• Home
  • LIFESTYLE
  • ଗୋଲାପୀ ଓଠ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ
LIFESTYLE

ଗୋଲାପୀ ଓଠ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ଅଧିକାଂଶ ସମୟରେ ମହିଳାମାନେ ନିଜ ଓଠ ଜନିତ ସମସ୍ୟାକୁ ନେଇ ବହୁତ ଚିନ୍ତିତ ଥାନ୍ତି । ଓଠ ମୁହଁର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ତାହା ନେଇ କିଛି ସରଳ ଉପାୟ ସଂପର୍କରେ ଆପଣଙ୍କୁ ଜଣାଇବୁ । ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ସବୁଦିନ ପାଇଁ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।

ଆସନ୍ତୁ ଜିଣିବା କିଛି ଟିପ୍ସ-

  • କଳା ପଡିଆସୁଥିବା ଓଠର ଉପଚାର ପାଇଁ ବିଟ୍ ରସ ଖୁବ୍ ଉପକାରୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ତାଜା ବିଟ୍ ରସ ଓଠରେ ଲଗାନ୍ତୁ ଏବଂ ସକାଳେ ଏହାକୁ ଧୋଇ ଦିଅନ୍ତୁ । ଏହାର ପ୍ରାକୃତିକ ଲାଲ ଉପାଦାନ ଓଠକୁ ମସୃଣ ଓ ଗୋଲାପୀ କରିଥାଏ ।
  • ସମାନ ପରିମାଣର ବିଟ୍ ଓ ଗାଜର ରସ ମିଶାଇ ଓଠରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ତେବେ ସପ୍ତାହକୁ ପାଖାପାଖି ୨-୩ ଥର ଏଭଳି କରିନ୍ତୁ ଏବଂ ଏହାର ଫରକ୍ ଦେଖନ୍ତୁ।
  •  କିଛି  ବୁନ୍ଦା ଅଲିଭ୍ ତେଲରେ ଏକ ଚାମଚ ଚିନି ମିଶାଇ ସପ୍ତାହରେ ଥରେ ଓଠରେ ଲଗାନ୍ତୁ। ଅଧ ଘଂଟା ପରେ ଥଣ୍ଡା ପାଣିରେ ଧୋଇ ଏହା ଉପରେ ଲହୁଣୀ ଲଗାନ୍ତୁ । ଏହା ଦ୍ୱାରା ଓଠ ନରମ ରହିବା ସହ କଳା ପଡି ନଥାଏ।
  • ରାତିରେ ଶୋଇବା ପୂର୍ବରୁ ଓଠରେ ଲେମ୍ବୁ ରସ ଲଗାନ୍ତୁ । ଏଭଳି ରୂପେ ନିୟମିତ ଲଗାଇଲେ କିଛି ମାସରେ ଏହାଦ୍ୱାରା ସୁଫଳ ମିଳିଥାଏ।
  • ଫାଳେ ଲେମ୍ବୁରେ କିଛି ମାତ୍ରାରେ ଚିନି ମିଶାଇ ଓଠରେ ଘଷନ୍ତୁ ।ଏହା ଦ୍ୱାରା ମୃତ କୋଷ ବାହାରିଯାଏ ଏବଂ କଳା ଦାଗ ଦୂର ହେବା ସହ ଓଠ ଫାଟିବା ଆଦି ସମସ୍ୟା ଦୂର ହୋଇଥାଏ।

ଗୋଲାପୀ ଓଠ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ ଗୋଲାପୀ ଓଠ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ pink lips

ପଢନ୍ତୁ;

ଶୋଇବା ପୂର୍ବରୁ କେତେ ପାଣି ପିଇବା ଦରକାର ଏବଂ ଏଥିରୁ କ’ଣ ଲାଭ ମିଳିଥାଏ ? ଜାଣନ୍ତୁ ସେ ସମ୍ପର୍କରେ

Related posts

ଔଷଧୀୟ ଗୁଣରେ ଭରପୂର ତେଜପତ୍ର , ଜାଣନ୍ତୁ କେଉଁ ସବୁ ରୋଗ ଦୂର କରିଥାଏ ତେଜପତ୍ର ?

Krishna Kumar Manoj

ନୀତିଦିନ ଖାଆନ୍ତୁ ରସୁଣ, କାରଣ ଏଥିରେ ଭରିରହିଛି ଅବିଶ୍ଵସନୀୟ ଔଷଧୀୟ ଗୁଣ

Krishna Kumar Manoj

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ?ତେବେ ଓଜନ ହ୍ରାସ ପାଇଁ ଖାଆନ୍ତୁ ବ୍ରାଉନ ରାଇସ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More