Recipes & Food

ଆସନ୍ତୁ ଜାଣିବା କେମିତି ତିଆରି କରିବେ ମଶରୁମ ପନୀର ପଲାଉ

ପଲାଉ ଗୋଟେ ଏମିତି ଖାଦ୍ୟ ଯାହାକି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ । ବିଶେଷ କରି ଛୋଟ ପିଲାଙ୍କୁ ବହୁତ ଭଲ ଲାଗିଥାଏ । ଆପଣ ଜାଣିଛନ୍ତି କି ମଶରୁମ ପନୀର ପଲାଉ କେମିତି ତିଆରି ହୁଏ । ତେବେ ଆସନ୍ତୁ ଜାଣିବା କେମିତି ତିଆରି କରିବା ଆପଣଙ୍କର ମନ ପସନ୍ଦର ସ୍ୱାଦିଷ୍ଟ ମଶରୁମ ପଲାଉ ।

ଆବଶ୍ୟକୀୟ ସାମଗ୍ରୀ :-

ବାସୁମତୀ ଚାଉଳ ୨ କପ୍ , ବଟନ ମଶରୁମ ଏକ କପ , ଛୋଟ ଛୋଟ ଖଣ୍ଡ ପନିର ଏକ କପ୍ ,  ପିଆଜ ଚୁନା ଚୁନା କଟା ୨ ଟି , ବିଲାତି ପେଷ୍ଟ , ଗରମ ମସଲା ପାଉଡର ଏକ ବଡ ଚାମଚ , ଅଦା- ରସୁଣ ବଟା ଏକ ଚାମଚ , ଘିଅ ୫ ଚାମଚ , ଧନିଆ ପତ୍ର ଏକ ଚାମଚ , ପୁଦିନା ଏକ ଚାମଚ ,  ଅଳ୍ପ ଡାଳ ଚିନି ,  ଲବଙ୍ଗ ଓ ଗୁଜିରାତି, କାଜୁ ବଟା ୨ ଚାମଚ ଏବଂ ସ୍ୱାଦ ଅନୁସାରେ ଲୁଣ ।

ପ୍ରଣାଳୀ :-

ପ୍ରଥମେ ଚାଉଳକୁ ଧୋଇ ଅଧ ଘଂଟା ବତୁରାଇ ରଖନ୍ତୁ । କଡେଇରେ ଦୁଇ ଚାମଚ ଘିଅ ପକାଇ ଗରମ କରି ସେଥିରେ ଗୋଟା ମସଲାକୁ ସାମାନ୍ୟ ଭାଜନ୍ତୁ । ଏହାପରେ ସେଥିରେ କଟା ହୋଇଥିବା ପିଆଜକୁ ପକାଇ ଭାଜନ୍ତୁ । ତା ପରେ ସେଥିରେ ଅଦା- ରସୁଣ ବଟା ଓ ବିଲାତି ପେଷ୍ଟ ପକାଇ କଷନ୍ତୁ ।

ମସଲାରୁ ବାସ୍ନା ଆସିଲେ  ସେଥିରେ ମଶରୁମ୍, ପନୀର କ୍ୟୁବ୍ ଏବଂ ଗରମ ମସଲା ପାଉଡର ପକାନ୍ତୁ । କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ମିଶାନ୍ତୁ । ହାଲୁକା ଆଂଚ କରି ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ ।

ପଲାଉ କରିବା ପାଇଁ ବଳକା ଥିବା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ । ଏଥର ଚାରି କପ୍ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ । ଭାତ ହୋଇଯିବା ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ଆଉ ଏକ ବଡ ହାଣ୍ଡି ନେଇ  ଭାତ ଏବଂ ଆଗରୁ ପ୍ରସ୍ତୁତ ହୋଇଥିବା ପନିର ଓ ମଶରୁମ ମସଲା ଭଲ କରି ଗୋଳାଇ ହାଲକା ଆଂଚରେ ଅଳ୍ପ ସମୟ ବସାନ୍ତୁ । ବାସ୍ନା ଆସିଲେ ଗ୍ୟାସରୁ ଓହ୍ଲାଇ କାଢି ଆଣି ପରଷନ୍ତୁ । ଆପଣଙ୍କର ହେଇଗଲା ସ୍ୱାଦିଷ୍ଟ ପଲଉ ।

ପଢନ୍ତୁ ;

ଏପ୍ରିଲ ୧ରୁ ତାତିରୁ ଆଶ୍ଵସ୍ତି , ଆଜି କାଳବୈଶାଖୀ ସମ୍ଭାବନା

Related posts

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଠ କାଶ୍ମୀରି ଚିକେନ୍‌ ପଲଉ

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ସାଉଥ୍‌ ଇଣ୍ଡିଆନ୍‌ ଭେଜ୍‌ ପନିୟାରମ୍‌

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଆଚାରୀ ଚିକେନ”

Ratnamani Moharana

1 comment

Leave a Comment