VASTU

ଶନିଦଶା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଦାନ କରନ୍ତୁ ଏହି ସବୁ ତେଲ

ଶନିଙ୍କ ପ୍ରଭାବ ସବୁ ରାଶି ଉପରେ ରହିଥାଏ। ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ଓ ଶନିଦଶା ଦୂର ପାଇଁ ଜ୍ୟୋତିଷଶାସ୍ତ୍ରରେ ଉପାୟ ରହିଛି। ଶନିଙ୍କ କୋପରୁ ବଞ୍ଚିବା ପାଇଁ ତେଲ ଦାନ ସବୁଠାରୁ ଭଲ ଉପାୟ ଅଟେ। ହେଲେ ତେଲ ଦାନ କରିବାର କିଛିଟା ଉପାୟ ରହିଛି।

ଆସନ୍ତୁ ଜାଣିବା କେଉଁ ତେଲ ଦାନ କରିଲେ ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ-

  • ପ୍ରତି ଶନିବାର ଗୋଟିଏ ପାତ୍ରରେ ସୋରିଷ ତେଲ ନେଇ ସେଥିରେ ନିଜ ଚେହେରା ଦେଖନ୍ତୁ। ଏହାପରେ ସେହି ତେଲକୁ ନେଇ ଶନିଦେବଙ୍କ ମନ୍ଦିରରେ ଚଢେଇ ଦିଅନ୍ତୁ, ନଚେତ୍‌ କୌଣସି ଗରିବଙ୍କୁ ଦାନ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତ ହେବ।
  • ଧନ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବାକୁ ହେଲେ ପ୍ରତି ଶନିବାର ଓ ମଙ୍ଗଳବାର ହନୁମାନଙ୍କ ପାଖରେ ସୋରିଷ ତେଲର ଦୀପ ଜଳାନ୍ତୁ। ଦୀପରେ ତେଲ ସହ ୨ଟି ଲବଙ୍ଗ ବି ପକାନ୍ତୁ। ଏହା ତନ୍ତ୍ରଶାସ୍ତ୍ରର ଉପାୟ। ଏଥିରେ ହନୁମାନ ଖୁବ୍‌ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।
  • ଲଗାତାର ୪୧ ଦିନ ପର୍ଯ୍ୟନ୍ତ ଓଶ୍ୱତ୍ଥ ଗଛ ମୂଳେ ରାଶି ତେଲରେ ଦୀପ ଜଳାନ୍ତୁ। ଏପରି କରିବା ଦ୍ୱାରା ଭଗବାନ୍‌ ବିଷ୍ଣୁଙ୍କ ସହ ଶନିଦେବଙ୍କ କୃପା ମିଳିବ।
  • ଆଉ ହଁ ମନେ ରଖନ୍ତୁ ପ୍ରତି ଶନିବାର ଓ ମଙ୍ଗଳବାର ସୋରିଷ ତେଲ ସହ ଗହମ ଅଟା କୌଣସି ମନ୍ଦିରକୁ ଦାନ କରନ୍ତୁ। ଏପରି କରିବା ଦ୍ୱାରା ସବୁ ପ୍ରକାର ଗ୍ରହଦୋଷ ଦୂର ହୋଇଯିବ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି।

ପଢନ୍ତୁ; ଘରୋଇ ଉପାୟରେ ମୁହଁରୁ ଦାଗ କିପରି ଦୂର କରିବେ ଜାଣନ୍ତୁ?

Related posts

ଭଗବାନ ଶିବଙ୍କୁ ସୋମବାର ପୂଜା କରିବା ଦ୍ଵାରା ଆମକୁ କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ରହସ୍ୟ ସମ୍ପର୍କରେ !

ENO Beuro

ଠିକ ଅଛି ତ ଆପଣଙ୍କ ବେଡରୁମର ବାସ୍ତୁ ? ନଚେତ ବିଗିଡି ପରେ ଆପଣଙ୍କ ସମ୍ପର୍କ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More