25 C
Bhubaneswar
October 25, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ଘରେ ବସି କରନ୍ତୁ ପାନ୍‌ କାର୍ଡ କରେକସନ୍‌

ଆଜିର ସମୟରେ ସବୁ ଲୋକଙ୍କ ପାଖରେ ପାନ୍‌ କାର୍ଡ ଅଛି। ଏଥିପାଇଁ ଆପଣ ଆବେଦନ ମଧ୍ୟ କରିଥିବେ। କିନ୍ତୁ ଚିନ୍ତା ସେତେବେଳେ ବଢ଼ିଯାଏ ଯେତେବେଳେ କୌଣସି କାରଣବସତଃ ଆପଣଙ୍କ ନାମ ଏବଂ ଠିକଣା ଭୂଲ ଟାଇପ୍‌ ହୋଇଥିବ। କାର୍ଡକୁ ସୁଧାରିବା ପାଇଁ ଲୋକମାନଙ୍କୁ ସରକାରୀ ଅଫିସକୁ ଦୌଡିବାକୁ ପଡିଥାଏ, ଆଉ ଏମିତିରେ ବହୁତ ସମୟ ବର୍ବାଦ ହୋଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ସୂଚନା ଯାହା ଜରିଆରେ ଆପଣ ଘରେ ବସି ତୃଟି ରହିଯାଇଥିବା କାର୍ଡରେ କରେକସନ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି।

ସର୍ବପ୍ରଥମେ ଆପଣଙ୍କୁ କାର୍ଡରେ ନାମ ବଦଳାଇବାକୁ ହେଲେ ନିଜର ଅସଲି ନାମର କାଗତପତ୍ରର ଫଟୋଗ୍ରାଫ ରଖିବାକୁ ହେବ। ଏହି ଡକ୍ୟୁମେଣ୍ଟସରେ ଆଧାର କାର୍ଡ, ପାସପୋର୍ଟ ଏବଂ ପରିଚୟ ପତ୍ର ଭଳି କାଗତପତ୍ର ରହିବା ଜରୁରୀ।

documentକାର୍ଡରେ ଥିବା ତୃଟିକୁ ସୁଧାରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଏନଏସଡିଏଲର ଅଫିସିଆଲ ୱେବସାଇଟ https://www.onlineservices.nsdl.com/paam/endUserRegisterContact.htmlକୁ ଯିବାକୁ ହେବ। ଏହାପରେ ଏକ ପେଜ୍‌ ଓପନ୍‌ ହେବ, ଯେଉଁଥିରେ ଆପଣ ଆପଲିକେସନ୍‌ ଟାଇପରେ ଯାଇ ଚେଞ୍ଜ ଆଣ୍ଡ କରେକସନ୍‌ ଇନ୍‌ ଏକସିଷ୍ଟିଙ୍ଗ୍‌ ପାନ କାର୍ଡର ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ହେବ। ଆପଣଙ୍କୁ INDIVIDUALକୁ ଚୟନ କରିବାକୁ ପଡିବ। ମୋବାଇଲ୍‌ ନମ୍ବର, ଜନ୍ମତାରିଖ, ଇ-ମେଲ ଆଇଡି ଭରିବା ପରେ କାପଚା କୋର୍ଡ ଭରନ୍ତୁ। ଏହାପରେ ସବମିଟ୍‌ ବଟନ ଉପରେ କ୍ଲିକ କରନ୍ତୁ।

panଏତିକି କରିବା ପରେ ଆପଣ ନୂଆ ପେଜରେ ପହଁଚିବେ, ଯେଉଁଠି ଆପଣଙ୍କୁ ଚାର ଅପସନ୍‌ ଦେଖାଦେବ। ଏଠାରେ ଆପଣଙ୍କୁ ଆଧାର ଏବଂ ପାନ୍‌ ନମ୍ବର ଏଣ୍ଟର କରିବାକୁ ହେବ। ସମସ୍ତ ସଠିକ ବିବରଣୀ ଭରିବା ବେଳେ ସାବଧାନ ଏବଂ ସତର୍କ ରହିବା ଜରୁରୀ। ଯେମିତି ପୁନର୍ବାର ଭୂଲ ନକରନ୍ତି।

ଏବେ ଆପଣଙ୍କୁ ଡକ୍ୟୁମେଣ୍ଟସ ସବମିଟ୍‌ କରି ୧୨୦ ଟଙ୍କା ପେମେଣ୍ଟ କରିବାକୁ ହେବ। ଏହାପରେ ଆପଣଙ୍କୁ ଓଟିପି ମିଳିବ, ଯାହାକୁ ସବମିଟ୍‌ କରିବାକୁ ହେବ। ଏବେ ଆପଣଙ୍କୁ ଏକ ଫର୍ମ ଡାଉନଲୋଡ୍‌ କରିବାର ଅପସନ୍‌ ଦେଖାଦେବ, ଯାହାକୁ ଆପଣ ସେଭ୍‌ କରିପାରିବେ କିମ୍ବା ପ୍ରିଣ୍ଟ କରି ରଖିପାରିବେ। ଆବେଦନ କରିବା ପରେ ଆପଣ ଦେଇଥିବା ଠିକଣାରେ ପାନ କାର୍ଡ ୧୫ ଦିନ ଭିତରେ ପହଁଚିଯିବ।

ପଢନ୍ତୁ: ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Related posts

କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି

Ratnamani Maharana

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

Ratnamani Maharana

ବାତ୍ୟା ‘ସିଆରା’ର ତାଣ୍ଡବ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More