LIFESTYLE

ଆସନ୍ତୁ ଜାଣିବା ଜନ୍ମ ବାର ଅନୁସାରେ ନାରୀମାନଙ୍କର ସ୍ଵଭାବ କଣ ରହିଥାଏ ?

ମଣିଷମାନଙ୍କର ସ୍ଵଭାବ ଭିନ୍ୟ ଭିନ୍ୟ ରହିଥାଏ। ଲୋକମାନଙ୍କର ନିଜର ଭବିଷ୍ୟତ ଏବଂ ଚରିତ୍ର ଜାଣିବାକୁ ସେମାନେ ଭିନ୍ୟ ଭିନ୍ୟ ତରିକା ଅବଲମ୍ବନ କରିଥାନ୍ତି। କେହି କେହି ଜ୍ୟୋତିଷମାନଙ୍କୁ ହାତ ଦେଖାଇଥାନ୍ତି ତ ଆଉ କେହି ଜାତକ ଦେଖେଇଥାନ୍ତି। ନାରୀ ଏବଂ ପୁରୁଷ ମାନଙ୍କର ସ୍ଵଭାବ ଭିନ୍ୟ ଭିନ୍ୟ। ଆପଣ ଜାଣିଛନ୍ତି କି ? ନିଜ ଜନ୍ମ ବାରରୁ ଜାଣିପାରିବେ ନାରୀ ମାନଙ୍କର ସ୍ଵଭାବ କେମିତି ରହିଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ସୋମବାର- ଏହି ବାର ଜନ୍ମ ହୋଇଥିବା ଝିଅମାନେ ଦେଖିବାକୁ ପାଇଁ ଅତି ସୁନ୍ଦର ହୋଇଥାନ୍ତି । ଏହି ନାରୀ ମାନଙ୍କର ମନ ନିର୍ମଳ । ସେମାନେ ଅନ୍ୟମାନଙ୍କୁ ମିଠାକଥାରେ ମନ କିଣିଥାନ୍ତି । ଏମାନଙ୍କ ଜୀବନ ସୁଖମୟ , ଶାନ୍ତି ପୂର୍ଣ୍ଣ ହୋଇଥାଏ।

ମଙ୍ଗଳବାର– ମଙ୍ଗଳବାରରେ ଜନ୍ମ ହୋଇଥିବା ନାରୀମାନେ ସ୍ୱଭାବରେ ସାଧାରଣତଃ ସାହସୀ ହୋଇଥାନ୍ତି । ଏମାନେ କାହା ଉପରେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ । ଭୁଲ୍ କରିଥିବା ଲୋକଙ୍କୁ ଏମାନେ ଦଣ୍ଡ ଦେବାର ବିଶ୍ୱାସ କରନ୍ତି । ମିଛ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ ।ଏହି ନାରୀମାନେ ସର୍ବଦା ଠିକ୍ କଥା କହିଥାନ୍ତି ।

ବୁଧବାର– ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ଶିକ୍ଷା କ୍ଷେତ୍ରରେ ବହୁ ସବଳ ହୋଇଥାନ୍ତି । କାରଣ ଏମାନଙ୍କ ଉପରେ ମା ସରସ୍ୱତୀଙ୍କ ଆର୍ଶିବାଦ ସବୁବେଳେ ଥାଏ । ଏମାନେ ଦେଖିବା ପାଇଁ ସୁନ୍ଦରୀ ହେବା ସହ ଏମାନଙ୍କର ହୃଦୟ ଅତି କୋମଳ ଅଟେ । କେବଳ ଶିକ୍ଷା ନୁହେଁ ଏମାନେ ଅନେକ କଳାର ଅଧିକାରିଣୀ ହୋଇଥାନ୍ତି।

