ଆପଣଙ୍କୁ ଅତ୍ୟଧିକ ହାକୁଡି ଆସୁଛି କି? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର!

hicuup

ସାଧାରଣତଃ ହାକୁଡି ଆସିଥିଲେ କେତେକ ଲୋକ କହିଥାନ୍ତି ଦୁଇ ତିନି ଗ୍ଲାସ୍ ପାଣି ପିଇ ଏହାକୁ ଅଟକାଇ ଦେବାକୁ। କିନ୍ତୁ ସବୁବେଳେ ଏହି ଉପାୟ କାମ ଦେଇନଥାଏ।

ତେବେ ହାକୁଡି ସମସ୍ୟାରୁ ମୁକ୍ତି ପାଇବାକୁ ଜାଣିରଖନ୍ତୁ ଏହି ଘରୋଇ ଉପଚାର-

  • ଲେମ୍ବୁ-ହାକୁଟି ବନ୍ଦ ପାଇଁ ଲେମ୍ବୁ ବେଶ ଲାଭଦାୟକ। ଏହାର ଖଟା ସ୍ୱାଦ ଗ୍ରନ୍ଥିଗୁଡ଼ିକୁ ଟିକେ ଉତ୍ତେଜିତ କରି ହାକୁଟି ବନ୍ଦ କରିବାରେ ସହାୟତା କରିଥାଏ। ଅଧାଚାମଚ ଲେମ୍ବୁରସ ପାଣି ନ ମିଶାଇ ପାଟିରେ କିଛି ସମୟ ପାଇଁ ରଖନ୍ତୁ, ହାକୁଟି ଉଠିବା ବନ୍ଦ ହୋଇଯାଏ।

hicuup

  • ଅଳେଇଚ-ଏକ ଚାମଚ ଅଳେଇଚ ଗୁଣ୍ଡ ଗୋଟେ ଗ୍ଲାସ୍ ଗରମ ପାଣିରେ ଭଲ ଭାବେ ମିଶାଇ ଦିଅନ୍ତୁ। ପନ୍ଦର ମିନିଟ୍ ପର୍ୟ୍ୟନ୍ତ ତାକୁ ଛାଡ଼ି ଦିଅନ୍ତୁ। ତା’ପରେ ତାକୁ ଛାଣି ଦିଅନ୍ତୁ ଏବଂ ପିଅନ୍ତୁ। ଦେଖିବେ ହାକୁଟି ଉଠିବା ବନ୍ଦ ହେଇଯିବ।
  • ଅଁଳା ଓ ମିଶ୍ରି- ହାକୁଡି ବନ୍ଦ କରିବାକୁ ଅଁଳା ରସ କିମ୍ବା ଅଁଳା ସହ ମିଶ୍ରି ମିଶାଇ ମଧ୍ୟ ପଈପାରିବେ।
  • ଚିନି ଓ ପୋଦିନା-ଚିନି ସହ କିଛି ପୋଦିନା ପତ୍ର ସେବନ କରନ୍ତୁ।
  • ଗୋଲମରିଚ ଓ ମିଶ୍ରି-ଦୁଇ ତିନିଟି ଗୋଲମରିଚ ସହ ଚିନି କିମ୍ବା ମିଶ୍ରିକୁ ପାଟିରେ ପକାଇ ଧୀରେ ଧୀରେ ତାକୁ ଚୋବାଇ ଢୋକନ୍ତୁ। ଏହାଦ୍ଵାରା ହାକୁଡି ବନ୍ଦ ହୋଇଯାଇଥାଏ।

ପଢନ୍ତୁ; ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ରହୁଥିବା ଦାଗକୁ ଦୂର କରିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More