ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

ସମସ୍ତଙ୍କ ପ୍ରିୟ ଖାଦ୍ୟ ଆମିଷ । ପ୍ରାୟ ସମସ୍ତେ ଆମିଷ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । ବିଭିନ୍ନ ପ୍ରକାର ମାଛ ମଧ୍ୟରୁ ଲୋକଙ୍କୁ ଚିଙ୍ଗୁଡି ଅଧିକ ଭଲ ଲାଗିଥାଏ ।  ପଖାଳ ଭାତ ସହିତ ଚିଙ୍ଗୁଡି ଭଜା ବା କୋରମା ଖାଇବା ଅଲଗା ପ୍ରକାର ମଜା ଆସିଥାଏ । କିନ୍ତୁ କିଛି ଲୋକଙ୍କୁ ଜଣା ନ ଥାଏ କେମିତି ତିଆରି କରିବେ ଚିଙ୍ଗୁଡି କୋରମା । ତେବେ ଆସନ୍ତୁ ଜାଣିବା କେମିତି ତିଆରି କରିବା ଚିଙ୍ଗୁଡି କୋରମା ।

ଆବଶ୍ୟକ ସାମଗ୍ରୀ :-

ମଧ୍ୟମ ସାଇଜର ଚିଙ୍ଗୁଡି  – ଅଧ କେଜି , ଡାଲଚିନି – ୨ଖଣ୍ଡ , ଅଧା କପ ତେଲ , ଗୁଜୁରାତୀ -୨ଟି, ରସୁଣ ପାଖୁଡା – ୬ଟି ,  ବିଲାତି  – ୨ଟି , ପିଆଜ   – ୧ଟି , ପୋସ୍ତ  – ୧ ଚାମଚ , ଅଧ ଇଂଚ ଅଦା , ଚିନି  – ୧ ଚାମଚ , ଜିରା – ୧ ଚାମଚ , ଧନିଆ  – ୧ ଚାମଚ , ଆବଶ୍ୟକ ଅନୁଯାୟୀ ଲୁଣ ।

ପ୍ରଣାଳୀ :-

ପ୍ରଥମେ ଅଦା, ରସୁଣ, ପିଆଜକୁ ଭଲ କରି ଗ୍ରାଇଡିଙ୍ଗ କରିଦେବେ । ତା ପରେ ଲଙ୍କା, ଜିରା, ଧନିଆ ଓ ପୋସ୍ତକୁ ପୁରା ପେଷ୍ଟ କରିଦିଅନ୍ତୁ । ଚିଙ୍ଗୁଡିର ଚୋପା ଛଡାଇ  ଭଲ ରୂପରେ ସଫା କରି ଧୋଇ ଦିଅନ୍ତୁ । ପ୍ୟାନରେ ଅଧ କପ୍ ତେଲ ଦେଇ ଗ୍ୟାସରେ ବସାନ୍ତୁ ।

ଚିଙ୍ଗୁଡିକୁ ହଳଦୀ ଓ ଲୁଣ ଗୋଳାଇ ଅଳ୍ପ ଭାଜି କାଢିଦେବେ । ସେହି ତେଲରେ ପ୍ରଥମେ ପିଆଜ, ମସଲାକୁ ଭାଜିବେ ଓ ୨ ମିନିଟ ଭାଜି ହେବା ପରେ ଜିରା ମସଲା ପାକାଇ ଭାଜନ୍ତୁ । ସେହି ମସଲା ଭାଜିବା ପରେ ସେଥିରେ କଟା ବିଲାତି ପକାନ୍ତୁ । ୫ ମିନିଟ କସିବା ପରେ ସେଥିରେ ଅଳ୍ପ ମାତ୍ରାରେ ଚିନି ପକାଇ ଚିଙ୍ଗୁଡି ଭଜା ପକାଇ ଆଉ କିଛି ସମୟ କଷନ୍ତୁ ।

ଏହାପରେ ସେଥିରେ ୧ କପ୍ ପାଣି ପକାଇ ୨ ମିନିଟ୍ ଫୁଟାନ୍ତୁ । ତାପରେ ଡାଳଚିନି  ବଟା ଦେଇ ତରକାରିକୁ ଓହ୍ଲାଇ ଦବେ । ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଗରମାଗୋରମ ଚିଙ୍ଗୁଡି କୋରମା । ସ୍ୱାଦିଷ୍ଟ ଚିଙ୍ଗୁଡି କୋରମା ଖାଆନ୍ତୁ ଓ ଖୁଆନ୍ତୁ ।

ପଢନ୍ତୁ ;

ବିଭାହ ସମୟରେ ପୁଅ ଝିଅଙ୍କ ବୟସରେ ଅନ୍ତର ରକ୍ଷାଯାଏ କାହିଁକି ଜାଣନ୍ତୁ ?

ଚିଙ୍ଗୁଡିର ଚୋପା ଛଡାଇ  ଭଲ ରୂପରେ ସଫା କରି ଧୋଇ ଦିଅନ୍ତୁ - 93%

93%

ଚିଙ୍ଗୁଡିକୁ ହଳଦୀ ଓ ଲୁଣ ଗୋଳାଇ ଅଳ୍ପ ଭାଜି କାଢିଦେବେ - 88%

88%
90.5%

Excellent!

ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

ସମସ୍ତଙ୍କ ପ୍ରିୟ ଖାଦ୍ୟ ଆମିଷ । ପ୍ରାୟ ସମସ୍ତେ ଆମିଷ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । ବିଭିନ୍ନ ପ୍ରକାର ମାଛ ମଧ୍ୟରୁ ଲୋକଙ୍କୁ ଚିଙ୍ଗୁଡି ଅଧିକ ଭଲ ଲାଗିଥାଏ ।  ପଖାଳ ଭାତ ସହିତ ଚିଙ୍ଗୁଡି ଭଜା ବା କୋରମା ଖାଇବା ଅଲଗା ପ୍ରକାର ମଜା ଆସିଥାଏ । କିନ୍ତୁ କିଛି ଲୋକଙ୍କୁ ଜଣା ନ ଥାଏ କେମିତି ତିଆରି କରିବେ ଚିଙ୍ଗୁଡି କୋରମା । ତେବେ ଆସନ୍ତୁ ଜାଣିବା କେମିତି ତିଆରି କରିବା ଚିଙ୍ଗୁଡି କୋରମା ।

No Votes Yet

You're not rated yet