Recipes & Food

 ଘରେ କିପରି ତିଆରି କରିବେ ବନ୍ଧାକୋବି ଆଚାର ଜାଣନ୍ତୁ ? 

ଆବଶ୍ୟକ ସାମଗ୍ରୀ :-

ଛୋଟ ବନ୍ଧାକୋବି ଗୋଟିଏ, ତେନ୍ତୁଳି କାଗଜି ଲେମ୍ବୁ ସାଇଜର ଟେଳାଏ. ଲୁଣ, ହଳଦୀ, ସୋରିଷ 2ଚାମଚ, ରିଫାଇନ୍ ତେଲ 100 ଗ୍ରାମ, ମେଥି ଏକ ଚାମଚ, ଲଙ୍କା ଗୁଣ୍ଡ ଦୁଇ ଚାମଚ, ଶୁଖିଲା ଲଙ୍କା ଚାରିଟା, ହେଙ୍ଗୁ ଛୋଟ ଖଣ୍ଡ ।

ପ୍ରଣାଳୀ :-

ବନ୍ଧାକୋବି ଉପର ପତ୍ର ୩/୪ଟି ଖୋଲି ନେଇ ଏହାକୁ କାଟିଦିଅ । ଏହାକୁ ଚୁନା ଚୁନା କରି କାଟ । ସେଥିରେ ଲୁଣ ହଳଦୀ ଗୋଳାଇ ଦୁଇ ଘଣ୍ଟା ରଖ ।  ଦୁଇ ଘଣ୍ଟା ପରେ ଏହାକୁ ତେନ୍ତୁଳି ସହ ବାଟିଦିଅ ।  ସେଥିରେ ଲଙ୍କା ଗୁଣ୍ଡ ମିଶାଅ ।  ସୋରିଷ ଏକ ଚାମଚ, ମେଥି ଏକ ଚାମଚ, ହେଙ୍ଗୁକୁ ଭାଜି ଗୁଣ୍ଡ କରି ସେଥିରେ ମିଶାଇ ଲଙ୍କା ଗୋଟା ଗୋଟା ପକାଇ ଭାଜ ଏବଂ ସୋରିଷ ଏକ ଚାମଚ ଫୁଟାଅ । ସୋରିଷ ଫୁଟିଲେ କଡାଇ ତଳକୁ ଓହ୍ଲାଇ ଥଣ୍ଡା କରି ନିଅ । ବନ୍ଧାକୋବି ବଟା ସାଥିରେ ଏହାକୁ ମିଶାଇ ନିଅ । ଏହା ଦୁଇ ମାସ ପର୍ଯ୍ୟନ୍ତ ରହିବ ।

ପଢନ୍ତୁ ;

ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍ ଟ୍ରେନ୍‌

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ଗରମାଗରମ୍‌ ‘ମୁଗ ପକୋଡ଼ା’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘କର୍ନ୍‌ ଟୋଫୁ ରୋଲ୍‌’

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବସାଦହି ମଟନ୍‌

ENO Beuro

Leave a Comment