LIFESTYLE

ଆଖିରେ ଆଲୁଅ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ଅଧିକ ଖରା ଯୋଗୁ ଗରମ ଦିନେ ଆଖିରେ କିଛି ସମସ୍ୟା ଦେଖାଯାଏ। ଅନେକ ଲୋକଙ୍କ ଆଖିରେ ଆଲୁଅ ହୋଇଥାଏ। ଆମେ ସମସ୍ତେ ଅନ୍ୟ କାହା ଆଖିରେ ହୋଇଥିବା ଦେଖିଛେ ଅଥବା ନିଜେ ଅନୁଭବ କରିଛେ । ଏହା ଯେତିକି ଯନ୍ତ୍ରଣଦାୟକ ସେତିକି ବିରକ୍ତିକର ମଧ୍ୟ । ଏହି ରୋଗ ହେବ ଦ୍ଵାରା ଦୈନନ୍ଦିନ ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଇଥାଉ।

ତେବେ ଆସନ୍ତୁ ଜାଣିବା ଆଲୁଅ ସମସ୍ୟା ଦୂର କରିବାର କିଛି ପ୍ରକୃତିକ ଉପଚାର-

  • ଅରଖ ଗଛ କ୍ଷୀରକୁ ପାଦର ବୁଢା ଆଙ୍ଗୁଠିରେ ଲଗେଇଲେ ଆଲୁଅ ଭଲ ହୋଇଯାଏ । ମାତ୍ର ଧ୍ୟାନ ଦିଅନ୍ତୁ, ଯଦି ଡାହାଣପଟ ଆଖିରେ ଆଲୁଅ ହୋଇଥାଏ ତେବେ ବାମପଟ ପାଦ ବୁଢା ଆଙ୍ଗୁଠିରେ ଲଗାନ୍ତୁ ଓ ବାମପଟ ଆଖିରେ ହୋଇଥିଲେ ଡାହାଣପଟ ପାଦ ବୁଢା ଆଙ୍ଗୁଠିରେ ଲଗାନ୍ତୁ।
  • ଗ୍ରୀନ୍‌ ଟି ବ୍ୟାଗକୁ ଏକ କପ୍‌ ଗରମ ପାଣିରେ ବୁଡାଇ ରଖନ୍ତୁ। ଏହା ଭଲଭାବେ ଭିଜିଗଲା ପରେ ସେହି ପାଣିକୁ ନେଇ ଆଖି ଧୋଇ ଦିଅନ୍ତୁ। ଏପରି କଲେ ଆଲୁଅ ଭଲ ହୋଇଥାଏ।
  • ଆଲୋଭେରା ଜେଲ୍‌ ବା ଘିକୁଆଁରି ରସ ବାହାର କରି ଆଲୁଅ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଆରାମ ଲାଗିବ। ଏହା ବ୍ୟାକ୍ଟେିରିଆ ମାରିବା ସହ ଇନଫେକ୍ସନ୍‌ ହେବାକୁ ଦେଇ ନ ଥାଏ।
  • ଦୁଇ କପ ପାଣିରେ ଏକଚାମଚ ହଳଦୀ ମିଶାଇ ଭଲ ଭାବେ ଫୁଟାଇ ରଖନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଆଲୁଅ ଉଠିଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ।

ପଢନ୍ତୁ; ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ଭ୍ରମଣ କରିବା ସମୟରେ ଆପଣଙ୍କର ବାନ୍ତି ହେଉଛି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଆପଣ ଜାଣିଛନ୍ତି କି ? ସ୍ଵାମୀକୁ ପରେମେଶ୍ଵର ବୋଲି କାହିଁକି କୁହାଯାଇଥାଏ ! ଜାଣନ୍ତୁ

ENO Beuro

ଜୁଆଣିରେ ପେଟ-ତ୍ଵଚା-କେଶର ଯତ୍ନ

Ratnamani Moharana

2 comments

Leave a Comment