LIFESTYLE

ଆଖିର ଦୃଷ୍ଟିଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

eye

ଆଜିକାଲି ଦୁଷ୍ଟିଶକ୍ତି କମିବା ଏକ ସାଧରଣ ସମସ୍ୟା ହୋଇଗଲାନି। ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଲାଣି। ଛୋଟ ଠାରୁ ବଡ଼ ସମସ୍ତଙ୍କର ଆଖି ସମସ୍ୟା ଦେଖାଗଲାଣି।ମୋବାଇଲ-କମ୍ପୁଟରର ଅତ୍ୟଧିକ ବ୍ୟବହାର ଓ ଜଙ୍କ ଫୁଡ୍‌ର ବହୁଳ ବ୍ୟବହାର ଯୋଗୁଁ ଆଜିକାଲି କମ୍‌ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି।

ଆସନ୍ତୁ ଜାଣିବା ଆଖିର ଦୁଷ୍ଟିଶକ୍ତି ବଢାଇବା ପାଇଁ କିଛି ଘରୋଇ ଉପଚାର-

  • ଗ୍ରୀନ ଟି– ପ୍ରତିଦିନ ଦିନ ଭିତରେ ୨ରୁ ୩ କପ ଗ୍ରୀନ ଟି ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଂଟ ଆଖିକୁ ସୁସ୍ଥ ରଖେ।
  • ସୋରିଷ– ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ। ଏହା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରିବ।
  • ଜିରା– ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଚୂର୍ଣ୍ଣ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ।
  • ଗୋଲ ମରିଚ–ଗୋଲ ମରିଚର ଚୂର୍ଣ୍ଣ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ସେବନ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ।

eye

  • ଗାଜର– ଗାଜରରେ ଭିଟାମିନ-ଏ ଥାଏ। ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢେ।
  • ଦେଶୀ ଘିଅ– ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ। କାନ ପଟିରେ ଦେଶୀ ଘିଅ ହାଲକା ଭାବେ ହାତରେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ।
  • ବାଦାମ– ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ। ଏହାକୁ ସକାଳେ ଚୋପା ଛଡେଇ ଖାଇଲେ ଆଖି ପାଇଁ ଭଲ।

ପଢନ୍ତୁ; ନିୟମିତ ଗୁପଚୁପ୍ ଖାଉଛନ୍ତି କି? ଜାଣିରଖନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ!

Related posts

ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ

ENO Beuro

ଚଲାନ୍ତୁ ଜାଣିବା ଗାଲରେ ଭଉଁରୀ ଥିଲେ ବ୍ୟକ୍ତି ସ୍ୱଭାବରେ କିପରି ହୋଇଥାଏ!

ENO Beuro

ଝିଅର ମାତା-ପିତା ଝିଅର ପ୍ରେମିକାକୁ ପ୍ରଥମ ଦେଖରେ କେଉଁ ପ୍ରଶ୍ନ କରନ୍ତି ଜାଣନ୍ତୁ

ENO Beuro

2 comments

Leave a Comment