ଘରେ ପ୍ରସ୍ତୁତ କରନ୍ତୁ ଏଗଲେସ ଟମାଟୋ ଅମଲେଟ

ଆବଶ୍ୟକ ସାମଗ୍ରୀ :-

ବେସନ,ଛୋଟ କଟା ଟମାଟୋ,ପିଅଜ,କଟା ଅଦା,କଂଚା ଲଙ୍କା,ଧନିଆ ପତ୍ର,ଲଙ୍କା ଗୁଣ୍ଡ,ହେଙ୍ଗୁ,ହଳଦୀ,ଗରମ ମସଲା ଗୁଣ୍ଡ,ଲୁଣ,ତେଲ ଓ ଆବଶ୍ୟକୀୟ ଜଳ ।

ପ୍ରଣାଳୀ :-

ଏକ ବଡ଼ ବାଉଲରେ ବେସନ,ଟମାଟୋ,ପିଆଜ,ଧନିଆ ପତ୍ର ଓ ଅଦା ମିଶାନ୍ତୁ । ଏହାପରେ ହେଙ୍ଗୁ,ହଳଦୀ,ଲଙ୍କା ଗୁଣ୍ଡ,ଗରମ ମସଲା ଓ ଆବଶ୍ୟକୀୟ ଲୁଣ ପକାନ୍ତୁ । ଜଳ ପକାଇ ଭଲ ଭାବରେ ମିଶାନ୍ତୁ ଓ ଏକ ବ୍ୟାଟର ପ୍ରସ୍ତୁତ କରନ୍ତୁ ।

ଏହାପରେ ପ୍ୟାନ ଗରମ କରି କିଛି ତେଲ ପକାନ୍ତୁ ଓ ଅମଲେଟ ତିଆରି କରିବା ଭଳି ଏହାକୁ ମଧ୍ୟ ପ୍ରସ୍ତୁତ କରନ୍ତୁ । ଏହି ସମୟରେ ଅମଲେଟ ଉପରେ କିଛି ତେଲ ମଧ୍ୟ ଛିଂଚି ପାରିବେ । ଏହିଭଳି ପ୍ରସ୍ତୁତ କରନ୍ତୁ ଏଗଲେସ ଅମଲେଟ । ଏହାକୁ ଟମାଟୋ ସସ ସହିତ ସର୍ଭ କରିପାରିବେ ।

ପଢନ୍ତୁ ;

ବହୁ ଲୋକଙ୍କ ମନ ପସନ୍ଦ ଦହିବରା ,ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ପନିର ଦହିବରା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More