LIFESTYLE

ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି ?ଆସନ୍ତୁ ଜାଣିବା କିଛି ଟିପ୍ସ କିପରି ଓଜନ ବଢାଇବା

ବର୍ତ୍ତମାନ ଯୁବପୀଢି ସୋମାନଙ୍କ ଫିଜିକାଲ ଫିଟନେସକୁ ନେଇ ସର୍ବଦା ସଜାଗ । ତେଣୁ ମୋଟା ହେଲେ ପତଳା ହେବା ଲାଗି ଜିମ ଯିବା, ଖାଦ୍ୟ ନିୟନ୍ତ୍ରଣ ଆଦି କରୁଛନ୍ତି । ହେଲେ ଯେଉଁମାନେ ଆବଶ୍ୟକରୁ ଅଧିକ ପତଳା ଏହା ସେମାନଙ୍କ ବ୍ୟକ୍ତିତ୍ୱରେ ଆଂଚ ଆଣୁଛି । ଯେଉଁଥିପାଇଁ ଅନେକ ବିଭିନ୍ନ ଔଷଧ ଖାଉଛନ୍ତି ତ କେହି କେହି ଏହାର ପାଶ୍ୱର୍ ପ୍ରତିକ୍ରିୟାର ଶୀକାର ମଧ୍ୟ ହେଉଛନ୍ତି । ତେଣୁ ପ୍ରକୃତିକ ଉପାୟରେ ଓଜନ ବୃଦ୍ଧି ଲାଗି ଆସନ୍ତୁ ଜାଣିବା  କିଛି ଟିପ୍ସ…

ପ୍ରଥମେ ଖାଦ୍ୟପେୟ ପ୍ରତି ଗୁରୁତ୍ୱ ଦିଅନ୍ତୁ । କେବଳ ପାଟିକୁ ସ୍ୱାଦ ଲାଗୁଥିବା କିମ୍ବା ପସନ୍ଦର ଖାଦ୍ୟ ବାଛିବା ପରିବର୍ତ୍ତେ ସବୁପ୍ରକାର ପୌଷ୍ଟିକ ଖାଦ୍ୟ ଖାଆନ୍ତୁ । ଖାଦ୍ୟରେ କ୍ୟାଲେରୀ ମାତ୍ରା ବଢାନ୍ତୁ । ପ୍ରୋଟିନ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ ।ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍ ରିହିଛି । ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢିବାରେ ସାହାଯ୍ୟ କରିବ ।ନିୟମିତ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ।

ଫଳ ମଧ୍ୟରେ ଓଜନ ବଢାଇବା ଲାଗି କଦଳୀ ସବୁଠାରୁ ଭଲ । ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ । ନ ହେଲେ ସକାଳୁ ଏହାର ସେକ ପିଇପାରିବେ । କ୍ଷୀର କଦଳୀ ଓ କଞ୍ଚା ଚୂଡା ଚକଟି ଖାଇବା ବି ଲାଭଦାୟକ ।ସକାଳ ଜଳଖିଆରେ ବ୍ରେଡ ସହ ୨ଟି ଅଣ୍ଡା କିମ୍ବା ଆମଲେଟ୍ ଖାଆନ୍ତୁ । ଏହା ଖୁବ ଶୀଘ୍ର ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ।

ମୋଟା ହେବା ଆଶରେ ଅଧିକ ତେଲ ମସଲାଯୁକ୍ତ ଖାଦ, ଫାଷ୍ଟଫୁଡ, ଫୁଡ ସପ୍ଲିମେଣ୍ଟ, ପ୍ରୋଟିନ ପାଉଡର ଆଦି ଗ୍ରହଣ କରିବେ ନାହିଁ କାରଣ ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ତେଣୁ ସୁଷମ ଆହାର ଗ୍ରହର ଗ୍ରହଣ କରନ୍ତୁ । ଓଜନ ବଢୁଛି କି ନାହିଁ ଜଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ । ନଚେତ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ଅସୁବିଧା ହୋଇପାରେ ।

ପଢନ୍ତୁ ;

ଆସନ୍ତୁ ଜାଣିବା ଦହି ଓ ଭାତର ଉପକାରିତା

Related posts

କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଆପଣ ଜାଣିଛନ୍ତି କି? ଶୋଇବା ବେଳେ ବାମ କଡ଼ ଲେଉଟାଇ ଶୋଇଲେ କଣ ଲାଭ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More