• Home
  • LIFESTYLE
  • ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?
LIFESTYLE

ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

ଆଜି ଅକ୍ଷୟ ତୃତୀୟା । ଆଜିର  ଦିନରେ ସୁନା କାରବାର ଅଧିକ ହୋଇଥାଏ । ଏହି ଦିନ ଗହଣା କିଣିବା ଶୁଭ ହୋଇଥାଏ । ତେଣୁ ଏମିତିରେ  ଗହଣା କିଣିବା ସ୍ୱାଭାବିକ । ତେବେ ଅଫର ଲୋଭରେ ଗହଣା କିଣିବା ପୂର୍ବରୁ କେତୋଟି ସାବଧାନତା ଉପରେ ଧ୍ୟାନ ଦିଅନ୍ତୁ। ଯାହାଦ୍ୱାରା ଆପଣ ଠକାମୀରେ ଶିକାର ହେବେ ନାହିଁ । ସୁନା କିଣିଲା ବେଳେ କେଉଁ ସବୁ ସାବଧାନତା ଆପଣାଇବେ ଆସନ୍ତୁ ଜାଣିବା ।

ସୁନା କିଣିଲା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ :-

  1. ପ୍ରଥମେ ହଲ ମାର୍କ ଦେଖି ସୁନା ଗହଣା କିଣନ୍ତୁ । କାରଣ ଏହା ସୂନାର ସୁଦ୍ଧତାର ପ୍ରମାଣ ।
  2. ଗହଣା ଦୋକାନୀଠାରୁ ସୁନାର ସୁଦ୍ଧତା ଓ ମୂଲ୍ୟ ପଚାରି ବୁଝନ୍ତୁ ଓ ଏହାକୁ ବିଲ୍‌ ଲେଖିବା ପାଇଁ କୁହନ୍ତୁ ।
  3. ଅନେକ ସୁନା ଗହଣାରେ ବଭିନ୍ନ ପ୍ରକାର ଧାତୁ ଲାଗିଥାଏ । ଦୋକାନୀମାନେ ମଧ୍ୟ ଏହି ଧାତୁ ଗୁଡ଼ିକର ଟଙ୍କା ନିଅନ୍ତି । ତେଣୁ ଏହା କେଉଁ ଧାତୁ କେତେ ପରିମାଣରେ ଲାଗିଛି ପଛାରି ବୁଝନ୍ତୁ ଏହାକୁ ବିଲ୍‌ରେ ଲେଖି ରଖନ୍ତୁ ।
  4. ଶୁଦ୍ଧ ସୁନା ୨୪ କ୍ୟାରେଟ୍‌ ରେ ହୋଇଥାଏ । କିନ୍ତୁ ଏଥିରେ ଗହଣା ତିଆରି ହୋଇପାରେ ନାହିଁ ଏଥିପାଇଁ ୨୨ କିମ୍ବା ୧୮ କ୍ୟାରେଟ୍‌ର ଗହଣା ବ୍ୟବହାର କରାଯାଇଥାଏ । କିନ୍ତୁ ଭୟର ମୂଲ୍ୟ ଅଲଗ ଅଲଗା ହୋଇଥାଏ । ତେଣୁ ଏହା ଭଲ ଭାବରେ ଜାଣି ବିଲ୍‌ରେ  ଲେଖେଇ ନିଅନ୍ତୁ । ପରବର୍ତ୍ତି ସମୟରେ ଠକାମୀରେ ପଡ଼ିଲେ ଆପଣ ଦୋକାନୀ ବିରୋଧରେ କେସ୍‌ କରିପାରିବେ ।
  5. ଚିହ୍ନା ଦୋକାନରୁ ଗହଣା କିଣନ୍ତୁ ।

ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ? ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ? gold

ପଢନ୍ତୁ ;

ଆସନ୍ତୁ ଜାଣିବା କଦଳୀ ଚୋପାର ଔଷଧୀୟ ଗୁଣ ବିଷୟରେ

Related posts

ଗରମ ଦିନରେ ତ୍ୱଚା ଓ କେସର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା

Krishna Kumar Manoj

ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ଅଟେ। ଜାଣନ୍ତୁ ଏହାର କାରଣ କ’ଣ ?

Krishna Kumar Manoj

ବିଦ୍ୟାର୍ଥୀମାନେ ପରୀକ୍ଷା ଋତୁ ପାଇଁ ନିଜକୁ କିଭଳି କରିବେ ପ୍ରସ୍ତୁତି ! ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More