LIFESTYLE

ଖରାଦିନେ ପ୍ରାକୃତିକ ଉପାୟରେ ଘରକୁ କିପରି ଥଣ୍ଡା ରଖିବେ ଜାଣନ୍ତୁ?

ଖରାଦିନେ ଘରକୁ ଥଣ୍ଡା ରଖିବା ପାଇଁ ଲୋକମାନେ ଏସି , କୁଳର ବ୍ୟବହାର କରିଥାଆନ୍ତି । ହେଲେ ଏହାକୁ ବ୍ୟବହାର କଲେ ଯେ , କେବଳ ଘର ଥଣ୍ଡା ରହିବ ତାହା ନୁହେଁ ।  ଏଥିପାଇଁ ଘରର ଡେକୋରେସନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡେ । ଖରାଦିନେ ଘରର ଉପଯୁକ୍ତ ଡେକୋରେସନ କରାଇବା ଦ୍ଵାରା ଘର ଥଣ୍ଡା ରହିଥାଏ ।

ପ୍ରକୃତିକ ଉପାୟରେ ଖରାଦିନେ ଘରକୁ ଥଣ୍ଡା ରଖିବା ପାଇଁ କିଛି ଉପାୟ

  • ଖରାଦିନେ ଘର ଡେକୋରେଟ କରୁଥିଲେ ଗାଢ ରଙ୍ଗ ବ୍ୟବହାର କରନ୍ତୁ ନାହିଁ । ଏହା ରୁମକୁ ଅଧିକ ଗରମ କରାଇଥାଏ । ହାଲୁକା ରଙ୍ଗ ବ୍ୟବହାର କଲେ ଭଲ ।
  • ଡୋର ସ୍କ୍ରିନ ବ୍ୟବହାର କରୁଥିଲେ , ହାଲୁକା ରଙ୍ଗର ଡୋର ସ୍କ୍ରିନ ନଚେତ ମୋଟା ପରଦା ଚୁଜ କରନ୍ତୁ ।
  • ହାଲୁକା ରଙ୍ଗର ଯେକୌଣସି ବେଡସିଟ ଚୁଜ କରିପାରିବେ । ଯେମିତି ବେବି ପିଙ୍କ ,ଧଳା ,କ୍ରିମି ରଙ୍ଗର  ବେଡସିଟ ବ୍ୟବହାର କରିପାରିବେ ।
  • କାର୍ପେଟ ବ୍ୟବହାର କରୁଥିଲେ କ୍ରିମି ରଙ୍ଗ , ହାଲୁକା ପିଙ୍କ , ହାଲୁକା ଲାଲ ଏବଂ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ । ଏହା ଘରକୁ ସୁନ୍ଦର କରିଥାଏ ଓ ଥଣ୍ଡା ରଖିଥାଏ ।
  • ଘରର ଛାତରେ ଧଳା ରଙ୍ଗ ପେଣ୍ଟ କରିବା ଦ୍ଵାରା ମଧ୍ୟ ଘର ଥଣ୍ଡା ରହିଥାଏ ।
  • ଘର ଭିତରକୁ ଖରା ନ ପଡିବା ପାଇଁ ବାଲକୋନିରେ ଫୁଲ ଗଛ ଲଗାଇ ପାରିବେ ।
  • ପ୍ରାକୃତିକ ଉପାୟରେ ଘରକୁ ଥଣ୍ଡା ରଖିବା ପାଇଁ ବେଣା ଚେରକୁ ବ୍ୟବହାର କରିପାରିବେ । ଏଥିରେ ପାଣି ସ୍ପ୍ରେ କରି ଘରେ ଟାଙ୍ଗିଲେ ଏହା ପରିବେଶକୁ ଥଣ୍ଡା କରିଥାଏ ।

ପଢନ୍ତୁ ;

ସାମ୍ବର ଖାଇବା ଦ୍ଵାରା କଣ ଉପକାର ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଖରାଦିନେ ଗରମ ତାପମାତ୍ରାରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

ENO Beuro

କେଶ ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ଖାଦ୍ୟକୁ ଚୋବାଇ ଖାଇଲେ ଓଜନ ବଢେନା

ENO Beuro

1 comment

Leave a Comment