Recipes & Food

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଏଗ ଫ୍ରାଏଡ ରାଇସ

ରୋଷେଇ ଘରର ମୁଖ୍ୟ ଖାଦ୍ୟ ହେଉଛି ଅନ୍ନ । ତେଣୁ ଅନ୍ନକୁ ନେଇ ବିଭିନ୍ନ ପ୍ରକାରର ଡିସ ପ୍ରସ୍ତୁତ କରାଯାଏ । ଆପଣ ମଧ୍ୟ ଘରେ ରେଷ୍ଟୁରାଂଟ ଭଳି ଖାଦ୍ୟ ପ୍ରସ୍ତୁତ କରିପାରିବେ । ତେବେ ଚାଲନ୍ତୁ ଅନ୍ନକୁ ନେଇ ଜାଣିବା ଏଗ ଫ୍ରାଏଡ ରାଇସର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ :-

ତେଲ, ପିଆଜ, ରସୁଣ ପେଷ୍ଟ, ଗାଜର ଗ୍ରାମ, ଗ୍ରୀନ ମଟର ଗ୍ରାମ, ପିଆଜ ଶଣ୍ଢା, ଅଣ୍ଡା, ସୋୟା ସସ, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅନ୍ନ ।

ପ୍ରଣାଳୀ :-

ପ୍ୟାନରେ ତେଲ ଗରମ କରି କଟା ପିଆଜ ପକାନ୍ତୁ । ଏହାପରେ ରସୁଣ ପେଷ୍ଟ ପକାଇ ୨ରୁ ୩ ମିନିଟ ପାଇଁ ଭାଜନ୍ତୁ । ରଙ୍ଗ ପରିବର୍ତ୍ତନ ହେବା ପରେ କଟା ଗାଜର,ମଟର ଓ ପିଆଜ ଶଣ୍ଢା ପକାଇ ୭ରୁ ୧୦ ମିନିଟ ପାଇଁ ଭାଜନ୍ତୁ ।

ଏହି ସମୟରେ ଅନ୍ୟ ଏକ ପ୍ୟାନରେ ଅଣ୍ଡାକୁ ପକାଇ ଅମଲେଟ କରନ୍ତୁ । ଏହା ହୋଇଯିବା ପରେ ପୂର୍ବ ମିଶ୍ରଣ ଥିବା ପ୍ୟାନରେ ପକାନ୍ତୁ । ଏହାପରେ ଏଥିରେ ୨ ଚାମଚ ସୋୟା ସସ,ଲୁଣ,ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ପିଆଜ ଶଣ୍ଢା ପକାଇ ୫୦୦ ଗ୍ରାମ ଅନ୍ନ ପକାନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଏଗ ଫ୍ରାଏଡ ରାଇସ ।

ପଢନ୍ତୁ ;

କେମିତି ତିଆରି କରିବେ ଅଣ୍ତାରୁ ପନିର ତରକାରୀ ଜାଣନ୍ତୁ ?

Related posts

ଆସନ୍ତୁ ଘରେ ପ୍ରସ୍ତୁତ କରିବା ବନ୍ଧା କୋବି ସନ୍ତୁଳା

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୋପ୍ତା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ପ୍ରସ୍ତୁତ କରନ୍ତୁ ‘ମେଥି ପନୀର୍‌’, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

Leave a Comment