Featured

କେମିତି ଆପଣ କୁହୁଡିରେ ଡ୍ରାଇଭିଂ କଲାବେଳେ ସାବଧାନ ଅବଲମ୍ବନ କରିବେ , ଏହା ନିହାତି ଜାଣିବା ଦରକାର

କୁହୁଡି ପାଗରେ ରୋଡ୍ ଆକ୍ସିଡେଂଟର ସମସ୍ୟା ଖୁବ୍ ରହିଥାଏ।  ଆପଣଙ୍କ ର ନିହାନ୍ତି ଜାଣିବା ଦରକାର କୁହୁଡି ରେ କେମିତି ଡ୍ରାଇଭିଂ କଲେ ଆପଣ ଆକ୍ସିଡେଣ୍ଟ ର ସମୁଖୀନ ରେ ପଡିବେ ନାହି ।

ଘନ କୁହୁଡିରେ ସବୁଠୁ ଭଲ ତରିକା ହେଲା , ସଡକର ବାମ କଡରେ ଚାଲନ୍ତୁ । ଏହାଦ୍ୱାରା ଗାଡି ଏକ ଦିଗରେ ଏପଟ ସେପଟ ନହୋଇ ଚାଲିବ । କିଛି ବଡ ସଡକରେ ହଳଦିଆ ରଙ୍ଗର ଲାଇନ୍ ବି ଥାଏ । ସଡକ ପାର୍ଶ୍ୱରେ ଲାଗିଥିଲା ଏହି ହଳଦିଆ ଲାଇନକୁ ଅନୁସରଣ କରି ଯାଇପାରିବେ । ସଡକର ମଝିରେ ଚାଲନ୍ତୁ ନାହିଁ ।

କିଛି ଲୋକ କୁହୁଡିରେ ହେଡଲାଇଟ୍ ବନ୍ଦ କରି କେବଳ ଫଗ୍ ଲାଇଟ୍ ଜଳାଇଦେଇଥାନ୍ତି । ଏହା ବିପଦପୂର୍ଣ୍ଣ ହୋଇପାରେ । କାରଣ ଦୂରରୁ ଆସୁଥିବା ଲୋକକୁ ଫଗ୍ ଲାଇଟ୍ ଦେଖାଯାଇନଥାଏ । କିନ୍ତୁ ଲୋ ବିମ୍ ରେ ଜଳୁଥିବା ହେଡଲାଇଟକୁ ଅନ୍ୟ ଡ୍ରାଇଭର ସହଜରେ ଦେଖିପାରେ ।

କୁହୁଡି ପାଗରେ ଦୁର୍ଘଟଣା ହେବାର ସୁଯୋଗ ଅଧିକ ଥାଏ । ଏବଂ ଏହି କାରଣରୁ ଖରାପ ଭିଜିବିଲିଟିରେ ଦ୍ରୁତ ଗତିରେ ଗାଡି ଚଳାଇବା ଠିକ୍ ନୁହେଁ । ନିଜକୁ ଓ ଅନ୍ୟକୁ ସୁରକ୍ଷା ଦେବାକୁ ଗାଡିକୁ ଧିରେ ଚଳାନ୍ତୁ । ସ୍ପିଡୋମିଟର ଉପରେ ନଜର ରଖନ୍ତୁ ସଦାବେଳେ।

ସବୁଠୁ ଅଧିକ ଜରୁରି ଜିନିଷ ହେଲା ଯଦି ରାସ୍ତାରେ ଗାଡି ରୋକିବାକୁ ପଡେ ବା ବନ୍ଦ ହୋଇଯାଏ ତ ଏହାକୁ ସଡକର ପାର୍ଶ୍ୱରୁ ହଟାଇଦିଅନ୍ତୁ । କାରଣ ଏଇଥି ପାଇଁ ଯେ ଆପଣ ପାର୍କିଂ ଲାଇଟ୍ ଅନ୍ କରିଥିଲେ ବି କେହି ଆପଣଙ୍କର ଗାଡିକୁ ପଛରୁ ଧକ୍କା ଦେବାର ସମ୍ଭାବନା ଥାଏ ।

Related posts

ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ମୁକେଶ ଅମ୍ବାନିଙ୍କ ବୋହୁ ହେବେ ଶ୍ଳୋକ ମେହେଟ୍ଟା

ENO Beuro

କଣ ଆପଣ ବି ନଡିଆ ପସନ୍ଦ କରନ୍ତି କି ଜାଣନ୍ତୁ ନଡ଼ିଆ ଖାଇବା ଦ୍ଵାରା ଶିତ ଦିନେ କଣ ଲାଭ ମିଳିଥାଏ

ENO Beuro

Leave a Comment