Recipes & Food

ମୂଳା ଦହିବରା କିପରି ତିଆରି କରିବେ ଆସନ୍ତୁ ଜାଣିବା

ବହୁ ଲୋକଙ୍କ ମନ ପସନ୍ଦ ଦହିବରା ।  ହେଲେ ଆପଣ କେବେ ମୂଳା  ଦହିବରା ଖାଇଛନ୍ତି କି ? ଯଦି ଖାଇନାହାନ୍ତି ତେବେ ଆସନ୍ତୁ ସହଜ ଉପାୟରେ ତିଆରି କରିବା ମୂଳା  ଦହିବରା । ଏହାକୁ ଆପଣ ବହୁତ ସହଜ ଉପାଯରେ ଘରେ  ତିଆରି କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ତିଆରି କରିବେ ମୂଳା ଦହିବରା ।

ଆବଶ୍ୟକ ସାମଗ୍ରୀ :-

ମୁଳା ୨ଟା ,ଦହି ୧ କପ ,କଞ୍ଚା ଲଙ୍କା ୨ଟା ,ବିରି ଡାଲି ୧ କପ ,ଅଧ ଚାମଚ ସୋରିସ ,ବୃଶୁଙ୍ଗ ପାତ୍ର ୫ -୬ ଟି ,ଶୁଖିଲା ଲାଲ ଲଙ୍କା ୨ଟି ,କିଛି କଟା ଧନିଆ ପତ୍ର ,୧ ଚିମୁଟା ହେଙ୍ଗୁ ,ଅଧଲିଟର ରିଫାଇନ ତେଲ ,ସ୍ଵାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ବିରି ଡାଲିକୁ ୩ ଘଣ୍ଟା ବତୁରେଇ ଦିଅନ୍ତୁ । ବିରି ବତୁରି ଗଲେ ଏହାକୁ ଭଲ ଭାବରେ ବାଟି କରି ରଖନ୍ତୁ । ମୂଳାକୁ ଧୋଇ କରି କୋରିକି ରଖନ୍ତୁ । ବିରି ବଟାରେ ଲୁଣ, ମୂଳା ଓ କଟା ଲଙ୍କାକୁ ଭଲ ଭାବେ ମିଶାଇ ଦିଅନ୍ତୁ ।

କଡେଇରେ ଅଳ୍ପ ତେଲ ଗରମ କରି ସୋରିଷ, ବୃଶୁଙ୍ଗ ପତ୍ର ,ଶୁଖିଲା ଲଙ୍କା ପକାଇ ଛୁଙ୍କ କରନ୍ତୁ । ଛୁଙ୍କରେ କଟା ଧନିଆ ପତ୍ର ଓ ହେଙ୍ଗୁ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ବସା ଦହି ଭଲ ଭାବେ ଫେଣ୍ଟି ନିଅନ୍ତୁ । ତା’ ପରେ ଛୁଙ୍କରେ ଏହି ମିଶ୍ରଣକୁ ଦହିରେ ଢାଳନ୍ତୁ ।

କଢେଇରେ ତେଲ ଗରମ କରି ସେଥିରେ ବଟା ହୋଇଥିବା ମୂଳା ମିଶା ବିରିରେ ବରା ଟିଆରି କରନ୍ତୁ । ବରା ସାମାନ୍ଯ ବାଦାମି ରଙ୍ଗ ହେଲେ ବରାକୁ କଢେଇରୁ ବାହାର କରି ଦିଅନ୍ତୁ । ଛଣା ବରାକୁ ଦହିରେ ପକାଇ ଅଧ ଘଣ୍ଟା ଛାଡି ଦିଅନ୍ତୁ ଓ ସେଥିରେ ମିଠା ଚଟଣି ଓ ପୁଦିନା ଚଟଣି ପକାଇ ପ୍ରିୟଜନଙ୍କୁ ପରଷନ୍ତୁ ।

ପଢନ୍ତୁ ;

ବ୍ୟୟବହୁଳ ସିନେମା ‘ରାମାୟଣ’ ଆରମ୍ଭ ହେବ, ଏହାର ବଜେଟ୍‌ ୫୦୦ କୋଟି

Related posts

ଘରେ ପ୍ରସ୍ତୁତ କରନ୍ତୁ ରୋହି ମାଛ ଆମ୍ୱିଳ। ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ନଡିଆ ବର୍ଫି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

ENO Beuro

ଘରେ କିପରି ପ୍ରସ୍ତୁତ କରିବେ ଆପେଲ ଟି ଜାଣନ୍ତୁ ?

ENO Beuro

Leave a Comment