LIFESTYLE

ଆସନ୍ତୁ ଜାଣିବା କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା ଭଲ ନୁହଁ କାହିଁକି

ଅବସାଦ ସ୍ୱାସ୍ଥ୍ୟବାନ ଶରୀରକୁ ମଧ୍ୟ ରୋଗୀଣା କରିଦିଏ । ଯଦି କିଏ ମସ୍ତିଷ୍କ ବା ଗଳା କ୍ୟାନସରରେ ପୀଡିତ ଏବଂ ଏହା ସହ ସେ ଚିନ୍ତାଗ୍ରସ୍ତ  ତେବେ  ଅଧିିକ ଦିନ ବଂଚିବା ତାଙ୍କ ପାଇଁ ମୁସ୍କିଲ୍ ହୋଇପଡେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କ୍ୟାନସର ଚିକିତ୍ସାର ସମୟ ରୋଗୀଙ୍କ ଠାରେ ଅବସାଦର ପରୀକ୍ଷା ଓ ଏହାସହ ସମ୍ବନ୍ଧିତ ଲକ୍ଷଣଗୁଡିକର ଚିକିତ୍ସା ମଧ୍ୟ କରାଇବା ଉଚିତ୍ ।

ଅନୁଧ୍ୟାନ ସମୟରେ ଆମେ ପାଇଲୁ କି ଯଦି କୌଣସି କ୍ୟାନସର ରୋଗୀ ୪ ବର୍ଷ ଯାଏ ବଞ୍ଚିବାର  ଅଛି ତ ଅବସାଦ କାରଣରୁ ସେ କେବଳ ୨ ବର୍ଷ ବଞ୍ଚି ପାରିବେ । ଏହା ସେହି ଲୋକଙ୍କ ପାଇଁ ଯେଉଁମାନେ ଉପଚାର ସମୟରେ କୌଣସି ପ୍ରତିକ୍ରିୟା ଦେଇନଥାନ୍ତି ।

ଅବସାଦର ଲକ୍ଷଣ କଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରିମାଣକୁ ପ୍ରଭାବିତ କରିପାରେ ? ଏହା ଜାଣିବା ପାଇଁ ରିସର୍ଚ୍ଚକାରୀ ମସ୍ତିଷ୍କ ଓ ଗଳା କ୍ୟାନସରରେ ପୀଡିତ ୧୪୦ ରୋଗୀଙ୍କ ଆକଳନ କରିଛନ୍ତି । ଯେଉଁମାନେ ନିଜର ଚିକିତ୍ସା ସମୟରେ ଅବସାଦର ଲକ୍ଷଣର ସୂଚନା ସବୁ ଦେଇଛନ୍ତି ।ରିସର୍ଚ୍ଚକାରୀଙ୍କ ଦ୍ୱାରା ୨ ବର୍ଷଯାଏ ରୋଗୀଙ୍କ ଚିକିତ୍ସା ସଂଖ୍ୟାକୁ ଆକଳନରୁ ଜଣାପଡିଛି କି ଅଧିକ ଅବସାଦ ପୀଡିତ ରୋଗୀ ବଞ୍ଚିବାର  ସମ୍ଭାବନା ବହୁତ କମ୍ ଥାଏ । ଏବଂ ତାଙ୍କର କିମୋରେଡିଏସନ୍ ଓ ଅନ୍ୟ ଚିକିତ୍ସାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।ତେଣୁ ଅବସାଦ ଠାରୁ ଦୂରେଇ ରୁହନ୍ତୁ ଓ  ଧୂମ୍ର ପାନ ଠୁ ମଧ୍ୟ ଦୂରେଇ ରୁହନ୍ତୁ ।

ପଢନ୍ତୁ ;

ଆସନ୍ତୁ ଜାଣିବା ମୋଜା ପିନ୍ଧିବା ଦ୍ଵାରା ଆମ କୁ କି କି ଲାଭ ମିଳେ

Related posts

ଆପଣ ଜାଣିଛନ୍ତି କି ? ଷ୍ଟିମ୍‌ ନେବା ଦ୍ଵାରା ବଢିଥାଏ ତ୍ୱଚାର ଉଜ୍ଜ୍ୱଳତା ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଅଣ୍ଡା ସିଝା ପାଣି ଫିଙ୍ଗି ଦେଉଛନ୍ତି କି ? ଏହି ପାଣିର ମଧ୍ୟ ଉପକାରିତା ରହିଛି ! ଜାଣନ୍ତୁ କ’ଣ ?

ENO Beuro

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ ? ନଚେତ ହୋଇପାରେ ଏହି ସମସ୍ୟା

ENO Beuro

Leave a Comment