କେମିତି କଟିବ ଆଜିର ଦିନ, ଆସନ୍ତୁ ଜାଣିବା

୨୯ ଜାନୁୟାରୀ, ସୋମବାର; ଆଜିର ଦିନ କିପରି କଟିବ ଜାଣନ୍ତୁ –

  • ମେଷ- ଆଜି ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ ।ପରିବାରରେ  ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
  • ବୃଷ- ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ ।
  • ମିଥୁନ- ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖିପାରନ୍ତି  । ଏଭଳି କଲେ ସବୁ କିଛି ଠିକ୍ ରହିବ ।
  • କର୍କଟ- ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ । ବହୁତ ସମୟରୁ ଆପଣ ନିଜର ଘରୋଇ ଜୀବନ ବିଷୟରେ ଭାବୁ ନଥିଲେ । କେତେ ସମୟ ବିତିଗଲା ଯୋଉଁଥିପାଇଁ ଆପଣ ଏହା ଅନୁଭବ କରିପାରିବେ ନାହିଁ ଯେ ଆପଣଙ୍କର ଘରୋଇ ଜୀବନଟି କେତେ ମହତ୍ତ୍ୱପୂର୍ଣ୍ଣ ।
  • ସିଂହ- ଆଜି ଆପଣଙ୍କୁ କ୍ରୋଧ ଲାଗିବ । ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ ।କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ ।
  • କନ୍ୟା- ଆଜି ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ବୋଧ ହୁଏ ନିଜ ଜୀବନର କୌଣସି ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିପାରୁନାହାନ୍ତି ।
  • ତୁଳା- ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ ।
  • ବିଛା- ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଏବେ ଆପଣ ଶାନ୍ତିରେ ନିଶ୍ୱାସ ନେଇ ପାରିବେ । ଆପଣଙ୍କ ଓକିଲଙ୍କ ପରାମର୍ଶ ଏବେ କାମରେ ଲାଗିବ ।
  • ଧନୁ- ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ ।
  • ମକର- କୌଣସି ଆତ୍ମୀୟଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆଜି ନିଜ ତରଫରୁ ନିଜ ସମ୍ପର୍କକୁ ସୁଧାରିବାକୁ ଚ଼େଷ୍ଟା କରନ୍ତୁ । ନିଜ ଉପରେ ନିୟନ୍ତ୍ରଣ ରଖି ଏହାର ଆରମ୍ଭ କରନ୍ତୁ । ସଠିକ୍ ସମୀକ୍ଷା ଦ୍ୱାରା ଆପଣଙ୍କୁ ସହାଯ୍ୟ ମିଳିବ ।
  • କୁମ୍ଭ- ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚ଼ିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ ।
  • ମୀନ- ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।

ପଢନ୍ତୁ ;

ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଯାତ୍ରାରେ ଯାଉଥିବା ବ୍ୟକ୍ତିଙ୍କ ନାମ ପ୍ରଘଟ କରିବା ପାଇଁ ନିର୍ଦ୍ଦେଶ

ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ - 4.4

88%

ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି - 3.9

77%
4.1/5

Very Good!

କେମିତି କଟିବ ଆଜିର ଦିନ, ଆସନ୍ତୁ ଜାଣିବା

ଆଜି ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ ।ପରିବାରରେ  ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।

5/5 Votes: 1 user

You're not rated yet