ଘରେ କିପରି ତିଆରି କରିବେ ମାଛ ମୁଣ୍ଡ ଛେଞ୍ଚଡ଼ା ଜାଣନ୍ତୁ ?

ଆବଶ୍ୟକ ସାମଗ୍ରୀ :-

ଭାକୁରମାଛ ମୁଣ୍ଡ,  ଆଳୁ,  ବାଇଗଣ,  ପୋଇ,  ବୋଇତ କଖାରୁ,  ପିଆଜ,  ଟମାଟୋ,  ରସୁଣ ଓ ଅଦା ପେଷ୍ଟ,  ଜିରା ଓ ଲଙ୍କା ଗୁଣ୍ଡ,  ତେଜପତ୍ର,  ତେଲ, ଲୁଣ,  ହଳଦୀ ଓ ଗରମ ମସଲା ।

ପ୍ରଣାଳୀ :-

ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଲମ୍ବା ଭାବରେ କଟା ଯାଇଥିବା ପୋଇ, ବାଇଗଣ, ଆଳୁ ଓ କଖାରୁ ପକାଇ ଭାଜନ୍ତୁ । ପରିବା ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଏହାପରେ ସେଥିରେ ତେଲ ଦେଇ ଭାକୁର ମାଛ ମୁଣ୍ଡ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ମୁଣ୍ଡ ଭଲରେ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରରେ କାଢି ଭାଙ୍ଗି ଦିଅନ୍ତୁ ।

ଅନ୍ୟ ଏକ କଡେଇରେ ତେଲ ଗରମ କରି ସେଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ ଗୋଳାଇ ଦିଅନ୍ତୁ । ତା’ପରେ ସେଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହା ପରେ ତେଜପତ୍ର ଓ କଟାଯାଇଥିବା ଟମାଟୋ ପକାଇ କଷନ୍ତୁ ।

ମସଲାରୁ ବାସନା ଉଠିଲେ ଭାଜି ହୋଇଯାଇଥିବା ପୋଇ, ବାଇଗଣ, ଆଳୁ ଓ କଖାରୁ ପକାଇ ଗୋଳାଇ ଦିଅନ୍ତୁ। ପରିବା ସିଝି ଆସିଲେ ଭଜା ମାଛ ମୁଣ୍ଡ ସେଥିରେ ପକାନ୍ତୁ। ଶେଷରେ ଜିରା ଲଙ୍କା ଗୁଣ୍ଡ, ଅଳ୍ପ ଚିନି ଓ ଗରମ ସମଲା ଦେଇ ଓହ୍ଲାଇ ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ମାଛ ମୁଣ୍ଡ ଛେଞ୍ଚଡ଼ା ।

ପଢନ୍ତୁ ;

ଆସନ୍ତୁ ଜାଣିବା ବ୍ରେଡରେ କିପରି ପ୍ରସ୍ତୁତ କରିବେ ଗୁଲାବ ଜାମୁନ

ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଲମ୍ବା ଭାବରେ କଟା ଯାଇଥିବା ପୋଇ, ବାଇଗଣ, ଆଳୁ ଓ କଖାରୁ ପକାଇ ଭାଜନ୍ତୁ - 90%

90%

ଅନ୍ୟ ଏକ କଡେଇରେ ତେଲ ଗରମ କରି ସେଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ ଗୋଳାଇ ଦିଅନ୍ତୁ - 88%

88%
89%

Very Good!

ଘରେ କିପରି ତିଆରି କରିବେ ମାଛ ମୁଣ୍ଡ ଛେଞ୍ଚଡ଼ା ଜାଣନ୍ତୁ ?

ଭାକୁରମାଛ ମୁଣ୍ଡ,  ଆଳୁ,  ବାଇଗଣ,  ପୋଇ,  ବୋଇତ କଖାରୁ,  ପିଆଜ,  ଟମାଟୋ,  ରସୁଣ ଓ ଅଦା ପେଷ୍ଟ,  ଜିରା ଓ ଲଙ୍କା ଗୁଣ୍ଡ,  ତେଜପତ୍ର,  ତେଲ, ଲୁଣ,  ହଳଦୀ ଓ ଗରମ ମସଲା । 

No Votes Yet

You're not rated yet