Featured

ମେଦ ବହୁଳତା କୁ ରୋକିବା ପାଇଁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି,ଜାଣନ୍ତୁ ସେ ସମ୍ପର୍କ ରେ

ମେଦ ବହୁଳତା କ୍ୟାନସରର ଆଶଙ୍କାକୁ ବଢ଼ାଇଥାଏ। ପେଟରେ ଥିବା ଅତ୍ୟଧିକ ଚର୍ବି ଅଂଶ ଅଧିକରୁ ଅଧିକ ପ୍ରୋଟିନ୍‌ ସୃଷ୍ଟି କରିବା ସହ କ୍ୟାନସର ସେଲ୍‌ ସୃଷ୍ଟି କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି। ମେଦବହୁଳତା ବିଭିନ୍ନ ପ୍ରକାର କ୍ୟାନ୍‌ସର ସହ ଜଡିତ। ସେଗୁଡିକ ହେଲା, ସ୍ତନ, ପାକସ୍ଥଳୀ, ମୂତ୍ରାଶୟ ଜନିତ, ଜରାୟୁ କିମ୍ବା କିଡ୍‌ନୀ।

ଶରୀରର ଓଜନକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତିତ ଥାଆନ୍ତି  । କିପରି ଓଜନ କମିବ ସେନେଇ ବିଭିନ୍ନ ଉପାୟ ଆପଣାଇଥାନ୍ତି ଲୋକ । ଏପରିକି କିଛି ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ଖାଇବା କମାଇ ଦେଇଥାନ୍ତି ବା ଭୋକରେ ରହିଥାନ୍ତି । କିନ୍ତୁ ଏହାପାଇଁ ମଧ୍ୟ ମହୋଷଧି ବଜାରକୁ ଆସିଛି ।

ବୈଜ୍ଞାନିକ ମାନେ ଏପରି ଏକ ଔଷଧକୁ ବିକଶିତ କରିଛନ୍ତି ଯାହା ମଣିଷକୁ ଭୋକିଲା ନ ରଖି ମଧ୍ୟ ଓଜନ କମାଇବା ସହ ଫ୍ୟାଟ ସେଲ ବ୍ରେକ କ୍ରିୟାକୁ ରୋକିବା ରେ ମଧ୍ୟ  ସାହାର୍ଯ୍ୟ କରିବ ।   ଶରୀରରେ ଥିବା ଚର୍ବିକୁ ମଧ୍ୟ ଶେଷ କରିଦେବ ।

ଗବେଷଣାରୁ ଜଣା ପଡିଛି, ଏହି ଔଷଧ ଶରୀରର ଫ୍ୟାଟ ସେଲରେ ମେଟାବେଲିଜମ ବଢାଇବା ସହ ଶରୀରର ଅତିରିକ୍ତ ଚର୍ବିକୁ ନଷ୍ଟ କରିଦେବ । ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁଯାୟୀ, ଫ୍ୟାଟ ସେଲ ବ୍ରେକ କ୍ରିୟାକୁ ରୋକିବା ପାଇଁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା କୋଷ ଭିତରେ ମେଟାବେଲିଜମ ବଢିବାରେ ସାହାଯ୍ୟ କରେ । ମେଟାବେଲିଜମ ବଢିବା ଦ୍ୱାରା ମୋଟାପଣ ଓ ମେଟାବୋଲିକ ସମ୍ବନ୍ଧୀୟ ରୋଗକୁ ଦୂର କରାଯାଇପାରିବ ।

ଏହି ଔଷଧର ପରୀକ୍ଷା ଏବେ ଏକ ମୂଷା ଶରୀରରେ କରାଯାଇଛି । ମୋଟା ମୂଷାକୁ ଭୋକିଲା ନ ରଖି ତାହା ଶରୀରରେ ଏହି ପରୀକ୍ଷଣ କରାଯାଇଥିଲା । ଏହାଦ୍ୱାରା ମୂଷା ଶରୀରର ଓଜନ କମିବା ସହ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣ ହୋଇଥିବାର ଜଣାପଡିଛି । ଦଶ ଦିନ ମୂଷା ଶରୀରରେ ଏହି ପରୀକ୍ଷଣ କରାଯାଇଥିଲା ଯାହାଦ୍ୱାରା ମୂଷା ଶରୀରର ୭ ପ୍ରତିଶତ ଓଜନ କମ ହୋଇଥିଲା।

ଗବେଷଣା ରୁ ଜଣାପଡିଛି ଯେ ,ବୈଜ୍ଞାନିକମାନଙ୍କ ଦ୍ଵାରା ପ୍ରସ୍ତୁତି ହୋଇଥିବା ଏହି ଔଷଧ  ଖୁବ ସିଘ୍ର ବଜାରକୁ ଆସିବ ବୋଲି ଜଣାପଡିଛି ।

  ପଢନ୍ତୁ ;କେପ୍‌ଟାଉନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୭୨ ରନ୍‌ରେ ପରାସ୍ତ

Related posts

Ruchi Prativa Samman – 2017 At Saheed Bhawan On August 19

ENO Beuro

ରିଲାଏନ୍ସ ଜିଓ ଗ୍ରାହକ ପାଇଁ ଏକ ଖରାପ ଖବର ! ଜାଣନ୍ତୁ କଣ

ENO Beuro

22nd Asian Athletics Championships, The Biggest Sporting Event Inaugurated At Kalinga Stadium

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More