LIFESTYLE

ସାମ୍ନା ଲୋକକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଆପଣ ନିଜ ଆଡକୁ କାହାକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି ,ତେବେ ଏମିତି କିଛି କଥା ଅଛି ଯାହା ଉପରେ ଆପଣଙ୍କୁ ଧ୍ୟାନ ଦବାକୁ ପଡିବ । ତେବେ ଦୁଇ ଜଣ ବ୍ୟକ୍ତି କେବେ ବି ସମାନ ନୁହଁନ୍ତି । ଜଣଙ୍କୁ ଅନ୍ୟ ଜଣକ ପ୍ରତି ଆକୃଷ୍ଟ କରାଇବା ଏକ ସହଜ କଥା ନୁହେଁ । ତଥାପି ସାମ୍ନା ଲୋକକୁ ଆକର୍ଷିତ କରିବେ ଓ କିପରି ସଫଳ ହେବେ ଜାଣନ୍ତୁ ।

ସାମ୍ନା ଲୋକକୁ ଆକର୍ଷିତ କରିବାର ଉପାୟ

ଆପଣ ଯାହାଙ୍କୁ ଆକୃଷ୍ଟ କରିବାକୁ ଚାହାନ୍ତି ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ ସେ କେଉଁ ପ୍ରବୃତ୍ତିର। ତା’ପରେ ଆକର୍ଷିତ କରାଇବା ଆପଣଙ୍କ ପାଇଁ ସହଜ ହେବ।

ଯଦି ଜଣେ ଚତୁର ଲୋକକୁ ଆକୃଷ୍ଟ କରାଇବାକୁ ଚାହାନ୍ତି ତେବେ ତାଙ୍କ ସାମ୍ନାରେ ସବୁବେଳେ ସତ କୁହନ୍ତୁ। ଆପଣଙ୍କ ମିଛକୁ ସେ ଖୁବ୍‌ ସହଜରେ ଧରିପାରନ୍ତି।

ଜଣେ ଲୋଭୀ ଲୋକର ଭୋକ କେବେ ସ୍ନେହରେ ମରେନା । ଜଣେ ଲୋଭୀ ଲୋକକୁ ଜୟ କରିବାକୁ ଚାହୁଁଥିଲେ ତାକୁ ଧନ ଦିଅନ୍ତୁ ।

କୌଣସି ଅହଂକାରୀ ଲୋକଙ୍କୁ ବଶ କରିବାକୁ ଚାହାନ୍ତି ତେବେ ତାଙ୍କ ସମ୍ମୁଖରେ ନିଜର ଅହଂକାର ତ୍ୟାଗ କରି ତଳନତୀ ହୋଇ ତାଙ୍କୁ ଶାନ୍ତ ହେବାକୁ ଅନୁରୋଧ କରନ୍ତୁ।

ଯଦି କୌଣସି ବୋକା ଲୋକକୁ ବଶ କରିବାକୁ ଚାହାନ୍ତି ତେବେ ପ୍ରଥମେ ଶୁଣନ୍ତୁ ସେ କ’ଣ କହୁଛନ୍ତି। ତାଙ୍କ ଉପରେ କୌଶଳ ପ୍ରୟୋଗ କରି ସତର୍କତାର ସହ ନିଜ ଆଡ଼େ କରିନିଅନ୍ତୁ ।


ପଢନ୍ତୁ ;

ରାଶିରୁ ଜାଣନ୍ତୁ ପ୍ରେମରେ ପଡିଲେ ଲୋକମାନେ କିପରି ବ୍ୟବହାର କରିଥାଆନ୍ତି

Related posts

ଦହି ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ENO Beuro

ଆସନ୍ତୁ ଜାଣିବା ଦଲିଆ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

Ratnamani Moharana

ଗ୍ରୀଷ୍ମ ଦିନରେ କିପରି କରିବେ ସୌନ୍ଦର୍ଯ୍ୟ ଚର୍ଚା ?

ENO Beuro

1 comment

Leave a Comment