LIFESTYLE

ଆଖିରେ ଆଇଲାଇନର ଲଗାଇଲା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା !

ଆଖି ମୁହଁକୁ ଅଧିକ ସୁନ୍ଦର କରିଥାଏ। ମୁହଁ ଭିତରେ ଆଖିର ଗୁରୁତ୍ଵପୂର୍ଣ ଭୂମିକା ରହୁଛି। ଆଖିରେ ଆଇଲାଇନର ଲଗାଇବା ଦ୍ଵାରା ଆଖି ଆହୁରି ସୁନ୍ଦର ଲାଗିଥାଏ। ଆଇଲାଇନର ଲଗାଇବାରେ ସାମାନ୍ୟ ତ୍ରୁଟି ପୂରା ମେକ୍‌ଅପ୍‌ ବିଗାଡ଼ିଦେଇପାରେ।

ତେଣୁ ଏହାକୁ ଲଗାଉଥିଲେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ-

  • ପ୍ରଥମେ କେଉଁ ଆଇଲାଇନର ଅର୍ଥାତ୍‌ ଲିକ୍ୱିଡ୍‌, ପେନ୍‌ସିଲ କିମ୍ବା ସ୍କେଚ୍‌ ଲଗାବାକୁ ବେଶି ସୁବିଧା ତାହାକୁ ହିଁ କିଣନ୍ତୁ। ଆଖିର ସୁରକ୍ଷା ଦୃଷ୍ଟିରୁ ସର୍ବଦା ବ୍ରାଣ୍ଡେଡ୍‌ ପ୍ରଡକ୍ଟ ହିଁ ବାଛନ୍ତୁ।
  • ଲାଇନର ଲଗାଇବା ପୂର୍ବରୁ ପ୍ରାଇମର ଲଗାନ୍ତୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ। ଯଦି ମଶ୍ଚରାଇଜର ବ୍ୟବହାର କରୁଥାନ୍ତି ତେବେ ଏହାକୁ ଲଗାଇବା ପରେ ଲାଇନର ନ ଲଗାଇ କିଛି ସମୟ ପରେ ଲଗାନ୍ତୁ।
  • ଯଦି ଆପଣଙ୍କର ଆଖି ଗୋଲ, ସାମାନ୍ୟ ବଡ଼ ଲାଞ୍ଜ ରଖି ଲାଇନର ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଆଖି ସୁନ୍ଦର ଲାଗିବ।
  • ଲମ୍ବା ଆଖି ହୋଇଥିଲେ ଓ୍ବିଙ୍ଗ୍‌ଡ୍‌ ଆଇଲାଇନ ଷ୍ଟାଇଲ ବ୍ୟବହାର କରନ୍ତୁ। ଶେଷରେ ସାମାନ୍ୟ ଫ୍ଲିକ୍ସ ଅନ୍ଦାଜ ଦିଅନ୍ତୁ ଗ୍ଲାମର୍ସ ଲାଗିବେ।
  • ଆଖିର ସାଇଜ ଛୋଟ ହୋଇଥିଲେ ତଳ ପତାରେ ଡାର୍କ ଲାଇନର ଲଗାନ୍ତୁ ନାହିଁ। କେବଳ ଉପର ପତାରେ ଆରମ୍ଭରୁ ପତଳା ଏବଂ ଶେଷକୁ ସାମାନ୍ୟ ମୋଟା କରି ଲାଇନର ଲଗାନ୍ତୁ। ଏହାଦ୍ୱାରା ଆଖି ଅପେକ୍ଷାକୃତ ବଡ଼ ଏବଂ ସୁନ୍ଦର ଲାଗିବ।
  • ବଡ଼ ଆଖିରେ ଓ୍ବିଙ୍ଗ୍‌ଡ୍‌ ଏବଂ କ୍ୟାଟ୍‌ ଉଭୟ ଷ୍ଟାଇଲରେ ଲାଇନର ଲଗାଇଲେ ସୁନ୍ଦର ଲାଗିଥାଏ।

ପଢନ୍ତୁ; ଶରୀରରୁ ଭାତୁଡ଼ିକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ!

Related posts

ଆକର୍ଷଣୀୟ ଲୁକ୍‌ ଦେବାରେ ସାହାଯ୍ୟ କରିବ ସୋରିଷ ତେଲ

Ratnamani Moharana

ଏହି ୫ଟି ଖାଦ୍ୟ ପଦାର୍ଥ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ? ଜାଣନ୍ତୁ

ENO Beuro

ଥଣ୍ତାକାଶ ଭଳି ସମସ୍ୟା ପାଇଁ ମହୁ ଏକ ମହୌଷଧି ପରି କାମ କରେ

ENO Beuro

3 comments

Leave a Comment