LIFESTYLE

ପାଟିରେ ଘା’କୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର ,ଦୂରହେବ ଆପଣଙ୍କ ସମସ୍ୟା

ପାଟିରେ ଘା’ହେବା ଏକ ସାଧାରଣ ସମସ୍ୟା। ଠିକସେ ପାଣି ନପିଇବା ଏବଂ ପେଟ ଗରମ ହେବା ଦ୍ଵାରା ଏହି ସମସ୍ୟା ଦେଖାଦେଇଥାଏ। ଏହା ଛଡା ଅଧିକ ମାତ୍ରାରେ ସମଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ତୁଣ୍ଡ ଘା’ ହୋଇଥାଏ । ଏହାଦ୍ୱାରା କିଛି ଖାଇବା ପିଇବା ଫଳରେ ପାଟିରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

ଆସନ୍ତୁ ଜାଣିବା ଏହି ସମସ୍ୟା ଦୂର କରିବା ପାଇଁ କିଛି ଘରୋଇ ଉପଚାର-

  • ଲୁଣ ଏବଂ ବେକିଂ ସୋଢା ଅଳ୍ପ ପାଣିରେ ମିଶାଇ ଘା’ରେ ଲଗାନ୍ତୁ । ଲଗାଇବା ପରେ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ। ଏହାପରେ ପାଣିରେ କୁଳି କରି ଦିଅନ୍ତୁ।
    ଏହାପରେ ମଧ୍ୟ ଯଦି ଯନ୍ତ୍ରଣା କମ୍ ନହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।
  • କଦଳୀ ଏବଂ ମହୁ ମିଶାଇ ଖାଇବା ଦ୍ୱାରା ଘା’ ଶୀଘ୍ର ଠିକ ହୋଇଥାଏ। ଅଧିକ ଯନ୍ତ୍ରଣା ହେଉଥିଲେ ଏହାକୁ ପେଷ୍ଟ କରି ଲଗାଇବା ଦ୍ୱାରା ଉପଶମ ମିଳିଥାଏ।
  • ତୁଣ୍ଡ ଘା’ ପାଇଁ ଧନିଆ ମଧ୍ୟ ବେଶ ଉପଯୋଗୀ । ୧ ଚାମଚ ଗୋଟା ଧନିଆ ନେଇ ୧ କପ ପାଣିରେ ଫୁଟାନ୍ତୁ । ଫୁଟି ସାରିବା ପରେ ଏହାକୁ ଛାଣି ଥଣ୍ଡା ରଖନ୍ତୁ । ଦିନରେ ୨-୩ ଥର ଏହି ପାଣିରେ କୁଳି କରନ୍ତୁ । ଘା’ ଭଲ ହୋଇଯିବ।
  • ଅଁଳାକୁ ସିଝାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ତୁଣ୍ଡ ଘା’ରେ ଲଗାନ୍ତୁ । ଘା’ ଶୀଘ୍ର ଭଲ ହୋଇଯିବ।

ପାଟିରେ ଘା’କୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର ,ଦୂରହେବ ଆପଣଙ୍କ ସମସ୍ୟା mouthh

ପଢନ୍ତୁ;

ସକାଳୁ ଖାଲିପାଦରେ ଓଦା ଘାସ ଉପରେ ଚାଲିବା ଦ୍ୱାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ

Related posts

ପେଟ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ

ENO Beuro

ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କିପରି କରିବା

ENO Beuro

ବାହାଘର ପରେ ପୁଅମାନେ ବଦଳି ଜାଆନ୍ତି କାହିଁକି ଜାଣନ୍ତୁ ?

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More