LIFESTYLE

ଗରମ ଦିନେ ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ ଆପଣାନ୍ତୁ ଏହି ଉପାୟ

ସମସ୍ତେ ନିଜର ଫେସ୍ କୁ ଗ୍ଲୋ କରିବାକୁ ଚାହାଁନ୍ତି । କିନ୍ତୁ ଅସହ୍ୟ ଗରମ ଦିନେ ଫେସ୍‌ର ସଠିକ ଯତ୍ନ ନେଇ ପାରନ୍ତି ନାହିଁ । ସେଥି ପାଇଁ ଆପଣ ଚିନ୍ତିତ କି ? ତେବେ ଆଜି ଆସନ୍ତୁ ଜାଣିବା  ଗରମ ଦିନେ ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ କ ‘ ଣ କରିବାକୁ ପଡିବ ?

ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ ଟିପ୍ସ :-

  • ମହୁ ଏବଂ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ,ଏହାର ଅଧଘଣ୍ଟା ପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।
  • ଦୁଇ ଚାମଚ ବାଦାମର ପେଷ୍ଟ, ଅଳ୍ପ ପରିମାଣରେ ହଳଦୀ ପାଉଡର,ଏକ ଚାମଚ ଅମୃତଭଣ୍ଡାର ରସକୁ ଭଲଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହା ଶୁଖିଗଲା ପରେ ଧୋଇ ଦିଅନ୍ତୁ ।
  • ଏକ ଚାମଚ ମହୁରେ ଲେମ୍ବୁ ରସ ମିଶାଇ ମୁହଁରେ ମସାଜ୍‌ କରନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା ନମନୀୟ ରହିଥାଏ ।
  • କମଳା ଚୋପାକୁ ଖରାରେ ଶୁଖାଇ ତା’ର ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରରେ ଏକ ଚାମଚ କ୍ଷୀର, ଅଳ୍ପ ପରିମାଣର ହଳଦୀଗୁଣ୍ଡ ଏବଂ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇଲେ ତ୍ୱଚା ସଫା ଦେଖାଯାଇଥାଏ ।
  • ଲେମ୍ବୁ ତ୍ୱଚା ପାଇଁ ବ୍ଲିଚ୍‌ ପରି କାମ କରେ। ତ୍ୱଚାରେ ଥିବା ଡାର୍କ ଭାଗକୁ ତାଜା ଲେମ୍ବୁ କାଟି ଧୀରେ ଧୀରେ ରଗଡନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାର ରଙ୍ଗ ହାଲ୍‌କା ହେବାକୁ ଲାଗେ ।
  • ତରଭୁଜକୁ କାଟି ତା’ର ରସ ବାହାର କରି ମୁହଁରେ ଲଗାନ୍ତୁ। ଏହାକୁ ମୁହଁରେ ୧୫ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପୁଣି ନଖ ଉଷୁମ ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ। ପୁଣି ଥଣ୍ଡାପାଣି ଅଳ୍ପ ମୁହଁରେ କିଛି ଛିଟା ମାରନ୍ତୁ ।

ପଢନ୍ତୁ ;

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମକୁ କି ଫାଇଦା ମିଳେ ଜାଣନ୍ତୁ ?

Related posts

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ “କାକୁଡି”

ENO Beuro

ଆପଣ ଜାଣିଛନ୍ତି କି? ଶୋଇବା ବେଳେ ବାମ କଡ଼ ଲେଉଟାଇ ଶୋଇଲେ କଣ ଲାଭ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ହେୟାର ଅଏଲ

ENO Beuro

1 comment

Leave a Comment