ଆପଣ ଗ୍ୟାଷ୍ଟିକ ସମସ୍ୟାରେ ଗତି କରୁଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ସ୍ଵତନ୍ତ୍ର ଉପାୟ!

ଗ୍ୟାଷ୍ଟିକ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆଜିକାଲି ସମସ୍ତେ ଏହି ସମସ୍ୟାରେ ପଡ଼ୁଛନ୍ତି। ସାଧାରଣତଃ ଅନିୟମତା ଖାଇବା ଯୋଗୁ ଏହି ଗ୍ୟାଷ୍ଟିକ ସମସ୍ୟା ଦେଖାଦେଇଥାଏ।ତେବେ ଆସନ୍ତୁ ଜାଣିବା ଗ୍ୟାଷ୍ଟିକ ହେବାର କାରଣ କ’ଣ ହୋଇଥାଏ?

କେତେକ ଖାଦ୍ୟ ରହିଛି ଯାହା ପେଟରେ ଅଧିକ ଏସିଡ୍ ସୃଷ୍ଟି କରିଥାଏ। ଏହାବ୍ୟତୀତ ଅଧିକାଂଶ ସମୟ ଚାପଗ୍ରସ୍ତ କିମ୍ୱା ଅବସାଦଗ୍ରସ୍ତ ରହିଲେ ଏଭଳି ସମସ୍ୟା ଦେଖାଯିବା ଆଶଙ୍କା ଅଧିକ ରହିଛି। ଡ୍ରଗ୍ସ, ଧୂମପାନ, ମଦ୍ୟପାନ କରିଥବା ଲୋକେ ଅଧିକ ଏପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ଏହାର ଲକ୍ଷଣ-

ଗ୍ୟାଷ୍ଟିକ ହେବାର କେତୋଟି ପ୍ରାରମ୍ଭିକ ଲକ୍ଷଣ ରହିଛି । ଏପରି ସମସ୍ୟା ଦେଖାଦେଲେ ବାନ୍ତି ଲାଗେ, ବାନ୍ତି ହୁଏ, ହଜମ ଠିକ୍ ଭାବରେ ହୋଇ ନ ଥାଏ । ଏହାସହ ମୁଣ୍ଡ ବୁଲାଇବା ସହ ଦୁର୍ବଳ ଲାଗିଥାଏ।

ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଜାଣିରଖନ୍ତୁ କିଛି ଟିପ୍ସ-

ଗ୍ୟାଷ୍ଟିକରୁ ରକ୍ଷା କରିବା ପାଇଁ କେତୋଟି ବିଷୟ ପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବା ଜରୁରୀ। ମସଲା ଜାତୀୟ ଖାଦ୍ୟ, ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଯେତେ କମ୍ ଖାଇବେ ସେତେ ଭଲ। କେତେକ ଲୋକ ଲୋଭରେ ଆବଶ୍ୟକଠାରୁ ଅଧିକ ପରିମାଣରେ ଖାଇଥାଆନ୍ତି । ଏହା ଗ୍ୟାଷ୍ଟିକ ସୃଷ୍ଟି କରିଥାଏ। ତେଣୁ ସବୁ ସମୟରେ ଖାଇବା ଉପରେ ସବୁବେଳେ ନିୟନ୍ତ୍ରଣ ରଖନ୍ତୁ।

ରାତିରେ ଶୋଇବା ପୂର୍ବରୁ ଅଧିକ ଖାଆନ୍ତୁ ନାହିଁ। ନିଶା ଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ। ଫ୍ୟାଟ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ପ୍ରତିଦିନ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଯଦି ଏହି ସମସ୍ୟା ଅଧିକ ହେଲା ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। ଏହାସହ ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବାକୁ ଭୁଲନ୍ତୁ ନାହିଁ।

ପ୍ରତିଦିନ ବ୍ୟାୟାମ କରିବା ଅଭ୍ୟାସ କରନ୍ତୁ। ସନ୍ଧ୍ୟାରେ ଭ୍ରମଣ କରିବାକୁ ଯାଆନ୍ତ। ଏହାସହିତ କିଛି ହାଲକା ପେଟ ପାଇଁ ବ୍ୟାୟାମ କରନ୍ତୁ। ପ୍ରଣାୟମ କରିବା ଦ୍ୱାରା ପେଟ ସମ୍ୱନ୍ଧୀୟ ଗ୍ୟାସ ଦୂର ହୋଇଥାଏ।

ପଢନ୍ତୁ; ସବୁ ମନୋକାମନା ପୂର୍ଣ୍ଣ ହେବ ,ପାଠ କରନ୍ତୁ ଭଗବାନ ବିଷ୍ଣୁଙ୍କର ଏହି ମନ୍ତ୍ର

ଗ୍ୟାଷ୍ଟିକ ହେବାର କେତୋଟି ପ୍ରାରମ୍ଭିକ ଲକ୍ଷଣ ରହିଛି - 4.3

86%

ରାତିରେ ଶୋଇବା ପୂର୍ବରୁ ଅଧିକ ଖାଆନ୍ତୁ ନାହିଁ। ନିଶା ଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ। - 4.5

89%
4.4/5

Very Good!

ଆପଣଙ୍କର ଗ୍ୟାଷ୍ଟିକ ସମସ୍ୟାରେ ଗତି କରୁଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ସ୍ଵତନ୍ତ୍ର ଉପାୟ!

ଗ୍ୟାଷ୍ଟିକ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆଜିକାଲି ସମସ୍ତେ ଏହି ସମସ୍ୟାରେ ପଡ଼ୁଛନ୍ତି। ସାଧାରଣତଃ ଅନିୟମତା ଖାଇବା ଯୋଗୁ ଏହି ଗ୍ୟାଷ୍ଟିକ ସମସ୍ୟା ଦେଖାଦେଇଥାଏ।ତେବେ ଆସନ୍ତୁ ଜାଣିବା ଗ୍ୟାଷ୍ଟିକ ହେବାର କାରଣ କ'ଣ ହୋଇଥାଏ?

No Votes Yet

You're not rated yet