ପ୍ରତ୍ୟେକ ଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇ ବୋର୍ ହୋଇଗଲେଣି । କିଛି ନୂଆ ରେସିପି ଟ୍ରାଏ କରିବାକୁ ଚେଷ୍ଟା କରୁଛନ୍ତି ତ ତେବେ ଘରେ ତିଆରି କରନ୍ତୁ ଭେଜିଟେବଲ କଟଲେଟ୍ । ଏହା ତିଆରି କରିବାକୁ ଯେମିତି ସହଜ ଖାଇବାକୁ ମଧ୍ୟ ସେତିକି ସ୍ବାଦିଷ୍ଟ । ଚାଲନ୍ତୁ ଜାଣିବା ଭେଜିଟେବଲ କଟ୍ଲେଟ୍ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ।
ଆବଶ୍ୟକ ସାମଗ୍ରୀ :-
୩ଟି ମଧ୍ୟମ ଆକାରର କଟା ଆଳୁ, ୨ଟି କଟା ଗାଜର, ୧ କପ୍ ମଟର, ୧ଟି କଟା ପିଆଜ, ୨ ଚାମଚ ଅଦା, ରସୁଣ ଓ କଞ୍ଚାଲଙ୍କା ପେଷ୍ଟ, ୧ ଚାମଚ ଗରମ ମସଲା ପାଉଡର, ଲଙ୍କା ଗୁଣ୍ଡ, ୨ଟି ବ୍ରେଡ୍, ଅଧ କପ୍ ସୁଜି, ସ୍ବାଦଅନୁସାରେ ଲୁଣ ଓ ଛାଣିବା ପାଇଁ ତେଲ ।
ପ୍ରଣାଳୀ :-
ପ୍ରଥମେ ଏକ ପାତ୍ରରେ କଟା ଆଳୁ, ଗାଜର ଓ ମଟରରେ ଏକ କପ୍ ପାଣି ଓ ଲୁଣ ପକାଇ ଭଲ ଭାବେ ସିଝାନ୍ତୁ । ଏହି ସିଝାକୁ ଭଲ ଭାବେ ହାତରେ ଚକଟନ୍ତୁ । ମନେ ରଖନ୍ତୁ ଏହାକୁ ଚିକ୍କଣ ଭାବେ ନ ଚକଟି ଅଳ୍ପ ବହଳର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବେ ଦୁଇଖଣ୍ଡ ବ୍ରେଡ୍କୁ ଅଳ୍ପ ପାଣିରେ ଭିଜାନ୍ତୁ ।
ଏହାକୁ ହାତରେ ଚିପୁଡ଼ି ଭଲ ଭାବେ ପାଣି ବାହାର କରନ୍ତୁ । ଏହାକୁ ଚକଟିବା ସହ ଏଥିରେ ସୁଜି ମିଶାନ୍ତୁ । ପରିବା ମିଶ୍ରଣରେ କଟା ପିଆଜ, ଅଦା-ରସୁଣ ଓ ଲଙ୍କା ପେଷ୍ଟ, ଲୁଣ, ଗରମ ମସଲା ଏବଂ ଲଙ୍କା ଗୁଣ୍ଡ ପକାନ୍ତୁ । ଏହାକୁ ହାତରେ ଭଲ ଭାବେ ମିଶାନ୍ତୁ । ଏହାକୁ କଟ୍ଲେଟ୍ ଆକାରରେ ଛୋଟ ଛୋଟ ଗୋଲା ପ୍ରସ୍ତୁତ କରନ୍ତୁ ।
ଏହି ଗୋଲାକୁ ସୁଜିରେ ଏପଟସେପଟ କରନ୍ତୁ । ଯେମିତି ଏହା ଚାରିପଟେ ସୁଜି ଦାନା ଲାଗି ରହିବ । ସୁଜି ନ ଭଜା ନ ହୋଇଥିଲେ ମଧ୍ୟ ଚଳିବ । କଡ଼ାଇରେ ତେଲ ଗରମ କରି କଟ୍ଲେଟ୍ ଗୋଲ୍ଡେନ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଭେଜିଟେବଲ କଟ୍ଲେଟ୍ । ଏହାକୁ ଆପଣ ଧନିଆ ଓ ପୁଦିନା ଚଟଣୀ, ଟମାଟୋ ସସ୍ ସହିତ ଗରମ ଗରମ ଖାଇପାରିବେ ।
ପଢନ୍ତୁ ;