LIFESTYLE

ଆପଣଙ୍କ ତ୍ଵଚାକୁ ଉଜ୍ଜଳ ଏବଂ ଗୋରା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର !

ସମସ୍ତେ ଚାହାଁନ୍ତି ନିଜ ତ୍ଵଚା ସୁନ୍ଦର ଦେଖାଯାଉ। ଅନେକ ଅଛନ୍ତି ନିଜ ଶରୀରର ରଙ୍ଗକୁ  ନେଇ ମଧ୍ୟ ଚିନ୍ତିତ ଥାଆନ୍ତି। ଏଥିପାଇଁ ବଜାରରେ ମିଳୁଥିବା ବିଭିନ୍ୟ ଜିନିଷ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ତ୍ଵଚା ପାଇଁ ବେଶ କ୍ଷତିକାରକ।

ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ସମ୍ପର୍କରେ କହୁଛୁ ଯାହାକୁ ବ୍ୟବହାର କରିବାଦ୍ଵାରା ଆପଣ ସୁନ୍ଦର ଏବଂ କୋମଳ ତ୍ଵଚା ପାଇପାରିବେ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ୪,୫ଟି ବାଦାମକୁ ଭଲ ଭଲଭାବେ ଗୁଣ୍ଡ କରିଦିଅନ୍ତୁ। ଏଥିରେ ଗୋଲାପ ଜଳ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ଏମିତି ସପ୍ତାହକୁ ୪ ଥର ଲଗାଇବା ଦ୍ୱାରା ତ୍ୱଚା ଗୋରାପଣ ହେବା ସହ ଉଜ୍ଜଳତା ମଧ୍ୟ ଆସିଥାଏ।
  • ଆଳୁକୁ ଥଣ୍ଡା ପାଣିରେ ୧୦ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଖଣ୍ଡ କରନ୍ତୁ। ଏହାପରେ ଏହି ଖଣ୍ଡକୁ ମୁହଁ ଓ ବେକରେ ଘଷନ୍ତୁ।
  • ପ୍ରତ୍ୟେକ ଦିନ ମୁହଁରେ ଚନ୍ଦନ ସହିତ ଗୋଲାପ ମିଶାଇ ଲଗାନ୍ତୁ । ଏହା ଆପଣଙ୍କ ମୁହଁରେ କୋମଳତା ସହିତ ସ୍ୱଚ୍ଛତା ଆଣିଥାଏ।

skin

  • ପ୍ରତ୍ୟେକ ଦିନ ରାତିରେ ୪ଟି ବାଦାମକୁ ପାଣିରେ ଭିଜାଇ ଦିଅନ୍ତୁ। ତାପରଦିନ ସେହି ବାଦାମକୁ ଭଲ ଭାବେ ପେଷ୍ଟ କରନ୍ତୁ। ଏଥିରେ ଗୋଟିଏ ଚାମଚ୍ କ୍ଷୀର, ଚାରି ଚାମଚ୍ ଲେମ୍ବୁରସ ଓ ଗୋଟିଏ ଚାମଚ ବେସନ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଲଗାଇ ଭଲ ଭାବେ ମାଲିସ୍ କରନ୍ତୁ ।
  • ପ୍ରତ୍ୟେକ ଦିନ ଚନ୍ଦନରେ କିଛି ହଳଦୀଗୁଣ୍ଡ ମିଶାଇ ଏହାକୁ ଚେହେରାରେ ଲଗାନ୍ତୁ। କିଛି ଦିନ ଏମିତି କରିବା ପରେ ଦେଖିବେ ଏହାର ଫରକ କଣ ନିଜେ ଅନୁଭବ କରିପାରିବେ।

ପଢନ୍ତୁ;

ଚାଉଳରେ କଣ ମିଶାଇ ଭାତ ରାନ୍ଧି ଖାଇଲେ ଆପଣଙ୍କ ମୋଟାପଣ କମିଥାଏ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!

ENO Beuro

ଜିରା ଓ ଗୁଡ଼ ମିଶ୍ରିତ ପାନୀୟ ପିଇବା ଦ୍ଵାରା କି କି ଲାଭ ମିଳେ ଆସନ୍ତୁ ଜାଣିବା

ENO Beuro

ହେଡ ଫୋନ ଲଗାଇ ଗୀତ ଶୁଣୁଛନ୍ତି କି!!! ଜାଣିନିଅନ୍ତୁ ଏହାର କୁପ୍ରଭାବ ସମ୍ପର୍କରେ

Ratnamani Moharana

1 comment

Leave a Comment