Recipes & Food

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଭେଜିଟେବଲ କଟଲେଟ୍‌

ପ୍ରତ୍ୟେକ ଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇ ବୋର୍‌ ହୋଇଗଲେଣି । କିଛି ନୂଆ ରେସିପି ଟ୍ରାଏ କରିବାକୁ ଚେଷ୍ଟା କରୁଛନ୍ତି ତ ତେବେ ଘରେ ତିଆରି କରନ୍ତୁ ଭେଜିଟେବଲ କଟଲେଟ୍‌ । ଏହା ତିଆରି କରିବାକୁ ଯେମିତି ସହଜ ଖାଇବାକୁ ମଧ୍ୟ ସେତିକି ସ୍ବାଦିଷ୍ଟ ।  ଚାଲନ୍ତୁ ଜାଣିବା ଭେଜିଟେବଲ କଟ୍‌ଲେଟ୍‌ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ।

ଆବଶ୍ୟକ ସାମଗ୍ରୀ :-

୩ଟି ମଧ୍ୟମ ଆକାରର କଟା ଆଳୁ, ୨ଟି କଟା ଗାଜର, ୧ କପ୍‌ ମଟର, ୧ଟି କଟା ପିଆଜ, ୨ ଚାମଚ ଅଦା, ରସୁଣ ଓ କଞ୍ଚାଲଙ୍କା ପେଷ୍ଟ, ୧ ଚାମଚ ଗରମ ମସଲା ପାଉଡର, ଲଙ୍କା ଗୁଣ୍ଡ, ୨ଟି ବ୍ରେଡ୍‌, ଅଧ କପ୍‌ ସୁଜି, ସ୍ବାଦଅନୁସାରେ ଲୁଣ ଓ ଛାଣିବା ପାଇଁ ତେଲ ।

ପ୍ରଣାଳୀ :-

ପ୍ରଥମେ ଏକ ପାତ୍ରରେ କଟା ଆଳୁ, ଗାଜର ଓ ମଟରରେ ଏକ କପ୍‌ ପାଣି ଓ ଲୁଣ ପକାଇ ଭଲ ଭାବେ ସିଝାନ୍ତୁ । ଏହି ସିଝାକୁ ଭଲ ଭାବେ ହାତରେ ଚକଟନ୍ତୁ । ମନେ ରଖନ୍ତୁ ଏହାକୁ ଚିକ୍କଣ ଭାବେ ନ ଚକଟି ଅଳ୍ପ ବହଳର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବେ ଦୁଇଖଣ୍ଡ ବ୍ରେଡ୍‌କୁ ଅଳ୍ପ ପାଣିରେ ଭିଜାନ୍ତୁ ।

ଏହାକୁ ହାତରେ ଚିପୁଡ଼ି ଭଲ ଭାବେ ପାଣି ବାହାର କରନ୍ତୁ । ଏହାକୁ ଚକଟିବା ସହ ଏଥିରେ ସୁଜି ମିଶାନ୍ତୁ । ପରିବା ମିଶ୍ରଣରେ କଟା ପିଆଜ, ଅଦା-ରସୁଣ ଓ ଲଙ୍କା ପେଷ୍ଟ, ଲୁଣ, ଗରମ ମସଲା ଏବଂ ଲଙ୍କା ଗୁଣ୍ଡ ପକାନ୍ତୁ । ଏହାକୁ ହାତରେ ଭଲ ଭାବେ ମିଶାନ୍ତୁ । ଏହାକୁ କଟ୍‌ଲେଟ୍‌ ଆକାରରେ ଛୋଟ ଛୋଟ ଗୋଲା ପ୍ରସ୍ତୁତ କରନ୍ତୁ ।

ଏହି ଗୋଲାକୁ ସୁଜିରେ ଏପଟସେପଟ କରନ୍ତୁ । ଯେମିତି ଏହା ଚାରିପଟେ ସୁଜି ଦାନା ଲାଗି ରହିବ । ସୁଜି ନ ଭଜା ନ ହୋଇଥିଲେ ମଧ୍ୟ ଚଳିବ । କଡ଼ାଇରେ ତେଲ ଗରମ କରି କଟ୍‌ଲେଟ୍ ଗୋଲ୍ଡେନ୍‌ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଭେଜିଟେବଲ କଟ୍‌ଲେଟ୍‌ । ଏହାକୁ ଆପଣ ଧନିଆ ଓ ପୁଦିନା ଚଟଣୀ, ଟମାଟୋ ସସ୍‌ ସହିତ ଗରମ ଗରମ ଖାଇପାରିବେ ।

ପଢନ୍ତୁ ;

ଘରେ କିପରି ତିଆରି କରିବେ ମାଛ ମୁଣ୍ଡ ଛେଞ୍ଚଡ଼ା ଜାଣନ୍ତୁ ?

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

ENO Beuro

ଘରେ ବନାନ୍ତୁ ବ୍ରେଡ୍‌ ପିଜା ପକୋଡା,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

ENO Beuro

2 comments

Leave a Comment