Recipes & Food

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ ପୋହଳା ବେସର ?

ପୋହଳା ମାଛ ପାଟିକୁ ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟ ପାଇଁ ହିତକର । ଏହି ମାଛରେ ଭିଟାମିନ୍ , ମିନେରାଲ୍ସ , ପ୍ରୋଟିନ, ଫ୍ୟାଟ୍ ଏସିଡ୍ ,କମ୍ପଲେକ୍ସ ଲାଇସୀସ, କ୍ୟାଲସିୟମ୍ , ଥ୍ରିୟୋନିୟନ ପରି ବହୁ ଗୁଣ ରହିଛି।  ତେଣୁ  ସପ୍ତାହରେ ୩ ଥର ନିଶ୍ଚୟ ପୋହଳା ମାଛକୁ ଖାଦ୍ୟରେ  ଖାଆନ୍ତୁ । ତେବେ ଆସନ୍ତୁ ଜାଣିବା ପୋହଳା ବେସର ପ୍ରସ୍ତୁତି ପ୍ରଣାଳୀ ସଂମ୍ପର୍କରେ ।

 ପ୍ରସ୍ତୁତି ପ୍ରଣାଳୀ ସଂମ୍ପର୍କରେ

ପୋହଳା ମାଛ – ୬୦୦ ଗ୍ରାମ , ଟମାଟୋ – ୨ଟି ,ପିଆଜ କଟା -୨ଟି ,କଂଚା ଲଙ୍କା   – ୨ଟି , ଧନିଆପତ୍ର କଟା ,ଶୁଖିଲା ଆମ୍ବୁଲ ୨ଟି, ଧନିଆ ପାଉଡର ଛୋଟ ଚାମଚ୍ ,ସୋରିଷ ପେଷ୍ଟ ୨ଚାମଚ୍ ,ପଞ୍ଚ ଫୁଟୁଣ ୨ ଚାମଚ୍ , ଲଙ୍କା ଗୁଣ୍ଡ ୨ ଚାମଚ୍ , ସୋରିଷ ତେଲ ୬ ଚାମଚ୍ , ସ୍ୱାଦ ଅନୁସାରେ ଲୁଣ

ପ୍ରଥମେ ମାଛକୁ କାତି ଛଡାଇ ତାର ପିତ ବାହାର କରି ଭଲ ଭାବେ ଧୋଇ ଦିଅନ୍ତୁ । ଏବେ ଏକ ପାତ୍ରରେ ଲୁଣ ଓ ହଳଦୀ ପକାଇ ଗୋଳାଇ ରଖନ୍ତୁ । ଗ୍ୟାସ ଉପରେ ତାଓ୍ଵା ବସାଇ ତେଲ ଗରମ କରି ମାଛକୁ ଭାଜି ରଖନ୍ତୁ । ପରେ ଏକ କଡାଇରେ ତେଲ ଗରମ କରି  ଫୁଟୁଣ , କଂଚା ଲଙ୍କା ଓ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ । ପିଆଜ ଲାଲ ହୋଇ ଆସିଲେ କଟା ଟମାଟୋ ପକାଇ ୩ ମିନିଟ୍ ଭାଜନ୍ତୁ । ଏଥିରେ ସୋରିଷ ପେଷ୍ଟ, ହଳଦୀ ପାଉଡର, ଲୁଣ , ଲଙ୍କାଗୁଣ୍ଡ ଓ ଧନିଆ ପାଉଡର ପକାଇ ମମସଲାକୁ ଭଲଭାବେ କଷନ୍ତୁ । କିଛି ସମୟ ପରେ ମସଲାରେ  ଦେଢ କପ୍ ପାଣି ଦେଇ ଫୁଟାନ୍ତୁ। ଏହା ପରେ ଆମ୍ବୁଲ ପକାଇ  ସିଝିବାକୁ ଛାଡି ଦିଅନ୍ତୁ । ପୂର୍ବରୁ ହୋଇଥିବା ଭଜା ମାଛକୁ ପକାଇ ଢାଙ୍କୁଣି ଘୋଡାଇ ଦିଅନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ଧନିଆପତ୍ର ପକାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଆପଣଙ୍କର ତିଆରି ହୋଇଗଲା ସ୍ୱାଦିଷ୍ଟ ପୋହଳା ବେସର ।

ପଢନ୍ତୁ ;

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’

 

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ପେଶାଲ ରାବିଡ଼ି ମାଲପୁଆ

ENO Beuro

ଘରେ ତିଆରି କରନ୍ତୁ ଭେଜିଟେବଲ୍‌ ଚପ୍‌,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ରାଜସ୍ଥାନୀ ମଖନିଆ ଲସି”

Ratnamani Moharana

Leave a Comment