26.1 C
Bhubaneswar
September 28, 2021
EnewsOdia.Com
ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା କରୋନା ସମୟରେ ଶିଶୁମାନଙ୍କ ଠାରେ କେମିତି ବଢିବ ରୋଗ ପ୍ରତିରୋଧକ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହା ହା କାର ଦେଇଖିବାକୁ ମିଳିଛି । ଏସମୟରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ସେମାନଙ୍କର ଶରୀର ନିଜକୁ ଏହି ବିପତ୍ତି ସମୟରେ ରକ୍ଷା କରିପାରିବ । ତେବେ ଏନେଇ ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁଯାଉଛୁ । ଯାହା ଆପଣଙ୍କ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ କରୋନା ସହ ଲଢିବାରେ ସକ୍ଷମ କରାଇବ ।

 

ଭିଟାମିନ୍ ସି

କରୋନା ସହ ଲଢିବା ପାଇଁ ଭିଟାମିନ୍ ସି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆପଣଙ୍କ ପିଲାଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ରଖନ୍ତୁ । କମଳା, ଟମାଟର ଏବଂ ଲେମ୍ବୁ ରସ ଇତ୍ୟାଦି ପିଲାମାନଙ୍କଠାରେ ଭିଟାମିନ୍ ସି ବଢାଇବାରେ ସାହାଯ୍ୟ କରିଥାଏ ।

 

 

 

ପିଲାମାନଙ୍କୁ ପ୍ରତିଦିନ ଗୋଟିଏ ଚାମଚ ଚବନପ୍ରାସ ଖାଇବାକୁ ଦିଅନ୍ତୁ । ଚବନପ୍ରାସରେ ଅନେକ ଔଷଧୀୟ ପଦାର୍ଥରୁ ପ୍ରସ୍ତୁତ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଶୀତଦିନେ ସବୁଜ ପନିପରିବା ବଜାରରେ ଅଧିକ ପରିମାଣରେ ମିଳିଥାଏ । ତେଣୁ ଏହି ସମୟରେ ଶିଶୁମାନଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଖାଇବାକୁ ଦିଅନ୍ତୁ ।

ସବୁଜ ପନିପରିବା

ପିଲାମାନଙ୍କୁ ସବୁଜ ପନିପରିବାରୁ ବହୁପରିମାଣର ବହୁପରିମାଣରେ ଆଇରନ ଏବଂ ପୋଷକ ତତ୍ତ୍ୱ ମିଳିଥାଏ । ଏହାସହ ଶିଶୁକୁ ଦିନକୁ ଦୁଇଥର କ୍ଷୀର ପିଇବାକୁ ଦିଅନ୍ତୁ । ଏବଂ ଏହି କ୍ଷୀରରେ କେଶର, ତୁଳସୀ ପତ୍ର କିମ୍ବା କଞ୍ଚା କଦଳୀ ମିଶାଇପାରିବ । ତୁଳସୀ ଓ ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଯଦି ପିଲାଟି ଅଦା ଖାଇବାକୁ ପସନ୍ଦ କରେ ତେବେ ତାଙ୍କ ଖାଦ୍ୟରେ ଅଦା ଖଣ୍ଡକୁ ପକାନ୍ତୁ ।

 

ପଢନ୍ତୁ: ଟମାଟୋ ସୁପ୍ ପିଇଲେ ମିଳିଥାଏ ରୋଗ ପ୍ରତିଶେଧକ ଶକ୍ତି

Related posts

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ: ଜାଣନ୍ତୁ କିପରି

Ratnamani Maharana

ଡାଇବେଟିସ୍‌ ନିୟନ୍ତ୍ରଣ କରେ ଛତୁ, ଜାଣନ୍ତୁ କିପରି

Ratnamani Maharana

ଜାଣନ୍ତୁ କିପରି ଖାଦ୍ୟ ଖାଇବା ପରେ ପାଣି ପିଇଲେ କ୍ଷତି ହୋଇଥାଏ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More