LIFESTYLE

ଗୋରା ଓ ସୁନ୍ଦର ତ୍ଵଚା ପାଇଁ ବ୍ୟବହାର କରନ୍ତୁ ଆଳୁର ଫେସପ୍ୟାକ୍

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାଁନ୍ତି । କିନ୍ତୁ ଏଇ ସୁନ୍ଦରତା ଯଦି ପ୍ରାକୃତିକ ଉପାୟରେ ମିଳେ ତାହେଲେ ଆହୁରି ଭଲ । ନିତିଦିନିଆ ଜୀବନରେ ମହିଳାମାନେ ତ୍ୱଚା ସମ୍ବନ୍ଧୀୟ ଅସୁବିଧା ଯୋଗୁଁ ସବୁବେଳେ ଚିନ୍ତାରେ ଥାଆନ୍ତି ।ଅନେକ ଲୋକଙ୍କର ମୁହଁରେ ବୟସାଧିକ୍ୟ ଦିଶିବାର ଛାପ ଦେଖିବାକୁ ମିଳେ । ସେମାନେ ଏହାକୁ ନେଇ ଖୁବ୍‌ ଚିନ୍ତିତ ମଧ୍ୟ ଥାଆନ୍ତି । କାହାର ତ୍ୱଚା ଲୋଚାକୋଚା ହୋଇଥାଏ ତ, ପୁଣି କିଏ ବୟସ୍କ ଭଳି ଲାଗେ। ଆପଣ ଘରୋଇ ଉପଚାରରେ ସୁନ୍ଦର ଦେଖାଯାଇପାରିବେ। ପାର୍ଲର ନଯାଇ ଘରେ ମଧ୍ୟ ବ୍ୟବହାର କରିପାରିବେ ଫେସପ୍ୟାକ। ଆମ ନୀତିଦିନ ଜୀବନରେ ଖାଉଥିବା ପରିବା ମଧ୍ୟ ଆମ ରୂପ ପାଇଁ ବେଶ ଲାଭଦାୟକ ଅଟେ। ଆଳୁରେ ମଧ୍ୟ ଆପଣ ଘରେ ବସି ଫେସପ୍ୟାକ ପ୍ରସ୍ତୁତି କରିପାରିବେ।

ଜାଣନ୍ତୁ କିପରି ବ୍ୟବହାର କରିବେ ଆଳୁର ଫେସପ୍ୟାକ-

  • ଚେହେରାରେ ଚମକ ଆଣିବାକୁ ଚାହୁଁଥିଲେ, ପ୍ରଥମେ ଏକ ଆଳୁର ପେଷ୍ଟ ତିଆରି କରନ୍ତୁ । ସେଥିରେ ୩ରୁ ୪ ଚାମଚ ମୁଲତାନି ମାଟି ଓ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଅଧଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ । ଚେହେରାର ଚମକ ବୃଦ୍ଧି ପାଇବା ସହ କୁଞ୍ଚନ ପଡି ନଥାଏ।
  • ଆଳୁ ରସ ନେଇ ସେଥିରେ ଅଳ୍ପ କିଛି କଞ୍ଚା କ୍ଷୀର ମିଶାଇ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ସପ୍ତାହରେ ତିନି ଥର ଏପରି କରିବା ପରେ ଫରକ ଆପଣ ନିଜେ ଜାଣି ପାରିବେ।
  • ଗୋଟିଏ ଆଳୁର ରସ ନେଇ ସେଥିରେ ଗୋଟିଏ ଅଣ୍ଡାରେ ଧଳା ଅଂଶକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ହେଇ ପଡନ୍ତୁ । ସଙ୍ଗେ ସଙ୍ଗେ ତ୍ଵଚାରେ ଫରକ ନଜର ଆସିବ ।
  • ଆଳୁ ଓ ହଳଦୀର ଫେସପ୍ୟାକ ନିୟମିତ ଲଗାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ । ଆଳୁକୁ ପ୍ରଥମେ କୋରି ଦିଅନ୍ତୁ ବା ବାଟି ଦିଅନ୍ତୁ। ସେଥିରେ ଏକ ଚିମୁଟା ହଳଦୀ ପାଉଡର ଗୋଳାଇ ଚେହେରାରେ ଲଗାଇ ଅଧ ଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ।

ଗୋରା ଓ ସୁନ୍ଦର ତ୍ଵଚା ପାଇଁ ବ୍ୟବହାର କରନ୍ତୁ ଆଳୁର ଫେସପ୍ୟାକ୍ Potato Face Packs

ପଢନ୍ତୁ;

ବିଶେଷଜ୍ଞଙ୍କ ମତ : ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପଯୋଗୀ ଜାଣନ୍ତୁ

Related posts

ପୋଦିନାରେ ରହିଛି ଅନେକ ଚମତ୍କାରୀ ଗୁଣ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ

ENO Beuro

ଶାରୀରିକ ବିକାଶ ପାଇଁ ପାଳଙ୍ଗ ଶାଗରୁ ମିଳିଥାଏ ବିଭିନ୍ୟ ପ୍ରକାରର ପୋଷକ ତତ୍ତ୍ୱ ; ଆସନ୍ତୁ ଜାଣିବା ଏହାର ଉପକାରିତା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More