LIFESTYLE

ଆସନ୍ତୁ ଜାଣିବା, ଶୀତଦିନେ ଓଠର ଯତ୍ନ କିପରି ନେବା ?

ଶୀତଦିନେ ଓଠ ଫାଟି ଥାଏ। ତେଣୁ ତାକୁ ସଫ୍ ଓ କୋମଳ ରଖିବାକୁ ହେଲେ ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ.. –

ସଫ୍ଟ ଓଠ ପାଇଁ ପ୍ରଥମେ ଗୋଟେ ଚାମଚ ମହୁ ଓ ଲେମ୍ବୁ ରସକୁ ଭଲ ଭାବେ ମିକ୍ସ କରନ୍ତୁ  ତାପରେ ଓଠରେ ଲଗାଇ ୧୦-୧୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।ଦେଖିବେ ଓଠ ସଫ୍ ଓ କୋମଳ ରହିବ ।

ଏକ ବିଟ୍ ନେଇ ଚୋପା ଛଡେଇ ଦିଅନ୍ତୁ । ଏହି ବିଟକୁ କୋରି ତାର ଜୁସ୍ ବାହାର କରନ୍ତୁ ।
ଏକ ଛୋଟ ପାତ୍ରରେ ୨ ଚାମଚ ବିଟ୍ ଜୁସ୍ ନେଇ ସେଥିରେ ଏକ ଚାମଚ ନିଆଡ ତେଲ ବା ଅଲିଭ ତେଲ ଏକ ଚାମଚ ଭେସଲିନ୍ ବା  ଏବଂ ଦୁଇଟି ଭିଟାମିନ ଇ କ୍ୟାପସୁଲ ତେଲ ଗୋଳାଇ ଦିଅନ୍ତୁ । ଘରୋଇ ଉପାୟରେ ଲିପବାମ୍ ପ୍ରସ୍ତୁତ ହୋଇଗଲା ।

ରାତିରେ ଶୋଇବା ପୂର୍ବରୁ ପ୍ରଥମେ ଓଠକୁ ସ୍କ୍ରବ୍ କରବା ଭୁଲନ୍ତୁ ନାହିଁ ।

ସେଥିପାଇଁ ଏକ ଚାମଚ ଚିନି ଏବଂ ମହୁ ନେଇ ଭଲ ଭାବରେ ମିଶାଇ ଓଠରେ ଧୀରେ ଧୀରେ ମସାଜ କରନ୍ତୁ । ପରେ ପାଣିରେ ଧୋଇ ଓଠକୁ ପୋଛି ଦିଅନ୍ତୁ ଏବଂ ଲିପବାମ୍ ଲଗାଇ ଶୋଇ ପଡନ୍ତୁ ।

ଏହିପରି କରିବା ଦ୍ଵାରା  ଆପଣ ଫରକ ଦେଖିପାରିବେ । ଓଠ ନରମ, କୋମଳ ହେବା ସହ ଗୋଲାପି ହୋଇଥାଏ । ଏହି ଲିପବାମ୍ ଆପଣ ଷ୍ଟୋର କରି ରଖି ପାରିବେ ।

ପଢନ୍ତୁ;

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷଣାକୁ ନେଇ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କ ପ୍ରଶ୍ନ, ଲୋଡିଲେ ସହାୟତା

Related posts

ଆସନ୍ତୁ ଜାଣିବା ଖରା ଦିନେ ଘରକୁ କିପରି ଥଣ୍ଡା ରଖିବେ

ENO Beuro

ଗରମ ଦିନେ ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି ? ଟ୍ରାଏ କରନ୍ତୁ ଏହି ପରିବା

ENO Beuro

1 comment

Leave a Comment