ଗୁରୁବାର- ଏହି ବାରରେ ଜନ୍ମ ହୋଇଥିବା ନାରୀମାନଙ୍କୁ ସର୍ବଗୁଣ ସଂପୂର୍ଣ୍ଣା କୁହାଯାଏ । ଏହି ନାରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହ ସବୁ କାର୍ଯ୍ୟରେ ମଧ୍ୟ ବେସ ପାରଙ୍ଗମ । ଏହି ବାର ଜନ୍ମିତ ନାରୀଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ । ତେଣୁ ଏମାନେ ଧନ ସଂପତିର ସୁଖ ଭୋଗ କରିଥାନ୍ତି।

ଶୁକ୍ରବାର– ଶୁକ୍ରବାର ଜନ୍ମ ହୋଇଥିବା ନାରିମାନେ ସ୍ୱଭାବରେ ଚଂଚଳ ହୋଇଥାନ୍ତି । ଏମାନେ ମଉଜମସ୍ତି କରିବା ପାଇଁ ଭଲ ପାଆନ୍ତି ଅର୍ଥାତ୍ ଏମାନେ ବିଳାସମୟ ଜୀବନଯାପନ କରିବା ପାଇଁ ଭଲ ପାଆନ୍ତି । ଏମାନେ ଘର ପରିବାର ସହ ଅଲଗା ପରିଚୟ ତିଆରି କରିଥାନ୍ତି । ଏମାନଙ୍କ ଭାବନା ଓ ଚିନ୍ତାଧାରା ଖୁବ୍ ସୁନ୍ଦର ।

ଶନିବାର- ଶନିବାର ଜନ୍ମ ହୋଇଥିବା ନାରୀମାନେ ଭଗବାନ ଶନିଙ୍କ ଆର୍ଶୀବାଦ ରହିଥାଏ। ଏମାନେ ସ୍ୱଭାବରେ ରାଗି ହୋଇଥିଲେ ବି ନିଜସ୍ୱ ପରିଚୟ ତିଆରି କରିପାରନ୍ତି । ଏମାନେ ଦେଖିବାକୁ ଡେଙ୍ଗା ଓ ପତଳା ହେଇଥାନ୍ତି । ଏହି ବ୍ୟକ୍ତି ମାନେ ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ହୋଇଥାନ୍ତି । ନିଜ କାମକୁ ନିଜେ ପସନ୍ଦ କରିବାକୁ ବହୁତ ଭଲପ।ଆନ୍ତି । କାହା ଉପରେ ନିର୍ଭର କରିବାକୁ ଭଲ ପାଆନ୍ତି ନାହିଁ।

ରବିବାର- ଯଦି ଆପଣ ରବିବାର ଦିନ ଜନ୍ମ ହୋଇଛନ୍ତି ତେବେ ଆପଣ ଭଗବାନଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ରଖିଥାନ୍ତି। ରବିବାରରେ ଜନ୍ମ ହୋଇଥିବା ନାରୀମାନେ ଦାନ ପୁଣ୍ୟ କରିଥାନ୍ତି । ଏମାନେ ଶକ୍ତିଶାଳୀ ଓ ଶାନ୍ତିପୂର୍ଣ୍ଣ ମନୋଭାବର ହୋଇଥାନ୍ତି । ଏହି ନାରୀମାନେ ଚତୁର ମଧ୍ୟ ହୋଇଥାନ୍ତି।

ଆସନ୍ତୁ ଜାଣିବା ଜନ୍ମ ବାର ଅନୁସାରେ ନାରୀମାନଙ୍କର ସ୍ଵଭାବ କଣ ରହିଥାଏ ? day

ପଢନ୍ତୁ;ସ୍ଵାସ୍ଥ ପାଇଁ ବହୁତ ଲାଭପ୍ରଦ ହୋଇଥାଏ “ତ୍ରିଫଳା ଚୁର୍ଣ୍ଣ” , ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

ଖରାଦିନେ କେଉଁ ସବୁ ପରିବାଠୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ଜାଣନ୍ତୁ? 

Krishna Kumar Manoj

ମୁହଁର ଯତ୍ନ ,ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ଫେସିଆଲ୍‌

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More