• Home
  • Recipes & Food
  • ବହୁ ଲୋକଙ୍କ ମନ ପସନ୍ଦ ଦହିବରା ,ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ପନିର ଦହିବରା
Recipes & Food

ବହୁ ଲୋକଙ୍କ ମନ ପସନ୍ଦ ଦହିବରା ,ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ପନିର ଦହିବରା

ବହୁ ଲୋକଙ୍କ ମନ ପସନ୍ଦ ଦହିବରା । ହେଲେ ଆପଣ କେବେ ପନିର ଦହିବରା ଖାଇଛନ୍ତି କି ? ପନିର ଦହିବରା ତିଆରି କରିବା ଅତି ସହଜ । ଯଦି ଆପଣ  ଖାଇନାହାନ୍ତି ତେବେ  ଆସନ୍ତୁ ଜାଣିବା ଓ  ସହଜ ଉପାୟରେ ତିଆରି କରିବା ପନିର ଦହିବରା ।

ଆବଶ୍ୟକ ସାମଗ୍ରୀ :-

ପନିର ୨୦୦ ଗ୍ରାମ୍, ସିଝା ଆଳୁ ୨ଟି, ଆରାରୁଟ୍ ପାଉଡର, କଟା ଆମ୍ବ କସିଆ ଅଦା, କଟା କଂଚାଲଙ୍କା, ଦହି ୩ ରୁ ୪ କପ୍, ପୁଦିନା ଚଟଣି ଗୋଟେ କପ୍, ଲଙ୍କାଗୁଣ୍ଡ  ୧-୨ ଛୋଟ ଚାମଚ,  ଭୃସଙ୍ଗା ପତ୍ର , ସୋରିଷ,ଭଜାଜିରା  ୨ ରୁ ୩ ଚାମଚ୍, ବିଟ୍ ଲୁଣ  , ରିଫାଇ ତେଲ ,  ଲୁଣ ସ୍ୱାଦ ଅନୁସାରେ ଦେବେ।

ପ୍ରସ୍ତୁତି ପ୍ରଣାଳୀ :-

ଏକ ପାତ୍ରରେ ପନିରକୁ ଗୁଣ୍ଡ କରି ଦିଅନ୍ତୁ  ଓ ସେଥିରେ ଆଳୁ , ଆରାରୁଟ୍ ପାଉଡର , ଆମ୍ବକସିଆ ଅଦା , ସ୍ୱାଦ ଅନୁସାରେ ଲୁଣ ଓ କଂଚା ଲଙ୍କା ପକାଇ ଭଲଭାବେ ମିଶାଇ ଦିଅନ୍ତୁ । କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେଲା ପରେ ପ୍ରସ୍ତୁତ ମିଶ୍ରଣକୁ ଗୋଲ କରି ଟିକେ ହାତରେ ଚେପଟା କରି ଛାଣନ୍ତୁ । ଏହି ବରା ସାମାନ୍ୟ ବାଦାମୀ ରଙ୍ଗର ହୋଇଗଲେ ଟିସୁ ପେପେର ପ୍ଲେଟରେ ରଖି ସେଥିରେ ବରାକୁ ବାହାର କରି ରଖିଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ଦହିକୁ ଢାଳନ୍ତୁ। ଏଥର ଏକ ପ୍ୟାନରେ ରିଫାଇନ୍ ତେଲ ଗରମ କରି ସେଥିରେ ସୋରିଷ, କଚାଂ ଲଙ୍କା ଓ ଭୃସଙ୍ଗ ପତ୍ର ପକାଇ ଝୁଙ୍କ ଦିଅନ୍ତୁ । ଝୁଙ୍କ ଥଣ୍ଡା ହେବା ପରେ ଦହିରେ ଢାଳି ଦିଅନ୍ତୁ । ଏବେ ବରା ଉପରେ ଛୁଙ୍କ ହୋଇଥିବା ଦହି, ବିଟା ଲୁଣ, ଭଜା ଜିରା, ଟମାଟୋ ସସ୍ , ପୁଦିନା ଚଟଣୀ ଓ ଲଙ୍କାଗୁଣ୍ଡ ପକାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ପନିର ଦହିବରା ।

ବହୁ ଲୋକଙ୍କ ମନ ପସନ୍ଦ ଦହିବରା ,ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ପନିର ଦହିବରା paneer dahibara

ପଢନ୍ତୁ ;

ଦୁଇବର୍ଷ ମଧ୍ୟରେ ଦେଶରେ ୮୮୫ ବର୍ଗ କିମି ଜଙ୍ଗଲ ବଢିଛି,ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ

Related posts

ଘରେ ପ୍ରସ୍ତୁତ କରନ୍ତୁ ଗାଜର ହାଲୱା !

Krishna Kumar Manoj

ଘରେ ପ୍ରସ୍ତୁତ କରନ୍ତୁ ପଣସ କଠା ଚିଙ୍ଗୁଡ଼ି !

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅଟା ହଲୱା। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More