ନେଲ୍‌ ପଲିସ୍‌ ଲଗାଇବା ବେଳେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

ଝିଅମାନେ ନଖରେ ନେଲ୍‌ ପଲିସ୍‌ ଲଗାଇଥାନ୍ତି । ଏହା ହାତ ପାପୁଲିର ଶୋଭା ବଢ଼ିବା ସହ ସୁନ୍ଦର ଦେଖାଯାଇଥାଏ । ଆପଣ ଜାଣିଛନ୍ତି କି ନେଲ୍‌ ପଲିସ୍‌ ଲଗାଇବା ବେଳେ କିଛିଟା କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ? ନେଲ୍‌ ପଲିସ୍‌ ଲଗାଇବା ନେଇ ଆମେ ଏମିତି କିଛି ଟିପ୍ସ ଦେଉଛୁ, ଯାହା ଆପଣଙ୍କୁ ଆକର୍ଷଣୀୟ ବନାଇ ପାରିବ ।

ନେଲ୍‌ ପଲିସ୍‌ କେମିତି ଲଗାଇବା ଜାଣନ୍ତୁ :-

  • ପ୍ରଥମେ ନେଲ୍‌ ପଲିସ୍‌ ଲଗେଇବା ପୂର୍ବରୁ ପ୍ରଥମେ ଧ୍ୟାନ ଦିଅନ୍ତୁ ଯେମିତି ଆପଣଙ୍କ ହାତ ସଫା ଓ ଶୁଖିଲା ଥିବ । ଯଦି ଆପଣ ଓଦା ନଖରେ ନେଲ୍‌ ପଲିସ୍‌ ଲଗେଇବେ ତେବେ ତାହା ଠିକ୍‌ରେ ଲାଗିବ ନାହିଁ ।
  • ନଖକୁ ପ୍ରଥମେ ଭଲ ସେପ୍‌ ଦିଅନ୍ତୁ। ତା’ପରେ ନେଲ୍‌ ପେଣ୍ଟର ଟ୍ରାନ୍ସପରେଣ୍ଟ କୋଟ୍‌ ଲଗାନ୍ତୁ। ଟ୍ରାନ୍ସପରେଣ୍ଟକୁ ବ୍ରସ୍‌ ଦ୍ୱାରା ନଖ ମଧ୍ୟରେ ଲଗାନ୍ତୁ ।
  • ଟ୍ରାନ୍ସପରେଣ୍ଟ ନେଲ୍‌ ପେଣ୍ଟ ବେସ୍‌ କୋଟ ଭଲ ଭାବେ ଶୁଖିଲା ପରେ ନିଜ ପସନ୍ଦର କୌଣସି ବି ନେଲ୍‌ ପଲିସ୍‌ ଲଗେଇ ପାରିବେ ।
  • ସବୁବେଳେ ଭଲ ନେଲ୍‌ ପଲିସ୍‌ ଲଗାନ୍ତୁ । ଯଦି ଆପଣଙ୍କ ନେଲ୍‌ ପଲିସ୍‌ ଭଲ ନାହିଁ, ତେବେ ନେଲ୍‌ ପଲିସ୍‌ ଲଗେଇବା ପରେ ନିଜ ଆଙ୍କୁଳିକୁ ଥଣ୍ଡା ପାଣିରେ ବୁଡ଼ାଇ ରଖିନ୍ତୁ । ଏହାଦ୍ୱାରା ନଖରେ ନେଲ୍‌ ପଲିସ୍‌ ଖୁବୁ ଭଲ ଭାବେ ସେଟ୍‌ ହୋଇଯାଇଥାଏ ।
  • ଯଦି ନେଲ୍‌ ପଲିସ୍‌ ଲଗେଇବା ସମୟରେ ବାହାରେ ଲାଗିଯାଏ ତେବେ ତାକୁ ଧ୍ୟାନର ସହ ରିମୁଭର ସାହାଯ୍ୟରେ ପୋଛି ଦିଅନ୍ତୁ । ଫଳରେ ନଖରେ ଲଗେଇଥିବା ନେଲ୍‌ ପଲିସ୍‌ ସଫା ଓ ସ୍ପଷ୍ଟ ଦେଖାଯିବ ।
  • ନଖରେ ନେଲ ପଲିସ୍‌ ଲଗେଇବା ପରେ ଥଣ୍ଡା ପାଣିରେ ବୁଡ଼ାଇ ରଖିବେ । ଏହାଦ୍ୱାରା ନେଲ୍‌ ପଲିସ୍‌ ଭଲ ଭାବେ ସେଟ୍‌ ହୋଇଯାଇଥାଏ ଓ ସ୍ପଷ୍ଟ ଦେଖାଯାଇଥାଏ । ଧ୍ୟାନ ଦେବେ ନେଲ୍‌ ପଲିସ୍‌ ଶୁଖିବା ପରେ ହିଁ କୌଣସି କାମ କରିବେ ।

ପଢନ୍ତୁ ;

ଘରୋଇ ଉପାୟରେ ମୁହଁରୁ ଦାଗ କିପରି ଦୂର କରିବେ ଜାଣନ୍ତୁ?

ପ୍ରଥମେ ନେଲ୍‌ ପଲିସ୍‌ ଲଗେଇବା ପୂର୍ବରୁ ପ୍ରଥମେ ଧ୍ୟାନ ଦିଅନ୍ତୁ ଯେମିତି ଆପଣଙ୍କ ହାତ ସଫା ଓ ଶୁଖିଲା ଥିବ - 90%

90%

ଯଦି ନେଲ୍‌ ପଲିସ୍‌ ଲଗେଇବା ସମୟରେ ବାହାରେ ଲାଗିଯାଏ ତେବେ ତାକୁ ଧ୍ୟାନର ସହ ରିମୁଭର ସାହାଯ୍ୟରେ ପୋଛି ଦିଅନ୍ତୁ - 88%

88%
89%

Very Good!

ନେଲ୍‌ ପଲିସ୍‌ ଲଗାଇବା ବେଳେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

ଝିଅମାନେ ନଖରେ ନେଲ୍‌ ପଲିସ୍‌ ଲଗାଇଥାନ୍ତି । ଏହା ହାତ ପାପୁଲିର ଶୋଭା ବଢ଼ିବା ସହ ସୁନ୍ଦର ଦେଖାଯାଇଥାଏ । ଆପଣ ଜାଣିଛନ୍ତି କି ନେଲ୍‌ ପଲିସ୍‌ ଲଗାଇବା ବେଳେ କିଛିଟା କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ? ନେଲ୍‌ ପଲିସ୍‌ ଲଗାଇବା ନେଇ ଆମେ ଏମିତି କିଛି ଟିପ୍ସ ଦେଉଛୁ, ଯାହା ଆପଣଙ୍କୁ ଆକର୍ଷଣୀୟ ବନାଇ ପାରିବ ।

No Votes Yet

You're not rated yet