LIFESTYLE

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ମାନଙ୍କର ସ୍ମରଣ ଶକ୍ତି ବହୁତ ଦୁର୍ବଳ ହୋଇଥାଏ। ଏହାକୁ ନେଇ ସେମାନେ ବହୁତ ଚିନ୍ତିତ ରହିଥାନ୍ତି। ଆପଣ ଘରେ ବସି ମଧ୍ୟ ନିଜ ସ୍ମରଣ ଶକ୍ତି ବୃଦ୍ଧି କରିପାରିବେ।

ତେବେ ଜାଣନ୍ତୁ କିଛି ଟିପ୍ସ-

ସ୍ମରଣ ଶକ୍ତିକୁ ବୃଦ୍ଧି କରିବାକୁ ହେଲେ ନିଜକୁ ପ୍ରଥମେ ଗୁରୁତ୍ୱ ଦିଅନ୍ତୁ। ନିଜର ମନପସନ୍ଦ ସିନେମା ଦେଖିବା ବା ବହି ପଢ଼ିବା ଅବା ଖେଳ ଖେଳିବା ଦ୍ୱାରା ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଠିକ୍ ସେହିପରି ନିଜ ପସନ୍ଦର ଖାଦ୍ୟ ଖାଇଲେ ବି ଏହା ସମ୍ଭବ ହୋଇଥାଏ।

ମନେ ରଖନ୍ତୁ ନିଜର ମସ୍ତିଷ୍କକୁ ସବୁବେଳେ ଆରାମ ଦେବା ଉଚିତ। ମସ୍ତିଷ୍କକୁ ଆରାମ ଦେଲେ ଆମେ ମାନସିକ ସ୍ତରରେ ସୁସ୍ଥ ରହିବା, ଏକଥା ମନେ ରଖିବାକୁ ହେବ। ଏଥିପାଇଁ ସମୟ ମିଳିଲେ ବୁଲିବାକୁ ଯାଆନ୍ତୁ। ଏତଦବ୍ୟତୀତ ଧ୍ୟାନ ମଧ୍ୟ କରିପାରନ୍ତି।

ଯେଉଁମାନେ ଦୁଃଖୀ ବା କ୍ରୋଧୀ ଅଥବା ଚିଡ଼ିଚିଡ଼ା ସ୍ୱଭାବର ଲୋକଙ୍କ ସହିତ ବନ୍ଧୁତା କରନ୍ତି ,ସେମାନଙ୍କର ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ। ଅପରପକ୍ଷରେ ଯେଉଁମାନେ ଖୁସମିଜାଜ ଲୋକଙ୍କ ସହିତ ବନ୍ଧୁତା ରଖନ୍ତି, ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

ଜାଣିରଖନ୍ତୁ କିଛି ଖାଦ୍ୟ ବିଷୟରେ ଯାହାକୁ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ-

  • ସେଓ-ଏଥିସହିତ ସେଓର ସେବନ ମଧ୍ୟ ସ୍ମରଣ ଶକ୍ତି ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ।
  • ଗ୍ରିନ୍‌ ଟି -ଗ୍ରିନ୍‌ ଟି ବି ବ୍ୟକ୍ତିର ସ୍ମରଣ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
  • ମାଛ-ମାଛର ସେବନ ଯୋଗୁଁ ମସ୍ତିଷ୍କକୁ ପୋଷକ ତତ୍ତ୍ୱ ମିଳିଥାଏ। ଯାହାକି ସ୍ମରଣ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ।
  • ଦହି-ସାଧାରଣତଃ ଦହିର ସେବନ ବି ବ୍ୟକ୍ତର ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇଥାଏ।
  • କଳାମରିଚ-କଳାମରିଚରେ ପେପରିଅନ୍‌ ନାମକ ରାସାୟନିକ ତତ୍ତ୍ୱ ରହିଥିବା କାରଣରୁ ଏହା ଶରୀର ଏବଂ ମସ୍ତିଷ୍କର କୋଷିକାକୁ ସକ୍ରିୟ କରିଥାଏ।
  • ଡ଼ାଲ୍‌ଚିନି-ଆଜାଇମର୍‌ ରୋଗୀଙ୍କ ପାଇଁ ଡ଼ାଲ୍‌ଚିନି ଏକ ଶକ୍ତିଶାଳୀ ଔଷଧ ଅଟେ। ଯାହାର ନିୟମିତ ସେବନ ଯୋଗୁଁ ବ୍ୟକ୍ତିର ସ୍ମରଣ ଶକ୍ତି ବଢ଼ିଥାଏ ଏବଂ ମସ୍ତିଷ୍କ ମଧ୍ୟ ସୁସ୍ଥ ରହେ।

ପଢନ୍ତୁ; ୫ରୁ ମୌସୁମୀ ବର୍ଷା,୭ରେ ଲଘୁଚାପ!

Related posts

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ଶୀତଦିନେ ସୁସ୍ଥ ଓ କୋମଳ ତ୍ୱଚା ପାଇବାର କିଛି ସରଳ ଉପାୟ! ଜାଣିରଖନ୍ତୁ

ENO Beuro

ନିଜର ଶ୍ୟାମଳ ରଙ୍ଗକୁ ନେଇ ଚିନ୍ତିତ ଅଛନ୍ତି କି ? ଆସନ୍ତୁ ଜାଣିବା ଶ୍ୟାମଳ ରଙ୍ଗକୁ ଦୂର କରିବାର ଘରୋଇ ଉପଚାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More