Recipes & Food

ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍ ସାଲାଡ୍ !

ଆବଶ୍ୟକ ସାମଗ୍ରୀ :-

ଅଧା ଛୋଟ ଚାମଚ ଗୋଲମିରିଚ, ଅଧା କିଲୋ ଚିକେନ, ଦୁଇଟି ବଡ ଚାମୁଚ ତନ୍ଦୁରୀ ପେଷ୍ଟ, ଦୁଇ ବଡ ଚାମୁଚ ସସ୍, ଗୋଟିଏ ଚାମଚ ନାଲୀ ଲଙ୍କା ଗୁଣ଼୍ଡ, ଗୋଟିଏ ବଡ ଚାମୁଚ ଧନିଆ ପାଉଡର, ଦୁଇଚାମୁଚ ଲେମ୍ବୁ ରସ, ସ୍ୱାଦ ଅନୁସାରେ ଲୁଣ, ତେଳ ଆବଶ୍ୟକ ଅନୁସାରେ ଓ ଭିନେଗାର  । ଗୋଟିଏ କପ୍  ଛୋଟ ଛୋଟ କଟା ହୋଇଥିବା କୋବି, ଗୋଟିଏ କପ୍ ଟମାଟର, ଅଧା ପିଆଜ, ଅଧା କପ୍ ମୂଳା, ଅଧା କପ୍ ଗାଜର ଓ ଅଧା କପ୍ ସିମଲା ଲଙ୍କା । ସମସ୍ତଙ୍କୁ ଛୋଟଛୋଟଖଣ୍ଡରେ କାଟି ରଖିଦିଅନ୍ତୁ ।

ପ୍ରଣାଳୀ :-

  • ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ଗୋଟିଏ ପାତ୍ରରେ ରଖନ୍ତୁ ।
  • ମିଡିଅମ୍ ଆଞ୍ଚଲରେ ଗୋଟିଏ ପ୍ୟାନ ଗରମ କରନ୍ତୁ ।
  • ଗୋଟିଏ ପାତ୍ରରେ ଗୋଟିଏ ବଡ ଚାମଚ ଲେମ୍ବୁ ରସ, ହଟ୍ ସସ, ଅଧା ଚାମଚ ଭିନେଗାର, ଲୁଣ ଓ ଗୋଲମରିଚକୁ ପକାଇ ଗୋଳାଇ ଦିଅନ୍ତୁ ।

 

  • ଆଉ ଗୋଟିଏ ପାତ୍ରରେ ତନ୍ଦୁର ପେଷ୍ଟ, ସସ୍, ନାଲୀ ଲଙ୍କା ପାଉଡର, ଧନିଆ ପାଉଡର, ବଞ୍ଚି ଥିବା ଭିନେଗାର, ଲେମ୍ବୁ ରସ ଓ ତେଲ ପକାଇଭଳ ଭାବରେ ଗୋଳାଇ ଦିଅନ୍ତୁ ।
  • ଏବେ ଚିକେନ୍ ଉପରେ ଭଲ ଭାବରେ ପ୍ରସ୍ତୁତ ହୋଇଥିବା ସସର ମିଶ୍ରଣ ଲଗାନ୍ତୁ ।
  • ଚିକେନକୁ ପ୍ୟାନରେ ପକାଇ ଘାଣ୍ଟନ୍ତୁ
  • ଚିକେନ୍ ନରମ ହେବା କ୍ଷଣୀ ଏହାକୁ ବାହାର କରି ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ
  • ଏବେ ଗୋଟିଏ ବାଉଲରେ କୋବି,ଟମାଟର, ପିଆଜ, ମୁଳା, ଗାଜର ଓ ସିମଳା ଲଙ୍କାକୁ ନେଇଭଲ ଭାବରେ ଗୋଳାଇ ଦିଅନ୍ତୁ

ପଢନ୍ତୁ ;

ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

Related posts

ଲଚ୍ଛା ପରଟାର ସ୍ଵାଦ ନିଆରା! ଆସନ୍ତୁ ଜାଣିବା କେମିତି ତିଆରି କରିବା ଲଚ୍ଛା ପରଟା

ENO Beuro

ପ୍ରସ୍ତୁତ କରନ୍ତୁ କଦଳୀ ମଞ୍ଜା କଟ୍‌ଲେଟ୍, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଗରମ ଗରମ ପନିର ମଞ୍ଚୁରିଆନ୍! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment