LIFESTYLE

ସବୁବେଳେ ଚିନ୍ତାଗ୍ରସ୍ତ/ ବିଷାଦଗ୍ରସ୍ତ ରହୁଛନ୍ତି କି?ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ!

ଆଜିର ଯୁବପିଢି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ରହି ବିଷାଦଗ୍ରସ୍ତ ହୋଇଗଲେଣି। ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ପାଖରେ ଏହା ଅଧିକ ଦେଖିବାକୁ ମିଳୁଛି। କାରଣ ସେମାନେ ଉଦ୍ଭୟ ଘର ଏବଂ ବାହାର କଥା ବୁଝିଥାନ୍ତି। ସାଧାରଣତଃ ମହିଳା ମାନେ ସମସ୍ତଙ୍କ ବିଷୟରେ ବୁଝିବା ଚକ୍କରରେ ନିଜର ଧ୍ୟାନ ରଖିବା ପାଇଁ ଭୁଲିଯାଆନ୍ତି । ଯାହା ଫଳରେ ବିଷାଦଗ୍ରସ୍ତ ହେବାର ସମ୍ଭାବନା ଅଧିକ ମାତ୍ରାରେ ବଢ଼ିଥାଏ।

ଆସନ୍ତୁ ଜାଣିବା କିଛି ସାଧାରଣ ଉପାୟ ବିଷୟରେ ଯାହା ଆପଣଙ୍କୁ ବିଷାଦଗ୍ରସ୍ତରୁ ମୁକ୍ତି ଦେଇପାରିବ-

  • ପ୍ରଥମତଃ କୌଣସି କଥାକୁ ନେଇ ମନରେ ନକାରତ୍ମକ ଭାବନା ଜାତ କରନ୍ତୁ ନାହିଁ। ନକାରତ୍ମକ ଭାବନା ଦ୍ୱାରା ଭଲ ହେଉଥିବା କାମ ମଧ୍ୟ ଖରାପ ହୋଇଥାଏ। ଏଣୁ ସର୍ବଦା ମନରେ ସକାରତ୍ମକ ଭାବନା ସୃଷ୍ଟି କରିବା ସହ ନିଜର ଆତ୍ମବିଶ୍ୱସ ବୃଦ୍ଧି କରନ୍ତୁ। ଏହାଦ୍ଵାରା ଆପଣଙ୍କୁ ସଫଳତା ମିଳିପାରିବ।
  • କାମ କରିବା ମଧ୍ୟରେ କିଛି ସମୟ ମସ୍ତିଷ୍କକୁ ଶାନ୍ତ କରିବା ପାଇଁ ବିରତି ନେଇ ଆରାମ କରିବା ଆବଶ୍ୟକ। କାମ ମଝିରେ କିଛି ସମୟ ଶାନ୍ତିରେ ରହି ଲମ୍ବା ନିଶ୍ୱାସ ଛାଡ଼ିବା ସହ କିଛି କିଛି ଖାଇବା ଆବଶ୍ୟକ। ଏହା ଦ୍ୱାରା ଶରୀରରେ ଉର୍ଜା ସୃଷ୍ଟି ହେବା ସହ ମନ ଶାନ୍ତ ରହିଥାଏ।
  • ସବୁବେଳେ ଭବିଷ୍ୟତ କଥା ଚିନ୍ତା କରି ବିଷାଦଗ୍ରସ୍ତ ହୁଅନ୍ତୁ ନାହିଁ। ଯାହା ହେବାର ଅଛି ତାହା ହୋଇ କି ରହିବ। ଆପଣ ଆଜି ତାହା ବିଷୟରେ ଚିନ୍ତା କଲେ ତାହା ପରିବର୍ତ୍ତନ ହୋଇଯିବ ନାହିଁ। ଏଣୁ କେବେ ମଧ୍ୟ ଭବିଷ୍ୟତ ବିଷୟରେ ଭାବି ନିଜର ଆଜି ବରବାଦ କରନ୍ତୁ ନାହିଁ।
  • କିଛି ସମୟ ନିଜ ପାଇଁ ବାହାର କରି କିିଛି ନୂଆ ସ୍ଥାନ ବୁଲିବା ପାଇଁ ଯାଆନ୍ତୁ। ଏହା ଦ୍ୱାରା ଜୀବନର ଚିନ୍ତା କିଛି ମାତ୍ରାରେ କମ ହେବା ସହ କାମ କରିବାର ନୂତନ ଉର୍ଜା ସୃଷ୍ଟି ହୋଇଥାଏ।

ପଢନ୍ତୁ; ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ପ୍ରତିଦିନ ଖଜୁରି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ , ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

ENO Beuro

ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ଅଦା,ଆସନ୍ତୁ ଜାଣିବା ଏହାର ଉପକାରିତା

ENO Beuro

ଆପଣ ଜାଣିଛନ୍ତି କି? ସକାଳେ ଜଳଖିଆ ନ ଖାଇବା ଦ୍ଵାରା ବଢିଥାଏ ଓଜନ! ଜାଣନ୍ତୁ ଏହାର କାରଣ

ENO Beuro

1 comment

Leave a Comment