Recipes & Food

ଆସନ୍ତୁ ଜାଣିବା କେମିତି ତିଆରି ହୁଏ ରେଶମି ପନିର

By ENO Beuro

February 05, 2018

ଆପଣମାନେ କେବେ ରେଶମି ପନିର ଖାଇଛନ୍ତି କି ? ଯଦି ଖାଇନାହାନ୍ତି  ତେବେ ଥରେ ଖାଇ ଦେଖନ୍ତୁ ଇଛା ହେବ ବାରମ୍ବାର ଖାଇବାକୁ । ଯଦି ଏହାର ରୋଷେଇ ପ୍ରଣାଳୀ ଜାଣି ନାହାନ୍ତି ତେବେ ଆସନ୍ତୁ ଦେଖିବା ରେଶମି ପନିର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ

ପନିର- ୩୦୦ ଗ୍ରାମ ,ପିଆଜ – ୧ଟି ,ଟମାଟୋ- ୧ଟି,ଶିମଳା ଲଙ୍କା – ୧ଟି ,ଅଦା ରସୁଣ ପେଷ୍ଟ  – ୧ ଚାମଚ୍ ,ଧନିଆ ପାଉଡର – ୧ ଚାମଚ୍ ,ହଳଦୀ ଗୁଣ୍ଡ -୧/୪ ଚାମଚ୍ ଲଙ୍କାଗୁଣ୍ଡ – ୧ ଚାମଚ୍, କ୍ରିମ୍ – ୧/୨ କପ୍ , ଧନିଆପତ୍ର – ୧/୨ କପ୍ ,ଗରମ ମସଲା ୧ ଚାମଚ୍ , ଜିରା – ୧ ଚାମଚ୍ , ପାଣି ୧/୨ କପ୍ , ତେଲ ଓ ଲୁଣ ସ୍ୱାଦ ଅନୁସାରେ ।

ପ୍ରଥମେ ପିଆଜ , ଟମାଟୋ ଓ ଶିମଳା ଲଙ୍କାକୁ ଲମ୍ବା କରି କାଟିଦିଅନ୍ତୁ । ଏକ ପ୍ୟାନରେ ତେଲ ଗରମ କରି ଜିରା ପକାନ୍ତୁ । ଜିରା ଫୁଟିବା ପରେ ପିଆଜ ପକାନ୍ତୁ । ପରେ ଏଥିରେ କଟା ହୋଇଥିବା ଟମାଟୋ  ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏବେ ଅଦା ରସୁଣ  ପେଷ୍ଟ, ଧନିଆ ପାଉଡର , ହଳଦୀଗୁଣ୍ଡ  ପକାଇ ମଧ୍ୟମ ଆଂଚରେ ଫୁଟାନ୍ତୁ  । ପରେ ଏଥିରେ ଅଳ୍ପ ପାଣି ସହିତ ପନିର ପକାଇ ଘୋଡାଇ ଦିଅନ୍ତୁ ।  ୧୦ ମିନିଟ୍ ପରେ ଗ୍ୟାସ୍ କୁ ବନ୍ଦ କରି କ୍ରିମ ଏବଂ ଗରମ ମସଲା ପକାଇ ଭଲ ଭାବରେ ମିଶାନ୍ତୁ  । ଏବେ ପ୍ରସ୍ତୁତ  ହୋଇଗଲା ସ୍ୱାଦିଷ୍ଟ ରେଶମି ପନିର । ଘର ଲୋକଙ୍କୁ ପରସନ୍ତୁ  ଓ ନିଜେ ମଧ୍ୟ ଖାଆନ୍ତୁ ।

ପଢନ୍ତୁ :

ଆଲିଆଙ୍କୁ ଡେଟ୍‌ କରୁଛନ୍ତି କି ରଣବୀର କପୁର ?