• Home
  • Recipes & Food
  • ଆସନ୍ତୁ ଜାଣିବା ଘରେ କିପରି ବନେଇବେ ମାଲପୁଆ !
Recipes & Food

ଆସନ୍ତୁ ଜାଣିବା ଘରେ କିପରି ବନେଇବେ ମାଲପୁଆ !

ଭାରତୀୟମାନେ ବହୁତ ମିଠା ପ୍ରିୟ । ଭଳିକି ଭଳି ମିଠା ଖାଇବାକୁ ଭଲ ପାଇଥାନ୍ତି । ଖାସକରି ରସଗୋଲା, ଗୋଲାପଜାମ, ମାଲପୁଆ, ରସମଲେଇ, ବୁନ୍ଦି, ଦାନାଦର ଛେନାପୋଡ଼ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି । ଦୋକାନରେ ମିଳୁଥିବା ଏହି ମିଠା ବନାଇବା ଏତେ ବି କଷ୍ଟ ନୁହେଁ । ଆପଣ ଚାହିଁଲେ ଘରେ ବି ଏହାକୁ ବନାଇ ପାରିବେ। ଆସନ୍ତୁ ଜାଣିବା ମାଲପୁଆ କିପରି ବନେଇବେ ।

ଆବଶ୍ୟକ ସାମଗ୍ରୀ :-

ତେଲ , ଲୁଣ , ମଇଦା , ପାନ ମଧୁରୀ , ବାଦାମ , କଦଳୀ , ଚିନି , ଖାଇବା ସୋଢ଼ା , ଗୁଜରାତି ଗୁଣ୍ଡ

ପ୍ରଣାଳୀ :-

ପ୍ରଥମେ କିଛି ମଇଦାକୁ ଗୋଟିଏ ପାତ୍ରରେ ପାଣିରେ ଗୋଳାନ୍ତୁ । ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ ଓ ପରେ ତାକୁ ଭଲ ଭାବରେ ଗୋଳାନ୍ତୁ । ଏହାପରେ ଖାଇବା ସୋଢ଼ା ପକାନ୍ତୁ । ତାକୁ ଭଲ ଭାବରେ ଗୋଳାଇବା ପରେ କିଛି ସମୟ ରଖି ଦିଅନ୍ତୁ ।

ପାନ ମଧୁରୀ ଓ ବାଦାମ ପକାନ୍ତୁ । ଏହାସହ କିଛି କଦଳୀ ପକାଇ ଗୋଳାନ୍ତୁ । ପରେ  କଢେଇରେ ତେଲ ଗରମ କରନ୍ତୁ । ଏହି ପେଷ୍ଟକୁ ପିଠା କରିବା ଭଳି ପତଳା କରି ପକାନ୍ତୁ । ନାଲି ଅଂଶ ଆସିବ ଯାଏଁ ତାକୁ ଏପଟସେପଟ ଲେଉଟାନ୍ତୁ। ଉଭୟ ପାଖ ନାଲି ହୋଇଗଲା ପରେ ତାଙ୍କୁ ପ୍ଲେଟ୍‌ରେ କାଢ଼ି ଆଣନ୍ତୁ ।

ତାପରେ ଗୋଟିଏ ପାତ୍ରରେ ଚିନି ଶିରା କରନ୍ତୁ । ଚିନି ଶିରାରେ କିଛି ଗଜରାତି ଗୁଣ୍ଡ ପକାନ୍ତୁ । ପରେ ସେହି ଚିନି ଶିରାରେ ଛଣା ଯାଇଥିବା ମାଲପୁଆ ପକାନ୍ତୁ । ତାକୁ କିଛି ସମୟ ଶିରାରେ ବୁଡାଇ ରଖନ୍ତୁ । ତା’ରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ମାଲପୁଆ ।

ଆସନ୍ତୁ ଜାଣିବା ଘରେ କିପରି ବନେଇବେ ମାଲପୁଆ ! malpua

ପଢନ୍ତୁ ;

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଭେଜିଟେବଲ କଟଲେଟ୍‌

Related posts

ଘରେ କିପରି ପ୍ରସ୍ତୁତ କରନ୍ତୁ ଥାଇ କାଜୁ ଚିକେନ ?ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

Krishna Kumar Manoj

ଆସନ୍ତୁ ଜାଣିବା କେମିତି ତିଆରି କରିବା ପାଲକ୍‌ ପନିର ?

Krishna Kumar Manoj

ଘରେ ତିଆରି କରନ୍ତୁ ଭେଜିଟେବଲ୍‌ ଚପ୍‌,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More