LIFESTYLE

ଆଖିରୁ ପାଣି ବାହାରୁଛି କି ?ଦୃଷ୍ଟି ଶକ୍ତି ହରାଇବାର ସମ୍ଭାବନା ରହିଛି ,ଆସନ୍ତୁ ଜାଣିବା ଘରୋଇ ଉପଚାରରେ କିପରି ଆଖିକୁ ସୁରକ୍ଷିତ ରଖିପାରିବେ

ଆଖି ଶରୀରର ସବୁଠାରୁ ଦରକାରୀ ଅଙ୍ଗ ଅଟେ । ଶୀତ ଦିନରେ ବିଶେଷ ଥଣ୍ଡା ହେତୁ ଆଖିରୁ ପାଣି ବାହାରିଥାଏ । ଏହା ଡ୍ରାଇ ଆଇ ସିଣ୍ଡ୍ରୋମର ସଙ୍ଗେତ ହୋଇପାରେ । ଏହା ଦ୍ୱାରା ଆଖିରୁ ପାଣି ବାହାରିବା, ଲାଲ ଦେଖାଯିବା ଓ ଦରଜ ଲାଗିବା ଭଳି ସମସ୍ୟା ଦେଖାଯାଇଥାଏ । ଠିକ ସମୟରେ ଏହାର ଚିକିତ୍ସା କରାନଗଲେ ଭବିଷ୍ୟତରେ ଦୃଷ୍ଟି ଶକ୍ତି ହରାଇବାର ସମ୍ଭାବନା ରହିଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ କିଛି ଘରୋଇ ଉପଚାର ମଧ୍ୟ କରିବା ଉଚିତ । ଯାହା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ ।

  1. ହାତ ଦ୍ୱାରା ଆଖିକୁ ସଂକ୍ରମଣ ହୋଇପାରେ । ଆଖିରେ ଦରଜ,ଜଳାପୋଡ଼ା ଏବଂ କୁଣ୍ଡାଇ ଆଦି ସମସ୍ୟା ସୃଷ୍ଟି ହେଲେ ପରିଷ୍କାର ଜଳରେ କପଡ଼ାକୁ ଭିଜାଇ ଆଖିକୁ ସଫା କରନ୍ତୁ । ଏହା ଦ୍ୱାରା ଆଖିକୁ କୌଣସି ପ୍ରକାରର ରୋଗ ହୋଇନଥାଏ ।
  2. ପରିଷ୍କାର ଜଳରେ ୧ ଚାମଚ ବେକିଂ ସୋଡ଼ା ପକାଇ ଗରମ କରନ୍ତୁ । ସାମାନ୍ୟ ଗରମ ଥିବା ସମୟରେ ଏହି ଜଳରେ ଆଖିକୁ ଧୋଇଦିଅନ୍ତୁ । ଏହାଦ୍ୱାରା ଆରାମ ମିଳିବ ।
  3. ପିପରମେଂଟ ଚା’ ପତିକୁ କିଛି ସମୟ ଗରମ ପାଣିରେ ଭିଜାଇ ଦିଅନ୍ତୁ । ଧୀରେ ଧୀରେ ଏହାର ବାଷ୍ପକୁ ଆଖି ସଂସ୍ପର୍ଶରେ ଆଣନ୍ତୁ । ଧ୍ୟାନ ରଖିବେ ଯେପରି ପାଣି ଅଧିକ ଗରମ ନଥିବ ।
  4. କେତେକ ସମୟରେ ଆଖିରେ ଜଳାପୋଡ଼ା ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯାଏ । ପ୍ରତିଦିନ ଆଖି ତଳେ ଏବଂ ଆଖପାଖରେ ନଡ଼ିଆ ତେଲ ମାଲିସ କରନ୍ତୁ । ଏହା ଦ୍ୱାରା ଆଖିରେ ଥିବା ମଇଳା ସଫା ହୋଇଥାଏ ।
  5. ତୁଳାକୁ ଦୁଗ୍ଧରେ ବୁଡ଼ାଇ ଆଖି ଚତୁଃପାଶ୍ୱର୍ରେ ଧୀରେ ଧୀରେ ଘଷନ୍ତୁ । ସକାଳ ଓ ସଂଧ୍ୟାରେ ପ୍ରତିଦିନ ଏଭଳି କରିବା ଦ୍ୱାରା ଆରାମ ମିଳିଥାଏ ।
  6. କଂଚା ଆଳୁ ମଧ୍ୟ ଆଖି ସମସ୍ୟାରୁ ମୁକ୍ତି ଦେଇଥାଏ । ଆଳୁକୁ ପତଳା କରି କାଟି ଫ୍ରିଜରେ ରଖନ୍ତୁ । ଏହାପରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତୁ ଏହାକୁ ଆଖି ଉପରେ ରଖନ୍ତୁ । ୨ରୁ ୩ ଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ ।

ପଢନ୍ତୁ ;

ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିଲା ଲଗାମ୍ : ଆଧାର ନମ୍ବର ହେଲା ବାଧ୍ୟତାମୂଳକ

Related posts

ରୋଷେଇ କରୁଥିବା ସମୟରେ ମହିଳାମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ଯଦି ମାସେ ପର୍ଯ୍ୟନ୍ତ ସବୁଦିନ ଗୋଟେ କଦଳୀ ଖାଇବେ ତେବେ ଜାଣନ୍ତୁ କ’ଣ ହେବ ଆପଣଙ୍କ ସହ

ENO Beuro

ନିଜ ମନ ପସନ୍ଦ ଝିଅର ଫୋନନମ୍ବର ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହି ସବୁ ଟିପ୍ସ 

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More