ପୁଅଟିଏ ନିଜ ପୁଅ ସାଙ୍ଗ ଅପେକ୍ଷା ଅଧିକ ଝିଅ ସାଙ୍ଗ କରିବାକୁ ପସନ୍ଦ କରିଥାଏ । ସେହିପରି ଝିଅଟିଏ ମଧ୍ୟ ପୁଅ ସାଙ୍ଗ କରିବାକୁ ମନରେ ଇଚ୍ଛା ରଖିଥାଏ । ଅଧିକ ପୁଅ ଥାଆନ୍ତି ନିଜ ହୃଦୟ କଥା ଶୀଘ୍ର କାହାକୁ ସେୟାର କରିନଥାନ୍ତି । କିଛି ଯୁବକ ଜଣେ ଝିଅ ସହ ପ୍ରଥମ ସାକ୍ଷାତରେ ଫୋନ୍ ନମ୍ବର ମାଗିଦିଅନ୍ତି । କିନ୍ତୁ ଝିଅ ନମ୍ବର ଦେଇନଥାନ୍ତି । ଏଥିରେ ପୁଅମାନେ ନମ୍ବର ପାଇବାକୁ ଖୁବ୍ କସରତ କରିଥାନ୍ତି । ତେବେ କେମିତି ନିଜ ମନ ପସନ୍ଦ ଝିଅର ଫୋନ ନମ୍ବର ପାଇବେ ଆସନ୍ତୁ ଜାଣିବା ।
ନିଜ ମନ ପସନ୍ଦ ଝିଅର ଫୋନ ନମ୍ବର ଜାଣିବା ପାଇଁ କିଛି ଟିପ୍ସ :-
- କୈାଣସି ଝିଅର ନମ୍ବର ଆଣିବାକୁ ଚାହୁଁଥିଲେ ପ୍ରଥମେ ତାଙ୍କ ମନରେ ନିଜ ପ୍ରତି ବିଶ୍ୱାସ ଜନ୍ମାଅ । ତରତରରେ ଏମିତି କିଛି ଭୁଲ କରନି ଯାହା ଦ୍ୱାରା ସେ ଆପଣକୁ ସନ୍ଦେହ କରିବେ ।
- ଝିଅର ନମ୍ବର ପାଇବା ପାଇଁ କୈାଣସି ସାଙ୍ଗସାଥୀଙ୍କ ସାହାଯ୍ୟ ନିଅ ନାହିଁ । ଏଥିରେ ଝିଅର ସାମ୍ନାରେ ଆପଣଙ୍କ ଇମେଜ ଖରାପ ହୋବର ସମ୍ଭାବନା ଅଛି ।
- ଦେଖାଯାଏ ପୁଅମାନେ ଝିଅର ନମ୍ବର ପାଇବା ପାଇଁ କିଛି ମିଛ କହିଦେଇଥାନ୍ତି । ହେଲେ ପରେ ଧରାପଡିଯା’ନ୍ତି । ଏତିକିବେଳେ ସତ କୁହ ।
- ଝିଅଙ୍କୁ ଏମିତି ପୁଅ ପସନ୍ଦ ନୁହେଁ ,ଯେଉଁମାନେ ବାରମ୍ବାର ପିଛା କରୁଥିବେ । ଏଣୁ ଏଥିରୁ ନିବୃତ ରୁହନ୍ତୁ । ଯଦି ତାଙ୍କୁ ପସନ୍ଦ କରୁଛନ୍ତି ତ ସୁଯୋଗକୁ ଅପେକ୍ଷା କରନ୍ତୁ ।
ପଢନ୍ତୁ ;
ଆପଣ ଦୀର୍ଘ ସମୟ ଧରି ବସୁଛନ୍ତି କି? ସାବଧାନ! ଏହା ହୃତପିଣ୍ଡ ପାଇଁ ବିପଦଜନକ ହୋଇପାରେ