ତମାନ ସେ ୯ ବର୍ଷର କୁନି ଅଭିନେତା ଆଉ କୁନି ହେଇନାହାନ୍ତି । ଏହା ଭିତରେ ଏକ ଯୁଗ ଅତିବାହିତ ହୋଇ ଗଲାଣି । ସେତେବେଳର ଅଲି ହଜି ଏବେ ୧୮ ବର୍ଷରେ ପଦାର୍ପଣ କଲେଣି ।

ଦର୍ଶକମାନେ ତାଙ୍କ ଏବେକାର ଫଟୋ ଦେଖିଲେ ବିଲକୁଲ ଅରାଜି ହେବେନି ଯେ ସେ ବର୍ତ୍ତମାନ ଆଗତ ଚଳଚିତ୍ର ମାନଙ୍କରେ ଅଭିନୟ କରିବାକୁ ସମ୍ପୂର୍ଣ ପ୍ରସ୍ତୁତ ।

କେବଳ ପାର୍ଟନର ରେ ନୁହେଁ , ଦର୍ଶକେ ତାଙ୍କୁ ଫନା(୨୦୦୬), ତା ରା ରମ ପମ (୨୦୦୭), ମାଇଁ ଫ୍ରେଣ୍ଡ ଗଣେଶା (୨୦୦୯) ଓ ପାଠଶାଳା (୨୦୧୦) ଦେଖିଛନ୍ତି । ଆଉ ମଧ୍ୟ କଭି ଖୁସି କଭି ଗମ ଚଳଚିତ୍ର ରେ ସେ ଅତିଥି କଳାକାର ଭାବେ ଦେଖା ଦେଇଥିଲେ । ନିକଟରେ ସେ ସଲମାନ ଙ୍କ ସହିତ ସାକ୍ଷାତ କରି ପୁରୁଣା ଫଟୋ ଦେଖି ବିଗତ ଦିନର ସ୍ମୃତି କୁ ତାଜା କରିଥିଲେ ।

ପାର୍ଟନର ଚଳଚିତ୍ରରେ ଅଭିନୟ କରିଥିବା ସଲମାନଙ୍କ ରିଲ ପୁତ୍ର

ପଢନ୍ତୁ, ଭାରତର ଏହି ବିଖ୍ୟାତ ବ୍ୟକ୍ତି ମାନଙ୍କୁ ସୀମାପାରେ ରହୁଥିବା ପାକିସ୍ତାନୀଙ୍କ ସହ ହୋଇଥିଲା ପ୍ରେମ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More