LIFESTYLE

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ହେୟାର ଅଏଲ

ବଜାରରେ ବିଭିନ୍ନ ପ୍ରକାରର ହେୟାର ଅଏଲ୍ ଉପଲବ୍ଧ ହୋଇଥାଏ । ମାତ୍ର ସେଥିମଧ୍ୟରୁ କେଉଁ ତେଲ ଆପଣଙ୍କ କେଶ ପାଇଁ ଉପଯୋଗୀ ଆଉ କେଉଁଟା ନୁହେଁ ତାହା ମଧ୍ୟ ଚୟନ କରିବା କୋଣସି କଠିନତାରୁ କମ୍ ନୁହେଁ । ବଡ କଥାହେଲା ବଜାରରେ ମିଳୁଥିବା ଭିନ୍ନ ଭିନ୍ନ କିସମର କେମିକାଲ ଓ କମ୍ବିନେସନର ତେଲ ବ୍ୟବହାର କରିବା ଦ୍ୱାରା କେଶ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ଏଭଳି କିଛି ହେୟାର ଅଏଲ ସଂପର୍କରେ ଯାହାକୁ ଆପଣ ନିଜେ ଘରେ ପ୍ରସ୍ତୁତ କରିବା ସହ ବ୍ୟବହାର ମଧ୍ୟ କରିପାରିବେ ।

ହେୟାର ଅଏଲର ପ୍ରସ୍ତୁତି

କୋକୋନଟ-ଲେମନ୍ ଅଏଲ  :- ରୁପି ଜନିତ ସମସ୍ୟାରେ ଚିନ୍ତିତ ଥିଲେ ଲେମନ-କୋକୋନଟ ଅଏଲକୁ ଆପଣ ବ୍ୟବହାର କରିପାରିବେ । ଲେମ୍ବୁ ରୁପିକୁ ଦୂର କରିଥାଏ । ଆଉ ନଡିଆ ତେଲ କେଶକୁ ପୋଷଣ ଦେଇଥାଏ ।  ତେବେ ନଡିଆ ତେଲରେ କିଛି ବୁନ୍ଦା ଲେମ୍ବୁ ରସ ମିଶ୍ରଣ କରି ଟିକେ ଗରମ କରନ୍ତୁ ।

ଆମଲା ଅଏଲ :- ଅଳାଁକୁ ସାଧାରଣତଃ ଆପଣ  କଳା, ଘନ ଓ ମଜଭୁତ କେଶ ପାଇଁ ବ୍ୟବହାର କରି ପାରିବେ । ଏଥିପାଇଁ ଏକ ଲୁହା କଢେଇରେ କିଛି ପରିମାଣର ଦେସୀ ସୋରିଷ ତେଲ ସହ ପାଖାପାଖି ୪-୫ଟି ଅଳାଁ ପକାଇ ଫୁଟାନ୍ତୁ । ଏହା ଭଲ ଭାବରେ ଫୁଟି ଗଲା ପରେ ଏହାକୁ ଛାଣି ଦିଅନ୍ତୁ ଓ କେଶରେ ନିୟମିତ ଭାବରେ ବ୍ୟବହାର କରନ୍ତୁ । ପରେ କେଶକୁ ସଫା କରି ଦିଅନ୍ତୁ ।

ମେଥି ଅଏଲ୍ :- ମେଥିରେ ଉପଲବ୍ଧ ଥିବା ଲେସିଥିନ୍ ନାମକ ପ୍ରୋଟିନ୍ କେଶକୁ ଲମ୍ବା, ମଜଭୁତ, କୋମଳ ତଥା  ସାଇନିଂ କରିବାରେ ସହାୟକ ହୋଇଥାଏ । ଏହା କେଶରୁ ରୁପି ଜନିତ ସମସ୍ୟାରୁ ମଧ୍ୟ ଦୂର କରିଥାଏ । ପେଶା କିମ୍ବା ମେଥିକୁ  ନଡିଆ ତେଲ ସହିତ ମିଶାଇ  ଭଲଭାବରେ ଗରମ କରି ଦିଅନ୍ତୁ । ଆଉ ଏହାକୁ ଛାଣି ରଖି ଦିଅନ୍ତୁ ଓ ପ୍ରତିଦିନ କେଶରେ ମାଲିସ କରନ୍ତୁ ।ଏଭଳି ଭାବରେ ସପ୍ତାହରେ ୩-୪ ଥର କେଶ ଓ କେଶ ମୂଳରେ ଭଲଭାବରେ ମାଲିସ କରନ୍ତୁ । ପରେ ତାକୁ ସଫା କରି ଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ପୂର୍ବପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣ ଦେଖାଯିବ ।
ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ହେୟାର ଅଏଲ Almand oil
ପଢନ୍ତୁ ;

ଗାଡି ଚାଳକଙ୍କ ପାଇଁ ବଡ ଖବର : ଡିଏଲ୍‌ରେ ସଂଯୋଗ ହେବ ଆଧାର

 

Related posts

ପିଜୁଳି ପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ଗୁଡିକ ବିଷୟରେ ନଜର ପକାନ୍ତୁ

Krishna Kumar Manoj

ଏହି ସବୁ ସଙ୍କେତ ମିଳିଲେ ଜାଣିବେ ନିଶ୍ଚିତ ଭାବରେ ଧନପ୍ରାପ୍ତିର ଯୋଗ ରହିଛି

Krishna Kumar Manoj

କିପରି ଜାଣିବେ ଆପଣଙ୍କ ଶରୀରରେ ଜଳର ଅଭାବ ରହିଛି ? ଜାଣନ୍ତୁ ଏହାର ଲକ୍ଷଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More