• Home
  • Recipes & Food
  • ଘରେ କିପରି ରାନ୍ଧିବେ ‘ଚିଙ୍ଗୁଡ଼ି ବିରିୟାନୀ’ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?
Recipes & Food

ଘରେ କିପରି ରାନ୍ଧିବେ ‘ଚିଙ୍ଗୁଡ଼ି ବିରିୟାନୀ’ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?

ବିରିୟାନୀ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଏମିତିକି ବିରିୟାନୀ ସମସ୍ତଙ୍କ ପ୍ରିୟ ଖାଦ୍ୟ । ସମସ୍ତେ ଚିକେନ ବିରିୟାନୀ କେମିତି ହୁଏ ଜାଣିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ‘ଚିଙ୍ଗୁଡ଼ି ବିରିୟାନୀ’ କେମିତି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଘରେ ଆପଣ କିପରି ତିଆରି କରିବେ  ‘ଚିଙ୍ଗୁଡ଼ି ବିରିୟାନୀ’ ?

ଆବଶ୍ୟକ ସାମଗ୍ରୀ :-

ଚିଙ୍ଗୁଡ଼ି, ବାସୁମତୀ ଚାଉଳ, ନଡ଼ିଆ ରସ, ପିଆଜ, ରସୁଣ ବଟା, ଅଦା ବଟା, ଟମାଟୋ, କଞ୍ଚାଲଙ୍କା, ଗୁଜୁରାତି, ଲବଙ୍ଗ, ଡାଲ୍‌ଚିନି, ଲୁଣ, ହଳଦୀ ଓ ତେଲ କିମ୍ବା ଘିଅ।

ପ୍ରସ୍ତୁତି :-

ପ୍ରଥମେ ଚାଉଲକୁ ଧୋଇ ପାଣି ନିଗାଡି ଦିଅନ୍ତୁ । ଚିଙ୍ଗୁଡିର ଖୋଳପା ଓ ଶିଙ୍ଗ ଅଂଶ ଛଡାଇ ଲୁଣ ଓ ହଳଦୀ ଦେଇ ଗୋଳାଇ ଦିଅନ୍ତୁ । ତା’ପରେ କଡେଇରେ ତେଲ ବା ଘିଅ ଗରମ କରି କଟା ପିଆଜ ପକାନ୍ତୁ ।

ସେଥିରେ ଗୋଟା କଞ୍ଚାଲଙ୍କା ସହ ରସୁଣ ଛେଚା ଓ ଅଦା ଛେଚା ପକାଇ କଷନ୍ତୁ। ମସଲା ରଙ୍ଗ ବାଦାମୀ ହୋଇଯିବା ପରେ ଛୋଟ ଛୋଟ କଟା ଟମାଟୋ ପକାଇ ଗୋଳାଇ ଦିଅନ୍ତୁ । ଆଉ ତା’ଉପରେ ଚିଙ୍ଗୁଡ଼ିକୁ ପକାଇ ଦିଅନ୍ତୁ। ଚିଙ୍ଗୁଡ଼ି କଷି ହୋଇ ସିଝିଯିବା ପରେ ଚୁଲାରୁ ଓହ୍ଲାଇ ଦିଅନ୍ତୁ । ତା’ପରେ ନଡିଆ କୋରାରୁ ରସ ବାହାର କରି ଦିଅନ୍ତୁ ।

ଏବେ ଅନ୍ୟ ଏକ ଡେକ୍‌ଚିରେ ଘିଅ ଗରମ କରି ସେଥିରେ ଗୁଜୁରାତି, ଲବଙ୍ଗ, ଡାଲଚିନି ପକାନ୍ତୁ । ଏହାପରେ ଧୁଆ ଚାଉଳକୁ ସେଥିରେ ପକାନ୍ତୁ । ଆବଶ୍ୟକ କନୁଯାୟୀ ପାଣି, ଲୁଣ, ହଳଦୀ ଗୁଣ୍ଡ ଓ ନଡ଼ିଆ ରସ ପକାନ୍ତୁ ।

ଭାତ ହୋଇଯିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚିଙ୍ଗୁଡ଼ି କଷାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ ଚୁଲାରେ ବସାଇବା ପରେ ଓହ୍ଲାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ବିରିୟାନୀ। କିନ୍ତୁ ଧ୍ୟାନ ଦେବେ ଭାତକୁ ଅଧିକ ନରମ କରିବେ ନାହିଁ। ଖାଇବାକୁ ସ୍ୱାଦିଷ୍ଟ ଲାଗିବ।

ଘରେ କିପରି ରାନ୍ଧିବେ ‘ଚିଙ୍ଗୁଡ଼ି ବିରିୟାନୀ’ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ? biriyani

ପଢନ୍ତୁ ;

ଘରେ ପ୍ରସ୍ତୁତ କରନ୍ତୁ ରୋହି ମାଛ ଆମ୍ୱିଳ। ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

Related posts

ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

Krishna Kumar Manoj

ବହୁ ଲୋକଙ୍କ ମନ ପସନ୍ଦ ଦହିବରା ,ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ପନିର ଦହିବରା

Krishna Kumar Manoj

ଘରେ କିପରି ପ୍ରସ୍ତୁତ କରନ୍ତୁ ପନିର ବଟର ମସଲା !

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More