LIFESTYLE

ଶରୀରରେ ଉଜ୍ଜଳତା ଏବଂ ଶକ୍ତି ବୃଦ୍ଧି କରିବାକୁ ଚହୁଁଛନ୍ତି କି? ତେବେ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ସମସ୍ତେ ଫିଟ ରହିବାକୁ ଚାହିଁଥାନ୍ତି ।  କେହି କେହି ନିଜକୁ ଫିଟ୍‌ ରଖିବା ପାଇଁ ଜିମ୍‌ ଯାଉଥିବା ବେଳେ କେହି କେହି ଯୋଗର ସହାୟ ନେଇଥାନ୍ତି। କେତେକ ଡାଇଟ୍‌ କରିବାରେ ବି ବିଶ୍ୱାସ ରଖନ୍ତି।  କେହି କେହି ଉପବାସ କରି ଡାଇଟିଂ କରନ୍ତି ତ କେହି କେହି ଖାଦ୍ୟରେ ପରିବର୍ତ୍ତନ ଆଣନ୍ତି। ତେବେ ଯାହାବି ହେଉ, ଆପଣଙ୍କୁ ଫିଟ୍‌ ରହିବାର ଅଛି।

ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଆପଣ ନିଜର ପତଳା ଅଣ୍ଟାକୁ ମୋଟା କରିପାରିବେ।

ମୋଟା ବ୍ୟକ୍ତି, ଯିଏକି ନିଜକୁ ପତଳା କରିବାକୁ ଚାହିୁଁଥିବେ ତାଙ୍କୁ ଏହାର ବିପରୀତ କାର୍ଯ୍ୟ କରିବାକୁ ହେବ।ପ୍ରତିଦିନ ଖାଦ୍ୟ ରୁଟିନ୍‌ରେ ବାଦାମ ଶ୍ରେଣୀୟ ଖାଦ୍ୟ ଯଥା ବାଦାମ, କାଜୁବାଦାମ, ଆଲମଣ୍ଡ ଆଦି ନିଶ୍ଚୟ ରଖନ୍ତୁ। ଏହା ଚର୍ବି ବଢାଏ ନାହିଁ ବରଂ ପ୍ରାକୃତିକ ସ୍ୱାସ୍ଥ୍ୟ ପ୍ରଦାନ କରେ। ଏସବୁ ଖାଇବା ଦ୍ୱାରା ଶକ୍ତି ମିଳିବା ସହ ଶରୀରରେ ଉଜ୍ଜଳତା ବି ବୃଦ୍ଧି ପାଇଥାଏ।

  • ମାଛ, ମାଂସ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ଆମିଷ ଖାଦ୍ୟ ଖାଇବା ମଧ୍ୟ ଉପକାରୀ ହୋଇଥାଏ। ମାତ୍ରାଧିକ ଆମିଷ ଭକ୍ଷଣ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।
  • ସାମାନ୍ୟ ମୋଟା ହେବାକୁ ଚାହୁଁଥିବା ବ୍ୟକ୍ତି ଖିର ସହ କଦଳୀ ମଧ୍ୟ ଖାଇପାରନ୍ତି। ଏହା ଖୁବ୍‌ ଶୀଘ୍ର ମୋଟା କରାଇଥାଏ।
  • ଖିର, ଦହି, ଲହୁଣୀ,ଚେନା, ଘିଅ ଆଦି ସମସ୍ତ ଖିର ଜାତୀୟ ଜିନିଷ ସୁସ୍ଥକର ଅଟେ । ଏସବୁ ଖାଇବା ଦ୍ୱାରା ପତଳା ଲୋକଙ୍କ ଶରୀରରେ ପରିବର୍ତ୍ତନ ଆସେ। ସେମାନେ ଅପେକ୍ଷାକୃତ ଫିଟ୍‌ ହୋଇଥାନ୍ତି।
  • ସବୁବେଳେ ତଟକା ପନି-ପରିବା ଖାଇବା ଖୁବ୍‌ ଭଲ। ସୁଖା ପରିବା ଖାଇବା ଆଦୌ ନଖାଇବା ସହ ସମାନ। ପରିବା ସୁଖିଗଲେ ସେଥିରୁ ସବୁ ଭିଟାମିନ୍‌ ନଷ୍ଟ ହୋଇଯାଏ।

ପଢନ୍ତୁ ;

ଆମେରିକା ରଚିଲା ଇତିହାସ !ପ୍ରଥମ ଥର ପାଇଁ ମହାକାଶକୁ ଗଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ୍‌ ସ୍ପେସ୍‌ ଏକ୍‌ସ୍‌ର ‘ଫାଲ୍‌କନ୍‌ ହେଭି’

Related posts

ବାସୀ ରୁଟି ସ୍ୱାସ୍ଥ୍ୟପକ୍ଷେ ହିତକର ,ଜାଣନ୍ତୁ ଏହାର ଉପକାରିତା

ENO Beuro

ପ୍ରତିଦିନ ସକାଳ ଜଳଖିଆ ରେ ଗୋଟିଏ ସେଓ ଖାନ୍ତୁ ଓ ଶରୀରକୁ ସୁସ୍ଥ ରଖନ୍ତୁ

ENO Beuro

ଟମାଟୋକୁ ତ୍ୱଚାରେ ଲଗାଇବା ଦ୍ୱାରା କ’ଣ ଲାଭ ମିଳେ ଜାଣନ୍ତୁ ?

ENO Beuro

1 comment

Leave a Comment