LIFESTYLE

ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି କି ?ତେବେ କରନ୍ତୁ ବ୍ରଜାସନ

ମହିଳା ମାନଙ୍କୁ ଫିଟ ଓ ସୁସ୍ଥ ରଖିବାରେ ବ୍ରଜାସନ ଗୁରୁତ୍ଵପୂର୍ଣ । ଏହି ଆସନ କଲେ ମଣିଷର ଶରୀର ବ୍ରଜ ପରି ଦୃଢ ହେଉ ଥିବାରୁ ଏହାର ନାମ ବ୍ରଜାସନ ଦିଆ ହୋଇଛି । ଏହା ବ୍ରଜ ନାଡି ଉପରେ ପ୍ରଭାବ ପକାଏ ।ତେଣୁ ପ୍ରତିଦିନ ସକାଳେ ବ୍ରଜାସନ କରନ୍ତୁ ।

ବ୍ରଜାସନର  ଗୁରୁତ୍ଵପୂର୍ଣ ନିୟମ

ପ୍ରଥମେ ଆସନ ଉପରେ ଆଣ୍ଠୁମାଡି ବସିବାକୁ ହେବ । ଦୁଇଗୋଡ ଆଣ୍ଠୁ ପାଖରୁ ପଛ ଆଡକୁ ମୋଡି ହୋଇ ରହିବ । ଦୁଇ ପାଡର ତଳିପା ଗୃହ୍ୟଦ୍ଵାରର ଦୁଇପାଖରେ ରହିବ । ଡାହାଣ ପାଦର ବୁଢା ଆଙ୍ଗୁଳି ବାମ ପାଦର ବୁଢା ଆଙ୍ଗୁଳି  ଉପରେ ରହିବ । ଦୁଇ ଜଙ୍ଘ ଆଣ୍ଠୁ ଉପରେ ଓ ନିତମ୍ବ ଗୋଇଠି ଉପରେ ରହିବ । ମେରୁଦଣ୍ଡ ସିଧା ରହିବ । ଦୁଇ ହାତ ଦୁଇ ଆଣ୍ଠୁ ଉପରେ ରହିବ । ଦ୍ରୁଷ୍ଟି ସାମ୍ନା ଆଡକୁ ରହିବ ।

ଲାଭ :- ପାଦ,ଆଣ୍ଠୁ ଶକ୍ତ ହୁଏ ଓ ସହଜରେ ଖାଦ୍ୟ ହଜମ ହୁଏ । ଖାଇବା ପରେ ଏହି ଆସନରେ ବସିଲେ ବହୁତ ଉପକାର ମିଳିଥାଏ । ଏହା ଦ୍ଵାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

ମହିଳାଙ୍କ ମାସିକ ଧର୍ମରେ ଅନିୟମିତତା ଦୂର ହୋଇଥାଏ । ପିଠି ଓ ଛାତି ଯନ୍ତ୍ରଣାରୁ ଉପସମ ମିଳିଥାଏ । ଏହା ଦ୍ଵାରା ଗୋଡ଼ ବିନ୍ଧା ମଧ୍ୟ ଭଲ ହୋଇ ଥାଏ ।

ନିୟମ :- ପୂର୍ବ ଦିଗକୁ ମୁହଁ କରି ବ୍ରଜାସନ କରିବାକୁ ହେବ । ପ୍ରଥମେ ପ୍ରଥମେ କଷ୍ଟ ହୋଇପାରେ,ମାତ୍ର ନିୟମିତ ଅଭ୍ୟାସ କଲେ ଅନେକ ସମୟ ଯାଏ ବସି ହେବ ।

ସତର୍କତ :- ବେସୀ ସମୟ ବ୍ରଜାସନରେ ବସିବା ପରେ ଶବାସନ କରିବା ଉଚିତ ।

ପଢନ୍ତୁ ;

ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ‘ପରୀ’ ଟ୍ରେଲର :ଅନୁଷ୍କା ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି

Related posts

ଖାଲି ପେଟରେ ପିଅନ୍ତୁ କିସ୍‌ମିସ ପାଣି, ମିଳିବ ଅନେକ ଫାଇଦା

ENO Beuro

ଗ୍ରୀନ ଟି ପିଇବା ଦ୍ଵାରା କି ଉପକାରିତା ମିଳେ ଆସନ୍ତୁ ଜାଣିବା

ENO Beuro

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More