LIFESTYLE

ଛିଙ୍କ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

By ENO Beuro

March 13, 2018

ବେଶି ଛିଙ୍କ ହେଉଥିଲେ ଆପଣାନ୍ତୁ ଏହି ଟିପ୍ସ

ସାଧାରଣତଃ ଥଣ୍ଡା ହୋଇଥିଲେ ଛିଙ୍କ ଆସିଥାଏ। ଆଉ କେତେକ ଲୋକଙ୍କୁ ଆଲର୍ଜି ହେଲେ ଛିଙ୍କ ହୋଇଥାଏ। ଏଥିରୁ ରକ୍ଷା ପାଇବାକୁ ତଳେ ଥିବା ଉପାୟକୁ ଅବଲମ୍ବନ କରନ୍ତୁ।

ପ୍ରଥମତଃ ଆପଣ ବିଭିନ୍ନ ପ୍ରକାରର ଫଳ ଯଥା କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି ଆଦି ଖାଇପାରନ୍ତି । ଏଥିରେ ଆଣ୍ଟି ଆକ୍ସିଡେଣ୍ଟସ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ଆପଣଙ୍କୁ ସୁରକ୍ଷା ଦେଇପାରିବ।

ଅଦାରେ ଆଣ୍ଟି ସେପ୍ଟିକ ଗୁଣ ରହିଛି। ତିନି ଇଞ୍ଚ ଅଦା ଖଣ୍ଡକୁ ଦୁଇ ଚାମଚ ମହୁରେ ମିଶାଇ ପାଣିରେ ଫୁଟାନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ଏହି ମିଶ୍ରଣ ପାନ କଲେ ଛିଙ୍କ ହେବାର ଆଶଙ୍କା ରହିବ ନାହିଁ।

ପ୍ରତିଦିନ ତିନି ଚାରିଟି ଅଅଁଳା ସେବନ କଲେ ମଧ୍ୟ ଛିଙ୍କ ସମସ୍ୟାରୁ ମୁକ୍ତି ମିଳିଥାଏ । ଛିଙ୍କ ନହେବା ପାଇଁ ଚାହୁଁଥିଲେ ଦିନରେ ଦୁଇ ତିନିଥର ବଡ଼ ଅଳେଇଚ ଚୋବାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ।

ପଢନ୍ତୁ;

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