LIFESTYLE

ସିଗାରେଟ ପିଇବା ଯୋଗୁଁ ଓଠ କଳା ପଡିଯାଏ,ଆସନ୍ତୁ ଜାଣିବା କିଛି ଟିପ୍ସ

ଯେଉଁମାନେ ସିଗାରେଟ ପିଅନ୍ତି, ସେମାନଙ୍କ ଓଠ କଳା ପଡିଯାଏ । ଏଥିପାଇଁ ସେମାନେ ବହୁତ ଚିନ୍ତାରେ ମଧ୍ୟ ଥାଆନ୍ତି । ଏଥିପାଇଁ ଅନେକ ଉପାୟ ମଧ୍ୟ ଖୋଜନ୍ତି । ଏହାସହ ବଢୁଥିବା ପ୍ରଦୂଷଣ ଯୋଗୁଁ ଆଜିକାଲି ଲୋକମାନେ ଫଟା ଓଠ ଯୋଗୁଁ ମଧ୍ୟ ଚିନ୍ତାରେ ରହୁଛନ୍ତି । ଆପଣ ଏଥିରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଆସନ୍ତୁ ଜାଣିବା।

କଳା ଓଠ ଯୋଗୁଁ ଚିନ୍ତିତ ଥିଲେ କଫିର ସ୍କ୍ରବ ବହୁତ ଭଲ ଫଳ ଦେଇଥାଏ । ଏଥିପାଇଁ କଫିକୁ କ୍ଷୀରରେ ମିଶାଇ ଓଠରେ ମାଲିସ କରନ୍ତୁ । ଏବଂ କିଛି ସମୟ ପରେ ଅଳ୍ପ ଉଷୁମ ପାଣିରେ ଓଠକୁ ଧୋଇ ଦିଅନ୍ତୁ ।

ବେକିଂ ସୋଡାରେ କିଛି ବୁନ୍ଦା ତେଲ ମିଶାଇ ଓଠରେ ଲଗାନ୍ତୁ ଓ ୧୦-୧୫ ସେକେଣ୍ଡ ସେକେଣ୍ଡ ପାଇଁ ଓଠକୁ ମାଲିସ କରନ୍ତୁ ।୧୦ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦେଅନ୍ତୁ । ଏହି ସ୍କ୍ରବ ଆପଣଙ୍କ ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରିବ ।

ଦୁଇ ଚାମଚ ଚିନିରେ ଅଧା ଚାମଚ ମହୁ ଓ ଅଧା ଚାମଚ ଜାଇତୁନର ତେଲ ମିଶାନ୍ତୁ । ଏହି ମିଶ୍ରଣକୁ କିଛି ସମୟ ଓଠରେ ଲଗାଇ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଓଠ ଗାଲାପୀ ହେବା ସହ କୋମଳ ହୋଇଥାଏ ।

ଏକ ଚାମଚ ଚିନିରେ କିଛି ବୁନ୍ଦା ମହୁ ମିଶାଇ ଓଠରେ ମାଲିସ କରନ୍ତୁ । ଦୁଇ ମିନିଟ ପରେ ଅଳ୍ପ ଉଷୁମ ପାଣିରେ ଓଠକୁ ଧୋଇ ଦିଅନ୍ତୁ । ଏହି ଉପାୟରେ ପରେ ଓଠରେ ପେଟ୍ରୋଲିୟମ ଜେଲି ଲଗାନ୍ତୁ ।ଏକ ଚାମଚ ଚିନିରେ କିଛି ବୁନ୍ଧା ଜାଇତୁନ ତେଲ ମିଶାନ୍ତୁ । ଏହାକୁ ଲଗାଇଲେ ଫଟା ଓଠ ଠିକ ହୋଇଯାଏ ।

ପଢନ୍ତୁ ;

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

Related posts

ସକାଳୁ ଉଠୁ ଉଠୁ ପାଣି ପିଇଲେ କଣ କଣ ସୁଫଳ ମିଳେ , ଆସନ୍ତୁ ଜାଣିବା

ENO Beuro

ଛିଡି ଯାଇଥିବା କ୍ଷୀରକୁ ଫିଙ୍ଗିଦେଉଛନ୍ତି କି? ଜାଣନ୍ତୁ ଏହାକୁ କେମିତି ବ୍ୟବହାର କରିବେ!

ENO Beuro

ଯଦି ମାସେ ପର୍ଯ୍ୟନ୍ତ ସବୁଦିନ ଗୋଟେ କଦଳୀ ଖାଇବେ ତେବେ ଜାଣନ୍ତୁ କ’ଣ ହେବ ଆପଣଙ୍କ ସହ

ENO Beuro

Leave a Comment