LIFESTYLE

ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ସାଧାରଣତଃ ଆମେ ଆମିଷ ଖାଇସାରିବା ପରେ ଯେତେଥର ବାସନ ଧୋଇଲେ ବି ସେଥିରୁ ଦୁର୍ଗନ୍ଧ ଆସିଥାଏ। ଏହି ସମସ୍ୟାରେ ଅନେକ ଲୋକ ପଡିଥାନ୍ତି , ଆପଣ ମଧ୍ୟ ଏହି ସମସ୍ୟାରେ ପଡିଥିବେ। ତେବେ ଚିନ୍ତା କରନ୍ତୁ ନାହିଁ।

ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ-

  • କମଳା ଚୋପା-ମାଛ ତରକାରୀ କରିଥିବା ବାସନରେ ଲେମ୍ୱୁ କିମ୍ୱା କମଳା ଚୋପାକୁ ପାଣିରେ ପକାଇ ଗରମ କରନ୍ତୁ। ଏହାକୁ ୩୦ ମିନିଟ୍‌ ରଖିବା ପରେ ସାବୁନରେ ଧୋଇଦିଅନ୍ତୁ। ଦେଖିବେ ସେହି ବାସନରୁ ବାସ୍ନା ପୂରା ଉଡ଼ିଯିବ।
  • ସେଓ- ଆମିଷ ରୋଷେଇ କରିବା ପୂର୍ବରୁ ସେହି ବାସନରେ ସେଓର ଏକ ଖଣ୍ଡ ଘଷିଦିଅନ୍ତୁ। ଏହାଦ୍ୱାରା ଦୁର୍ଗନ୍ଧ ମରିଯିବ।
  • ଲେମ୍ୱୁ- ବାସନରୁ ଆଇଁଷ ବାସ୍ନା ହଟାଇବା ପାଇଁ ଲେମ୍ୱୁ ଚୋପା ଘୋଷନ୍ତୁ। ଏହାପରେ ଏହାକୁ ୨୦ ମିନିଟ୍ ଛାଡ଼ି ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଏକ କପଡ଼ାରେ ଲେମ୍ୱୁ ରସ ମିଶାଇ ବାସନକୁ ସଫା ମଧ୍ୟ କରିପାରିବେ।
  • ଭିନେଗାର-ଭିନେଗାର କେବଳ ବାସନର ମଇଳା ସଫା କରେ ନାହିଁ ଏହା ବାସନକୁ ଚକ୍‌ଚକ୍‌ ମଧ୍ୟ କରିଥାଏ। ଯଦି ଆପଣ ବାସନରୁ ବାସ୍ନା ହଟାଇବା ପାଇଁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ବାସନକୁ ହାଲ୍‌କା ଭାବେ ସାବୁନରେ ସଫା କରି ଦିଅନ୍ତୁ। ଏହାପରେ ବାସନରେ ଏକ ଚାମଚ ଭିନେଗାର ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଆଉ ଧୋଇଦେଲା ପରେ ଦେଖିବେ ଆଇଁଷ ବାସ୍ନା ପୂରା ଗାଏବ।
  • ଡିସ୍‌ ୱାସ ସାବୁନ ବ୍ୟବହାର କରନ୍ତୁ-ବାସନରୁ ଆଇଁଷ ବାସ୍ନା ଦୂର କରିବା ପାଇଁ କିଛି ସମୟ ଗରମ ପାଣି ଏହାକୁ ଛାଡ଼ି ଦିଅନ୍ତୁ। ଏହାପରେ ଲିକୱିଟ୍‌ ଶୋପ୍‌ରେ ଧୋଇ ଦିଅନ୍ତୁ।

ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ fish

ପଢନ୍ତୁ; ସାଥୀଙ୍କ ମନ ବୁଝିବାର ସହଜ ଉପାୟ

Related posts

ଆପଣ ବେଶି ଦିନ ଧରି ପୁରୁଣା ଟୁଥ୍ ବ୍ରସ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ !

ENO Beuro

ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ENO Beuro

ଅନେକ ଔଷଧୀୟ ଗୁଣରେ ଭରପୁର ରହିଥାଏ “ବାଦାମ” , ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More